ସ୍ମାର୍ଟଫୋନରେ ନିଅନ୍ତୁ ନାହିଁ ସୂର୍ଯ୍ୟଗ୍ରହଣ ଫଟୋ, ହୋଇପାରେ ବଡ଼ କ୍ଷତି

କିଛି ଲୋକ ସୂର୍ଯ୍ୟଗ୍ରହଣର ଦୃଶ୍ୟକୁ ନିଜ ସ୍ମାର୍ଟଫୋନରେ କଏଦ କରନ୍ତି । ଯଦି ଆପଣ ମଧ୍ୟ ଏମିତି କିଛି କରିବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ରୁହନ୍ତୁ ।

ଏପ୍ରିଲ ୮ରେ ସୂର୍ଯ୍ୟଗ୍ରହଣ ପଡ଼ୁଛି କିନ୍ତୁ ଏହା କେବଳ କିଛି ଦେଶମାନଙ୍କରେ ହିଁ ଦେଖିବାକୁ ମିଳିବ । ଭାରତ ଏବଂ ଏସିଆ ମହାଦେଶରେ ଏହି ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିବ ନାହିଁ । କିଛି ଲୋକ ସୂର୍ଯ୍ୟଗ୍ରହଣର ଦୃଶ୍ୟକୁ ନିଜ ସ୍ମାର୍ଟଫୋନରେ କଏଦ କରନ୍ତି । ଯଦି ଆପଣ ମଧ୍ୟ ଏମିତି କିଛି କରିବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଫୋନର କ୍ୟାମେରା ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସିଧାସଳଖ ସୂର୍ଯ୍ୟଗ୍ରହଣର ଫଟୋ ଉଠାଇବା ପାଇଁ ସ୍ମାର୍ଟଫୋନ୍ କ୍ୟାମେରା ବ୍ୟବହାର ନକରିବାକୁ ନାସା ଲୋକଙ୍କୁ ଚେତାବନୀ ଦେଇଛି। ଟ୍ୱିଟରରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ନାସା କହିଛି ଯେ ସୂର୍ଯ୍ୟର ଫଟୋ ସିଧାସଳଖ କ୍ୟାମେରାରେ ଉଠାଇବା ଦ୍ୱାରା ସ୍ମାର୍ଟଫୋନର ସେନ୍ସରକୁ କ୍ଷତି ପହଞ୍ଚିପାରେ।

ଯଦି ଆପଣ ଫୋନରେ ଅଧିକ ଲେନ୍ସ ବ୍ୟବହାର କରି ସୂର୍ଯ୍ୟ ଗ୍ରହଣର ଫଟୋ ଉଠାଉଛନ୍ତି ତେବେ ବିପଦ ଆହୁରି ବଢ଼ିଯିବ । ଚନ୍ଦ୍ରଗ୍ରହଣର ଫଟୋ ନେବା ପାଇଁ ସ୍ୱତନ୍ତ୍ର ଫିଲ୍ଟର୍ ଆବଶ୍ୟକ ଥାଏ । ଯଦି ଆପଣ ନିଜ ଫୋନରେ ଫଟୋ ଉଠାଇବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟଗ୍ରହଣର ଫଟୋ ଉଠାଇବା ସମୟରେ ଆପଣଙ୍କ ଫୋନର ଲେନ୍ସ ଆଗରେ ଗ୍ରହଣ ଚଷମାକୁ ରଖନ୍ତୁ । ସ୍ମାର୍ଟଫୋନ କ୍ୟାମେରାକୁ ସୂର୍ଯ୍ୟଗ୍ରହଣରୁ ବଞ୍ଚାଇବା ପାଇଁ ଏହି ସବୁ ଉପାୟକୁ ଆପଣାନ୍ତୁ ।

୧. ସର୍ବପ୍ରଥମେ ଆପଣଙ୍କ ଆଖି ଏବଂ କ୍ୟାମେରାର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ସୂର୍ଯ୍ୟ ଗ୍ରହଣ ସମୟରେ ଆପଣଙ୍କର ସ୍ମାର୍ଟଫୋନ୍ କ୍ୟାମେରାକୁ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଫିଲ୍ଟର୍ ବ୍ୟବହାର କରନ୍ତୁ ।

୨. ଭଲ ଫଟୋ ପାଇଁ ଏକ ମହଙ୍ଗା କ୍ୟାମେରା ଆବଶ୍ୟକ ନୁହେଁ, ଫଟୋଗ୍ରାଫି କରିବାର କୌଶଳ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭଲ ଫଟୋ ପାଇଁ କ୍ୟାମେରାକୁ ଏକ ଷ୍ଟାଣ୍ଡରେ ରଖନ୍ତୁ ଏବଂ ଟାଇମର୍ ବ୍ୟବହାର କରନ୍ତୁ ।

୩. ସୂର୍ଯ୍ୟଗ୍ରହଣ ପୂର୍ବରୁ ଫଟୋ କ୍ଲିକ୍ କରିବା ପାଇଁ ପ୍ରାକ୍ଟିସ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.