Shark Tank India : ଇନଷ୍ଟାଗ୍ରାମରେ ୧୦୦୦ ଫୋଲୋଅର୍ସ ଥିଲେ ବି ମିଳିବ ଟଙ୍କା
ଏହି ଆପରୁ ଟଙ୍କା ଇନକମ୍ କରିବା ପାଇଁ ଅଧିକ ଫୋଲୋଅର୍ସ ଆବଶ୍ୟକ । ଯେଉଁଥିପାଇଁ ୟୁଜର୍ସ କଠିନ ପରିଶ୍ରମ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଇନଷ୍ଟାଗ୍ରାମରୁ ଟଙ୍କା କମାଇବାର ଏକ ସହଜ ଉପାୟ କହିବାକୁ ଯାଉଛୁ ।

ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମର ଲୋକପ୍ରିୟତା କାହାକୁ ବି ଅଛପା ନାହିଁ । ଏହି ଆପରୁ ଟଙ୍କା ଇନକମ୍ କରିବା ପାଇଁ ଅଧିକ ଫୋଲୋଅର୍ସ ଆବଶ୍ୟକ । ଯେଉଁଥିପାଇଁ ୟୁଜର୍ସ କଠିନ ପରିଶ୍ରମ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଇନଷ୍ଟାଗ୍ରାମରୁ ଟଙ୍କା କମାଇବାର ଏକ ସହଜ ଉପାୟ କହିବାକୁ ଯାଉଛୁ । Shark Tank Indiaରେ WYLD ନାମକ ଏକ ଷ୍ଟାର୍ଟଅପ୍ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଭଲ କ୍ୟାସବ୍ୟାକ୍ ଦେବ ।
WYLD ନାମକ ଏକ ଷ୍ଟାର୍ଟଅପ୍ Shark Tank Indiaରେ ପ୍ରେଜେଣ୍ଟେସନ୍ ଦେଇଥିଲା । WYLD ଏକ ସପିଂ କାର୍ଡ଼, ଯାହା Visa ଉପରେ ବେସଡ୍ । ଏହାର ଭର୍ଚୁଆଲ ଭର୍ସନ ରହିଛି, ଯାହା ଆପ୍ ରୁ କଣ୍ଟ୍ରୋଲ ହେବ । ଆପଣ WYLD ସାହାଯ୍ୟରେ ସପିଂ ଏବଂ ଫୁଡ ଅର୍ଡରରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ରିସିଭ କରିପାରିବେ । ନିଜ ପ୍ରେଜେଣ୍ଟେସନ୍ ସମୟରେ କିପରି ୧୦୦୦ ଟଙ୍କାର ସପିଂରେ ୬୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ ତାହା WYLDରେ ଦେଖାଯାଇଥିଲା ।
WYLD ଆପ୍ ବେସଡ୍ ପ୍ଲାଟଫର୍ମ । ଯାହା IOS ଏବଂ ଆଣ୍ଡ୍ରଏଡ୍ ଦୁଇଟି ପ୍ଲାଟଫର୍ମରେ ରହିଛି । ଏହି ଆପରେ ୟୁଜର୍ସଙ୍କୁ ମ୍ୟାକ୍ସିମମ୍ ୮୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ଏଥିପାଇଁ WYLD ଡେଭଲପର୍ ଏକ ଆଲଗୋରିଦିମ୍ ପ୍ରସ୍ତୁତ କରିଛନ୍ତି । କ୍ରେଡିଟ୍ ସ୍କୋର ଭଳି ଏଥିରେ ଏକ ଓ୍ଵାଇଲ୍ଡ ସ୍କୋର ରହିଛି, ଯାହା ପୋଷ୍ଟକୁ ରିଚ୍ ହିସାବରେ କ୍ୟାସବ୍ୟାକ୍ ଦେଇଥାଏ ।
WYLD କୁ ନେଇ କିଛି ସର୍ତ୍ତ ରହିଛି । ଲଗଇନ୍ କରିବା ପରେ ଏବଂ ଆପ୍ରୁଭାଲ ମିଳିବା ପରେ ୟୁଜର୍ସମାନେ ବ୍ୟାଙ୍କରୁ ଟଙ୍କା ଓ୍ଵାଲେଟରେ ରଖିପାରିବେ । ଏହା ପରେ WYLD ପାର୍ଟନର ଷ୍ଟୋରରୁ ସପିଂ ଏବଂ ଫୁଡ ଅର୍ଡରର ଫଟୋ କ୍ଲିକ୍ କରିବେ । ପରେ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ । ଏହି ସମୟରେ WYLD ଆପରୁ ପେମେଣ୍ଟ କରିବାକୁ ପଡ଼ିବ । ପେମେଣ୍ଟ କରିବାର କିଛି ସମୟ ପରେ କ୍ୟାସବ୍ୟାକ୍ ରିଫ୍ଲେକ୍ଟ ହେବ । ଏହି କ୍ୟାସବ୍ୟାକରୁ ସପିଂ ଏବଂ ଫୁଡ ଡେଲିଭରି କରାଯାଇ ପାରିବ ।