ହକି ଖେଳାଳି ବରୁଣ କୁମାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଖେଳାଳି ଫେରାର

ଯୁବତୀ ଜଣକଙ୍କ ବରୁଣଙ୍କ ସହିତ ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ଦେଖା ହୋଇଥିଲେ । ସେତେବେଳେ ଯୁବତୀଙ୍କ ବୟସ ୧୭ ବର୍ଷ ଥିଲା । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ବରୁଣ ମ୍ୟାଚ ଖେଳିବାକୁ ବେଙ୍ଗାଲୁରୁ ସାଇ ଷ୍ଟାଡିୟମକୁ ଆସୁଥିବା ବେଳେ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରଖୁଥିଲେ ।

ହକି ଖେଳାଳି ବରୁଣ କୁମାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ବେଙ୍ଗାଲୁରୁର ଜଣେ ଯୁବତୀ । ଯୁବତୀ ଜଣକ ପୋଲିସରେ ଅଭିଯୋଗ କରିଛନ୍ତି କି, ବରୁଣ ତାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଛନ୍ତି । ଯୁବତୀଙ୍କ ସହିତ ୫ ବର୍ଷ କାଳ ବାରମ୍ବାର ଦୁଷ୍କର୍ମ କରିଛନ୍ତି ବରୁଣ ।

ଖବର ମୁତାବକ, ଯୁବତୀ ଜଣକଙ୍କ ବରୁଣଙ୍କ ସହିତ ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ଦେଖା ହୋଇଥିଲେ । ସେତେବେଳେ ଯୁବତୀଙ୍କ ବୟସ ୧୭ ବର୍ଷ ଥିଲା । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ବରୁଣ ମ୍ୟାଚ ଖେଳିବାକୁ ବେଙ୍ଗାଲୁରୁ ସାଇ ଷ୍ଟାଡିୟମକୁ ଆସୁଥିବା ବେଳେ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରଖୁଥିଲେ । ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରିରୀକ ସଂପର୍କ ରଖୁଥିଲେ । ଆଉ ଶାରିରୀକ ସଂପର୍କ ରଖିବା ପରେ ଏବେ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଯୁବତୀ ଜଣକ ଅଭିଯୋଗ କରିବା ପରେ ବରୁଣ ଫେରାର ହୋଇଯାଇଥିବା ପୋଲିସ କହିଛି । ପୋଲିସ ବରୁଣକୁ ଖୋଜୁଛି ।

ବରୁଣ ହିମାଚଳ ପ୍ରଦେଶ ବାସିନ୍ଦା ହୋଇଥିବା ବେଳେ ଏବେ ପଞ୍ଜାବ ଜଳନ୍ଧରରେ ରହୁଛନ୍ତି । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ମେଡାଲ ଜିତିବା ପରେ ହିମାଚଳ ପ୍ରଦେଶ ସରକାର ବରୁଣ କୁମାରଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.