କରୋନା ଭାଇରସକୁ ନେଇ ମିଛ ଖବର ପ୍ରସାରଣ ପଡିଲା ମହଙ୍ଗା, ଭାରତୀୟଙ୍କ ନାଁରେ କେସ ଦାୟର କଲା ଫେସବୁକ

କରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବିଭିନ୍ନ ଫର୍ଜି ଖବର ଓ ବିଜ୍ଞାପନ ଆଦିକୁ ରୋକିବା ପାଇଁ ପୂର୍ବରୁ ହୁଆର୍ଟ୍ସ ଅପ କମ୍ପାନୀ କଟକଣା ଜାରି କରିଥିଲା । ଏବେ ଆଉ ଏକ ବରିଷ୍ଠ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଜଣେ ଭାରତୀୟ ସଫ୍ଟୱେୟାର ମାଲିକଙ୍କ ଉପରେ ମିଛ ବିଜ୍ଞାପନ ପ୍ରସାରଣ ଅଭିଯୋଗରେ କାର୍ଲିଫର୍ଣ୍ଣିଆ ସ୍ଥିତ ଏକ ଅଦାଲତରେ ଅଭିଯୋଗ ଦାୟର କରିଛି ।କମ୍ପାନୀ ବିଜ୍ଞାପନ ଗୁଡିକର ସମୀକ୍ଷା କରୁଥିବା ସମୟରେ ହିଁ ଭୁଲ ତଥ୍ୟ ପ୍ରସାରିତ ହୋଇଥିବା ଜାଣିବାକୁ ପାଇଥିଲା । ଫେସବୁକ କମ୍ପାନୀ

ଅଭିଯୋଗ ଅନୁଯାୟୀ ବସନ୍ତ ଗଂଜ ସ୍ଥିତ ଏକ କମ୍ପାନୀ “ଲିଡ଼ କ୍ଲକ” କରୋନା ଭାଇରସ, କ୍ରିପ୍ଟ କରେନ୍ସି , ଓଜନ କମାଇବା ଆଦି ସହ ଜଡିତ ଫର୍ଜି ତଥ୍ୟ ଉପସ୍ଥାପନ କରିବା ପାଇଁ ଏକ “ଏଡ଼-କ୍ଲକିଙ୍ଗ” ନାମକ ଏକ ସଫ୍ଟୱେୟାର ଉପଲବ୍ଧ କରାଇଥିଲା । ଏହାରି ଜରିଆରେ ହିଁ ଫେସବୁକ ତଥା ଇଂସ୍ଟଗ୍ରାମ ପରି ସୋସିଆଲ ମିଡ଼ିଆ ସାଇଟରେ ବିଭିନ୍ନ ଭ୍ରମର୍ଣାତ୍ମକ ବିଜ୍ଞାପନ ପ୍ରସାରଣ କରାଯାଇଥିଲା । ପ୍ରକୃତରେ “ଏଡ଼-କ୍ଲକିଙ୍ଗ” ସଫ୍ଟୱେୟାର ଅନଲାଇନ କମ୍ପାନୀ ଗୁଡିକର ସର୍ଚ୍ଚ ଇଂଜିନ ଗୁଡିକୁ ଧୋକା ଦେବା ପାଇଁ ହିଁ ବ୍ୟବହାର କରାଯାଇଥାଏ । ଯାହାକୁ ଏକ ବେଆଇନ ସାଇଟ ଭାବେ ଧରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.