ଫେସବୁକରେ ଏଭଳି ପୋଷ୍ଟ କରୁଥିଲେ ସାବଧାନ, ନଚେତ୍ ବ୍ଲକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ
ଆପଣ ବି ବ୍ୟବହାର କରୁଛନ୍ତି କି ଫେସବୁକ? ତେବେ ସାବଧାନ ଯଦି କିଛି ଏମିତି ପୋଷ୍ଟ କରୁଛନ୍ତି ଆଗୁଆ ସତର୍କ ରୁହନ୍ତୁ ନଚେତ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇପାରେ। ଆଜି କାଲି ତ ସମସ୍ତେ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି କିନ୍ତୁ କିଛି ଜଣ ମନ ଇଚ୍ଛା କିଛି ବି ସେୟାର କରିଦିଅନ୍ତି। ଖବର ଟି ଜରୁରୀ କି ନୁହେଁ ଅବା ଏହା ସୋସାଇଟି ପ୍ରତି କିଭଳି ମୋସଜ ଦେଉଛି ତାହା ନଜାଣି ଯଦି ପୋଷ୍ଟ କି ସେୟାର କରୁଛନ୍ତି ତେବେ କିଛି ବୁଝିବା ଆଗରୁ ଆପଣଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ। ଆପଣ ଆଉ ତାକୁ ବ୍ୟବହାର କରିପାରିବେ ନାହିଁ।
ଦୁନିଆର ଅଧାରୁ ଅଧିକା ଲୋକମାନେ ବର୍ତ୍ତମାନ ସମୟରେ Facebook ସହ ଯୋଡି ହୋଇ ରହିଛନ୍ତି। ଲୋକମାନେ ମଧ୍ୟ ଏହି ଜରିଆରେ କିଛି ନା କିଛି ସେୟାର କ ରିଥାନ୍ତି। କିନ୍ତୁ ଏଭଳି କିଛି ଜିନିଷ ରହିଛି, ଯାହାକୁ ସୋସିଆଲ ମିଡିଆ ପ୍ଲେଟଫର୍ମ ଫେସବୁକ୍ ରେ ସେୟାର କରିବା ଅନୁଚିତ। ଏଭଳି ସ୍ଥିତିରେ ଆପଣଙ୍କ ଆକାଉଣ୍ଟ ବ୍ଲକ୍ ହୋଇପାରେ। ଆଜି ଆମେ ଆପଣଙ୍କୁ ସେହି ବିଷୟରେ ସୂଚନା ଦେବୁ, ଯାହାକୁ ଆପଣ ଭୁଲରେ ବି ଫେସବୁକ୍ ରେ ସେୟାର କରିବେ ନାହିଁ। ଏପରି କରିବା ଦ୍ୱାରା ସବୁଦିନ ପାଇଁ ଆପଣଙ୍କ ଫେସବୁକ୍ ବ୍ଲକ ହୋଇପାରେ। ତେବେ ଜାଣନ୍ତୁ କ’ଣ ଫେସବୁକ୍ ରେ ସେୟାର କରିବା ଅନୁଚିତ।
ଫେସବୁକ୍ ରେ କୌଣସି ଗମ୍ଭୀର ରୋଗର ଚିକିତ୍ସା ପାଇଁ ଔଷଧରୁ ଆରମ୍ଭ କରି ଗଞ୍ଜେଇ କିଣିବା ଏବଂ ବିକ୍ରୀ କରିବା ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଛି। ଏଥିସହ ଗୋଳା-ବାରୁଦ, ବନ୍ଧୁକ କିଣିବା ଏବଂ ବିକ୍ରି କରିବା ଉପରେ ମଧ୍ୟ ପ୍ରତିବନ୍ଧିକ ଲଗାଯାଇଛି। ଏସବୁ ପରେ ଯଦି ଆପଣ ଏହି ଜିନିଷ ସହ ଜଡିତ କୌଣସି ପୋଷ୍ଟ କରିଥାନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ତୁରନ୍ତ ବ୍ଲକ ହୋଇଯିବ।
ଏଥିସହ ଫେସବୁକ୍ ସେହି ୟୁଜର୍ସମାନଙ୍କୁ ତୁରନ୍ତ ବ୍ଲକ୍ କରିଥାଏ, ଯେଉଁମାନେ କୌଣସି ବ୍ୟକ୍ତି, ସମୂହ କିମ୍ବା ସ୍ଥାନ ବିପକ୍ଷରେ ହିଂସା କରିବା ଉଦେଶ୍ୟରେ ବୟାନ ଦେଇଥାନ୍ତି। ଏଥିସହ ଫେସବୁକ୍ ପ୍ଲେଟଫର୍ମରେ କୌଣସି ବ୍ୟକ୍ତିଙ୍କୁ କୌଣସି ପ୍ରକାର ଧମକ୍ ଦିଆଯାଇନଥାଏ। ଏହାବ୍ୟତୀତ ଟଙ୍କା ମାଗିବା କିମ୍ବା ଖାସ୍ ଅସ୍ତ୍ରର ଉଲ୍ଲେଖ, ଚିତ୍ର କିମ୍ବା ହତିଆର ବିକ୍ରି କରିବାର ଅଫର୍ ଦେବା ଭଳି ପୋଷ୍ଟ ହଟାଇବା ସହ ୟୁଜରଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ଲକ କରାଯାଇଥାଏ।
ଯଦି ଆପଣଙ୍କୁ ବିନା କୌଣସି କାରଣରେ ଲୋକଙ୍କୁ poke କରିବାର ସୌକ୍ ରହିଛି, ତେବେ ଧ୍ୟାନ ରଖନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ପ୍ରୋଫାଇଲ୍ ବ୍ଲକ ହୋଇପାରେ। ଏସବୁ ବ୍ୟତୀତ ଫେସବୁକ୍ ନେତା କିମ୍ବା ଲୋକମାନଙ୍କ ସହ ସମର୍ଥନ ଦେଖାଇବା ଏବଂ ତାଙ୍କ ଗୁଣଗାନ କରୁଥିବା ଏହି ସମସ୍ତ ଜିନିଷ ସମ୍ପୂର୍ଣ୍ଣ ରୂପେ ହଟାଇଦେଇଥାଏ।