ତାଇଓ୍ଵାନ ଏବଂ ଜାପାନ ପରେ ନ୍ୟୁଜର୍ସିରେ ଭୂକମ୍ପ ଝଟକା, ତୀବ୍ରତା ୫.୫

ଆମେରିକାର ନ୍ୟୁଜର୍ସିର ପ୍ଲେନଫିଲ୍ଡ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୫ ରହିଛି । ଗତକାଲି ରାତିରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର ଝଟକା ନ୍ୟୁୟର୍କ ସହର ସହିତ ପେନସିଲଭାନିୟା ପର୍ଯ୍ୟନ୍ତ ଅନୁଭୂତ ହୋଇଛି ।

ବିଶ୍ୱର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲାଣି ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ତାଇଓ୍ଵାନ ଏବଂ ଜାପାନ ପରେ ଏବେ ପୁଣି ଥରିଛି ଆମେରିକାର ନ୍ୟୁୟର୍କ ସହର । ଆମେରିକାର ନ୍ୟୁଜର୍ସିର ପ୍ଲେନଫିଲ୍ଡ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୫ ରହିଛି । ଗତକାଲି ରାତିରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର ଝଟକା ନ୍ୟୁୟର୍କ ସହର ସହିତ ପେନସିଲଭାନିୟା ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପ ପରେ ସୋସିଆଲ ମିଡିଆରେ ଲୋକ ଭୂକମ୍ପକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଭୂକମ୍ପରେ ଏପର୍ଯ୍ୟନ୍ତ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।

ନ୍ୟୁୟର୍କ ସହରରେ ଶୁକ୍ରବାର ହୋଇଥିବା ଭୂକମ୍ପ ଝଟକା ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳର ପଡ଼ୋଶୀ ନ୍ୟୁଜର୍ସି ବୋଲି ଆମେରିକାର ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ।

ତାଇୱାନ ରାଜଧାନୀ ତାଇପେରେ ୭.୪ ତୀବ୍ରତାର ଭୂକମ୍ପ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ଜଣ ଆହତ ହୋଇଛନ୍ତି । ଭୂକମ୍ପ ପରେ ଓକିନାଓ୍ଵା ପ୍ରାନ୍ତ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି । ତେଣୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହୁଆଲିନ ସହର । ଏକାଧିକ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଏହା ବିଗତ ୨୫ ବର୍ଷ ମଧ୍ୟରେ ଆସିଥିବା ଏ ପର୍ଯ୍ୟନ୍ତର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା । ଏଥିରେ ଅନେକ ବଡ଼ ବଡ଼ ବିଲ୍ଡିଂ ନଷ୍ଟ ହୋଇଯାଇଛି । ଏହି ଭୂମିକମ୍ପର ଝଟ୍‌କା ଜାପାନ ଏବଂ ଫିଲିପାଇନ୍ସରେ ମଧ୍ୟ ଅନୁଭୂତ ହୋଇଥିଲା । ଭୂମିକମ୍ପରେ ନିଖୋଜ ଥିବା ଏକାଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି । ଭୂମିକମ୍ପ ଯୋଗୁ ଜାପାନ ଏବଂ ଫିଲିପାଇନ୍ସରେ ସୁନାମି ଚେତାବନୀ ଦିଆଯାଇଥିଲା ।

ତାଇୱାନ୍ ପରେ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ । ରିକ୍ଟର ସ୍କେଲରରେ ଭୂକମ୍ପର ତୀବ୍ରତା ୬.୦୩ ମାଗନିଚ୍ୟୁଡ୍ ରେକର୍ଡ଼ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.