Below header

ଚୀନ ଜାରିକଲା ହାଇ ଆଲର୍ଟ: କରୋନା ନେଗେଟିଭ ରିପୋର୍ଟ ଦେଖାଇବା ପରେ ମିଳିବ ହୋଟେଲରେ ପ୍ରବେଶ ପାଇଁ ଅନୁମତି

ଚୀନ ନିଜର ରାଜଧାନୀ ବେଜିଂର ସମସ୍ତ ହୋଟେଲ ପାଇଁ ଏକ ନିର୍ଦ୍ଦେଶାନାମା ଜାରି କରିଛି । ଯାହା ହେଉଛି ସେଠାକୁ ଯାଉଥିବା ସମସ୍ତ ଲୋକ ପ୍ରଥମେ ନିଜର କରୋନା ରିପୋର୍ଟ ଦେଖାନ୍ତୁ ଯେ ସେମାନେ କରୋନାରେ ସଂକ୍ରମିତ ନୁହଁନ୍ତି ଆଉ ତାପରେ ସେମାନଙ୍କୁ ହୋଟେଲ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ।

ସୁଚନା ଅନୁଯାୟୀ କରୋନା ଭାଇରସ୍ କାରଣରୁ ମାର୍ଚ୍ଚ ମାସରେ ଚୀନର ରୁଲିଙ୍ଗ କମ୍ୟୁନିଷ୍ଟ ପାର୍ଟି ସଂସଦର ବାର୍ଷିକ ଅଧିବେଶନକୁ ସ୍ଥଗିତ ରଖିଥିଲା । ତେବେ ବର୍ତ୍ତମାନ ଏହାକୁ ପୁଣିଥରେ ଆରମ୍ଭ କରିବା ପାଇଁ ଚୀନ ଯୋଜନା କରୁଛି । ଯେଉଁ କାରଣରୁ ରବିବାର ହୋଟେଲରେ ପ୍ରବେଶ କରିବାକୁ ଥିବା ସମସ୍ତ ଲୋକ ନିଜର କରୋନା ନେଗେଟିଭ ରିପୋର୍ଟ ସହିତ ଗ୍ରୀନ୍ ହେଲଥ୍ କାର୍ଡ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଚାଇନା ସରକାର । ହୋଟେଲର ସ୍ୱାସ୍ଥ୍ୟ ପ୍ରବନ୍ଧନକୁ ସହଯୋଗ କରିବା ପାଇଁ ବେଜିଂରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି ।

ସୁଚନା ଅନୁଯାୟୀ ଦେଶରେ ସ୍ଥିତି ସୁଧାର ଆସିବା ଦେଖି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ଅଧିବେଶନ ଡାକିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ବେଜିଂରେ ଏବେବି ୧୭୨ ଟି ମାମଲା ରହିଥିବା ବେଳେ ସେଥିରୁ ୧୧୧ ଜଣଙ୍କର ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.