IBPS ଅଧିନରେ ୭୧୪୫ ପଦବୀ ଖାଲି, ମାସିକ ଦରମା ପ୍ରାୟ ୩ ଲକ୍ଷ

ଆଇବିପିଏସରେ ୭୧୪୫ ପଦବୀ ଖାଲିପଡିଛି । ଏହି ଖାଲିପଡିଥିବା ପଦବୀ ମାଧ୍ୟମରେ ପ୍ରଫେସର, ଜେନେରାଲ ମ୍ୟାନେଜର, ରିସର୍ଚ୍ଚ ଆସୋସିଏଟ, ହିନ୍ଦୀ ଅଫିସର, ଡେପୁଟି ମ୍ୟାନେଜର(ଆକାଉଣ୍ଟ) ଆଦି ପଦବୀରେ ଭର୍ତ୍ତି ହେବ ।

ଆଇବିପିଏସରେ ବମ୍ପର ପଦବୀରେ ଭର୍ତ୍ତିରେ ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ୭୧୪୫ ପଦବୀ ଖାଲିପଡିଛି । ଏହି ଖାଲିପଡିଥିବା ପଦବୀ ମାଧ୍ୟମରେ ପ୍ରଫେସର, ଜେନେରାଲ ମ୍ୟାନେଜର, ରିସର୍ଚ୍ଚ ଆସୋସିଏଟ, ହିନ୍ଦୀ ଅଫିସର, ଡେପୁଟି ମ୍ୟାନେଜର(ଆକାଉଣ୍ଟ) ଆଦି ପଦବୀରେ ଭର୍ତ୍ତି ହେବ । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ ।ଏଥିପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ibps.in କୁ ଯାଆନ୍ତୁ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୭୧୪୫

ଜରୁରୀ ତାରିଖ : ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୨୭ ମାର୍ଚ୍ଚ ରହିଥିବା ବେଳେ ଶେଷ ତାରିଖ ୧୨ ଏପ୍ରିଲ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ, ଓବିସି ଏବଂ EWS ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୪୫୦ ଟଙ୍କା ଦେବାକୁ ହେବ ।

ବୟସ ସୀମା : ଆବେଦନ କରିବାର ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ରହିଛି ।

ଅଭିଜ୍ଞତା :ପ୍ରଫେସର ପଦବୀ ପାଇଁ ପିଏଚଡି ପ୍ରାର୍ଥୀ ଅତିକମରେ ୧୨ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ପ୍ରେଜେଣ୍ଟେସନ, ଗ୍ରୁଜ ଏକ୍ସରସାଇଜ, ପର୍ସନାଲ ଇଣ୍ଟରଭ୍ୟୁ, ସ୍କିଲ ଟେଷ୍ଟ ଆଧାରରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧,୯୨,୦୦୦ରୁ ୨,୯୨,୦୦୦ ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.