Below header

ସାରା ବିଶ୍ୱରେ ଏକ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ ଗଲାଣି କେତୋଟି ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଅଦ୍ରୁଶ୍ୟ ଶକ୍ତି ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ୧୦୧ ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହେ ମଧ୍ୟରେ ବଢିଛି ମୃତ୍ୟୁ ସଂଖ୍ୟା । ମାତ୍ର ଏକ ସପ୍ତାହ ମଧ୍ୟରେ ଅର୍ଦ୍ଧାଧିକ ଲୋକଙ୍କ ଜୀବନ ଯାଇଛି । ଇଟାଲୀରେ ସବୁଠୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏହା ତଳକୁ ରହିଛି ଆମେରିକା ।

coronaସେହିପରି ସ୍ପେନ୍‌ ଓ ଫ୍ରାନ୍ସରେ ମଧ୍ୟ କରୋନା କାୟା ମେଲାଇଛି । ବର୍ତ୍ତମାନ ସୁଦ୍ଧା ଇଟାଲୀରେ ୧୮ ହଜାର ୮୪୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ୧୮ ହଜାର ୭୪୭, ସ୍ପେନ୍‌ରେ ୧୬ ହଜାର ୮୧ ଓ ଫ୍ରାନ୍ସରେ ୧୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏହି ଅଦ୍ରୁଶ୍ୟ ଶତ୍ରୁ । କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ୧୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏଠାରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେହିପରି ସାରା ବିଶ୍ୱରେ ୩ ଲକ୍ଷରୁ ଅଧିକ ସୁସ୍ଥ ହୋଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.