Below header

ରାଜ୍ୟରେ ୫୦ରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସୁସ୍ଥ ହୋଇ ଫେରିଛନ୍ତି ୧୨ଜଣ, ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେତୋଟି ନମୁନା ହୋଇସାରିଲାଣି ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ଗତକାଲି ୨୯୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯୬ଟି ନେଗେଟିଭ୍‌ ଆସିଥିଲା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୫୪୭ ନମୁନା ପରୀକ୍ଷା ହୋଇଥିବା ବେଳେ ୩୪୯୭ ନମୁନା ନେଗେଟିଭ୍‌ ଆସିଛି । ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଭୁବନେଶ୍ୱରରେ ୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

corona virusସୂଚନା ଅନୁସାରେ ଗତକାଲି ରାଜ୍ୟର ୧୦ କରୋନା ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଖବର ସାମ୍ନାକୁ ଅଆସିଥିଲା । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି । ଭଦ୍ରକରୁ ଦୁଇ ଜଣ ଏବଂ କଟକ, ଯାଜପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଭଲ ହୋଇଥିବା ଆକ୍ରାନ୍ତଙ୍କ ନମୁନା ବାରମ୍ବାର ପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା । ପୂର୍ବରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପଛରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବଡ ଅବଦାନ ରହିଛି । ଦିନ ରାତି ଏକ କରି ଆକ୍ରାନ୍ତଙ୍କ ଚିକିତ୍ସା କରି ସୁସ୍ଥ କରିଥିବାରୁ ଡାକ୍ତର ଓ ନର୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.