Below header

ଭାରତରେ କରୋନା ଯୋଗୁ ୨୪ ଘଣ୍ଟାରେ ଗଲାଣି ୪୦ଜୀବନ, ଏକ ହଜାର ୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । କରୋନା ଯୋଗୁ ୨୩୯ ଜଣଙ୍କ ଜୀବନ ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪୪୭ ହୋଇଛି । ଗତ ୨୪ ଘଣ୍ଟାରେ ୪୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏକ ହଜାର ୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୬୪୩ ଜଣ ଆରୋଗ୍ୟ ହୋଇ ସାରିଛନ୍ତି ।

Corona-indiaମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ୧୧୦ ଜଣଙ୍କ ଜୀବନ ନେଇ ସାରିଲାଣି କରୋନା । ମହାରାଷ୍ଟ୍ରରେ ସର୍ବାଧିକ ୧୫୭୪ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀରେ ୯୦୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୯୧୧ ଜଣ ସଂକ୍ରମିତ, ୮ ଜଣଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନ ୫ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହପିରି ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୪୦୦ ଟପିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.