କୁଆଡେ ଗଲା? ଦିଅରକୁ ଖୋଜୁଛନ୍ତି ଭାଇ ଭାଉଜ, କିନ୍ତୁ ମିଳୁନି ଦିଅରର ପତ୍ତା

ବାଇକ୍‌ ଛିଡା ହେଇଛିି ଜଙ୍ଗଲରେ । କିନ୍ତୁ ଦିଅରର କୌଣସି ବି ପତ୍ତା ପାଇ ପାରୁନାହାଁନ୍ତି ଭାଇ ଭାଉଜ । ଭାଇ କାନ୍ଦୁଛିି ତ ଭାଉଜ କାନ୍ଦୁଛି । ଘର ଲୋକେ ବାଇକ୍‌ ପାଖରେ ବସି କାନ୍ଦୁଛନ୍ତି କିନ୍ତୁ ମିଳୁନି ଯୁବକଙ୍କ ପତ୍ତା ।

ନୀଳଗିରି (କେନ୍ୟୁଜ) : ଦିଅରକୁ ଖୋଜୁଛନ୍ତି ଭାଇ ଭାଉଜ । କିନ୍ତୁ ମିଳୁନି ଦିଅରର ପତ୍ତା । ବାଇକ୍‌ ଛିଡା ହେଇଛିି ଜଙ୍ଗଲରେ । କିନ୍ତୁ ଦିଅରର କୌଣସି ବି ପତ୍ତା ପାଇ ପାରୁନାହାଁନ୍ତି ଭାଇ ଭାଉଜ । ଭାଇ କାନ୍ଦୁଛିି ତ ଭାଉଜ କାନ୍ଦୁଛି । ଘର ଲୋକେ ବାଇକ୍‌ ପାଖରେ ବସି କାନ୍ଦୁଛନ୍ତି କିନ୍ତୁ ମିଳୁନି ଯୁବକଙ୍କ ପତ୍ତା ।

ନୀଳଗିରି ଥାନା ବ୍ଲୁଲେକ ନିକଟରେ ଜଙ୍ଗଲ ଭିତରେ ଏକ ବାଇକ ସାଙ୍ଗକୁ ରକ୍ତ ଛିଟା ପଡିଥିବା ଦେଖାଯାଇଛି । ଯାହାପରେ ଚାଞ୍ଚଲ୍ୟ ଖେଳିଯାଇଥିଲା ଏ ଖବର । ଅଞ୍ଚଳର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ବାଇକ ମାଲିକ କାଂଶ ଅଞ୍ଚଳର ବୋଲି ସୂଚନା ମିଳିଛି।

ଘରୁ କହିକି ଯାଇଥିଲେ ଟିକେ ଆସୁଛି । ବୋଉକୁ କହିକି ଯାଇଥିଲେ ୧୦ ଟା ସୁଦ୍ଧା ଫେରିଆସିବି ଲୋ ବୋଉ । କିନ୍ତୁ ୧୦ ଟା ବାଜି ରାତି ପାହିଗଲା କିନ୍ତୁ ଫେରିଲେନି । ଘରକୁ ଖବର ଆସିଲା ତମ ବାଇକ ଜଙ୍ଗଲ ଭିତରେ ପଡିଛି । ଯାହାପରେ ଧାଇଁ ଯାଇଁ ଦେଖନ୍ତି ତ ବାଇକ ଅଛି ସତ କିନ୍ତୁୁ ପୁଅର ଖବର ମିଳୁନି । ଓଲଟି ରକ୍ତ ଛିଟା ବି ଦେଖିବାକୁ ମିଳିଛି । ଯାହାପରେ ଅଥୟ ହେଉଛନ୍ତି ଭାଇ ଭାଉଜ । କାନ୍ଦ ବୋବାଳିରେ କମ୍ପୁଛି ପୂରା ପରିବେଶ ।

ନିଖୋଜ ବାଇକ୍ ମାଲିକଙ୍କ ପରିବାର ଲୋକ ପହଂଚିଥିବା ବେଳେ ଯୁବକଙ୍କ ସହ ଯୋଗାଯୋଗ ହୋଇପାରିନି କି ପତ୍ତା ମିଳିନି। ନିଖୋଜ ଯୁବକର ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ଏହା ଏକ ମୃତ୍ୟୁ ନା ଆଉ କଣ ପୋଲିସ ତଦନ୍ତ ପରେ ଜଣା ପଡ଼ିବ।