ହୋମ ନିଆଁକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଦୃଷ୍ଟିହୀନ ଦୁଇ ଯୁବକ ଯୁବତୀ

ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ବାହାବେଦି, ହୋମ ନିଆଁ, ଶଙ୍ଖ ହୁଳହୁଳିରେ ଉଛୁଳୁଛି ପରିବେଶ । ବର ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି। ସମସ୍ତେ ଉତ୍ସାହିତ ଥିବା ବେଳେ ବେଦିରେ ବସିଥିବା ବର ଓ କନ୍ୟା କିନ୍ତୁ ଏସବୁ ଦେଖି ପାରୁନାହାନ୍ତି । କାହିଁକି ନା ଦୃଷ୍ଟିହୀନ ଦୁଇ ଯୁବକ ଯୁବତୀ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ ।

ବ୍ରହ୍ମପୁର(କେନ୍ୟୁଜ): ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ବାହାବେଦି, ହୋମ ନିଆଁ, ଶଙ୍ଖ ହୁଳହୁଳିରେ ଉଛୁଳୁଛି ପରିବେଶ । ବର ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି। ସମସ୍ତେ ଉତ୍ସାହିତ ଥିବା ବେଳେ ବେଦିରେ ବସିଥିବା ବର ଓ କନ୍ୟା କିନ୍ତୁ ଏସବୁ ଦେଖି ପାରୁନାହାନ୍ତି ।

କାହିଁକି ନା ଦୃଷ୍ଟିହୀନ ଦୁଇ ଯୁବକ ଯୁବତୀ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ । ନାଁ ଥିଲା ବାଜା, ନା ଥିଲା ରୋଷଣି, କେବଳ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ବିବାହ ପରି ପବିତ୍ର ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କର ଗାଁ ଅଲଗା ଓ ପରିବାର ଅଲଗା କିନ୍ତୁ ଭିନ୍ନ ଏକ ପରିସ୍ଥିତିରେ ଉଭୟ ଦୃଷ୍ଟିହୀନ ଙ୍କ ସାକ୍ଷାତ ପରେ ସେମାନେ ପରସ୍ପରକୁ ଭଲପାଇ ବସିଲେ ଓ ଏବେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ।

କଇଁ କଇଁ ହୋଇ କାନ୍ଦୁଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଂଚାୟତ ମଣିଦେଇପେଣ୍ଠ ଗାଁ ର ନିରଞ୍ଜନ ସାହୁ ଙ୍କ ଏକମାତ୍ର କନ୍ୟା ମିନତୀ । ମିନତୀ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ଏକ ଭିନ୍ନକ୍ଷମ ଶିବିରରେ କଟକ ସାଲେପୁର ଅଂଚଳର ଚନ୍ଦନ ମଲ୍ଲିକଙ୍କ ସହ ଭେଟ ହୋଇଥିଲା ଏହା ପରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ ପ୍ରେମ । ଉଭୟ ଉଭୟ ଙ୍କୁ ବିବାହ କରିବା ପାଇଁ ପରିବାର କୁ ଜଣାଇଥିଲେ । ଏହାପରେ ବୈଦିକ ରୀତିନୀତି ଅନୁସାରେ ମଣି ଦେଇପେଣ୍ଠ ଗାଁ ରେ କରାଯାଇଛି ।

ଦେଖନ୍ତୁ କେମିତି ହାତରେ ମେହେନ୍ଦୀ ଓ ହାତରେ ଶଙ୍ଖା, ପାଦରେ ଅଳତା ପିନ୍ଧାଇ ନବ ବଧୂ ପରି ମିନତୀଙ୍କୁ ସଜାଇ ଦେଇଛନ୍ତି ସାଙ୍ଗସାଥି । ସେପଟେ ଚନ୍ଦନ ଙ୍କୁ ମଧ୍ୟ ବର ରୂପରେ ସଜାଇଛନ୍ତି ଝିଅ ଘର ପରିବାର ର ଆତ୍ମୀୟ ସ୍ୱଜନ, ଏହା ପରେ ଆଞ୍ଜୁଳାଏ ଚାଉଳ ଘର ଇଷ୍ଟ ଦେବୀ ଙ୍କ ନିକଟରେ ସମର୍ପଣ କରାଯିବା ପରେ ଉଭୟଙ୍କୁ ମନ୍ଦିରକୁ ନେଇ ବିବାହ କାର୍ଯ୍ୟ କରାଯାଇଥିଲା ।

marry

ଉଭୟ ଦୃଷ୍ଟିହୀନ ଦମ୍ପତି ହୋମ ନିଆଁକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧିହେବା ପରେ ସରକାରୀ ସହାୟତା ପାଇଁ ସେମାନେ ଅନୁରୋଧ କରିଛନ୍ତି । ତେବେ ଝିଅ ଘର ବିବାହ ରେ ଉପସ୍ଥିତ ଥିବା ବେଳେ ପୁଅ ଘରୁ କେହି ଆସି ପାରିନଥିଲେ । ପିଲାବେଳୁ ଝିଅ ଦୃଷ୍ଟିହୀନ ହୋଇଥିବା ବେଳେ ସେମାନେ ପରସ୍ପରକୁ ଭଲ ପାଇ ବିବାହ କରିଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି ସଭିଏଁ ।

ଅପର ପକ୍ଷେ ମିନତୀ ଙ୍କୁ ପିଲାବେଳୁ ନିଜ ପାଖରେ ରଖିଥିବା ପାଳିତ ମାଆ ମଧ୍ୟ ଦୁଃଖର ସହ ବିଦାୟୀ କରିଥିଲେ ଏବଂ ଗାଁ ରୁ ବାହାରିବା ବେଳେ ବାହୁନି ବାହୁନି କାନ୍ଦି ଗାଁ ଦେବୀଙ୍କ ନିକଟରେ ମୁଣ୍ଡିଆ ବି ମାରିଥିଲେ । ପିଲାବେଳୁ ଦୃଷ୍ଟିହୀନ ହେଲେ ମଧ୍ୟ ମିନତୀ କୁ ଝିଅ ରୂପେ ଗ୍ରହଣ କରିଥିଲୁ ବୋଲି କହିଛନ୍ତି ଇନ୍ଦିରା ଆବାସ ଗାଁ ର ପାଳିତ ମାଆ । ଦୃଷ୍ଟିହୀନ ଯୁବକଙ୍କୁ ଭଲପାଇବା ପରେ ମିନତୀଙ୍କ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରେ ଗାଁ ନୀଳକଣ୍ଠେଶ୍ବର ଶୈବ ପୀଠରେ ବିବାହ ଓ ଭୋଜି ଭାତର ଆୟୋଜନ କରାଯାଇଥିଲା । ବିବାହ ଦେଖିବା ପାଇଁ ମିନତୀଙ୍କ ପରିବାର ଓ ଗ୍ରାମବାସୀ ଉପସ୍ଥିତ ରହି ଆର୍ଶିବାଦ ପ୍ରଦାନ କରିଥିଲେ।

ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ । ଏହି ପ୍ରେମ ଦୁଇ ମନର ମିଳନ। ଆଉ କାହାକୁ କେତେବେଳେ ଯେ ପ୍ରେମ ହୋଇଯାଏ ତାହା କେହି ଜାଣନ୍ତିନି। ଏହି ଅଢେଇ ଅକ୍ଷର ପ୍ରେମର କେତେ ଯେ ଶକ୍ତି ତାହା ଆଜିର ଏହି ଘଟଣା ଏକ ବଡ ଉଦାହରଣ । ଯେଉଁଠି ଭଲ ପାଇବା ଓ ବିଶ୍ୱାସର ମୂଳଦୁଆରେ ହୋଇଛି ଏହି ବିବାହ, ସେଠି ଶାରୀରିକ ଅକ୍ଷମତା କିଛି ଗୁରୁତ୍ୱ ରଖେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.