ଆସିଲା କରୋନା ସର୍ଭେ ରିପୋର୍ଟ: ଲକ୍ ଡାଉନ୍ ବୃଦ୍ଧି କରାଇବା ପାଇଁ ଚାହୁଁଛନ୍ତି ଦେଶର ୮୮ ପ୍ରତିଶତ ଲୋକ

ଭାରତରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏପରିସ୍ଥଳେ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ ପ୍ରାୟ ୮୮ ପ୍ରତିଶତ ଭାରତୀୟ ଚାହୁଁଛନ୍ତି ଏହି ୨୧ ଦିନର ଲକ୍ ଡାଉନ ଅବଧିକୁ ବୃଦ୍ଧି କରାଯିବା ଆବଶ୍ୟକ ।

ଏହି ସର୍ଭେରେ ୪୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ଏଥିରେ ପ୍ରାୟ ୯୨ ପ୍ରତିଶତ ଲୋକ ମତ ଦେଇଥିଲେ ଯେ ପ୍ରାଇଭେଟ ଲ୍ୟାବରେ କରୋନା ଯାଞ୍ଚ ପାଇଁ ଅନୁମତି ଦେବା ଆବଶ୍ୟକ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ଲକ୍ ଡାଉନକୁ ଆଉ କିଛିଦିନ ପାଇଁ ବୃଦ୍ଧି କରାଯିବା ଏକ ଭଲ ପଦକ୍ଷେପ ରହିବ । COVID-19ର ପ୍ରକୋପରୁ ବଞ୍ଚିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଏହି ଲକ୍ ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଘୋଷଣା କରିଛନ୍ତି ।

ତେବେ ଓଡିଶା ଭାରତର ପ୍ରଥମ ଦେଶ ଯିଏକି ଲକ୍ ଡାଉନର ଅବଧିକୁ ପୁଣିଥରେ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ମଧ୍ଯ ଏହି ଅବଧିକୁ ବୃଦ୍ଧି କରାଇବା ନେଇ ଆଜି ଘୋଷଣା କରିବେ ବୋଲି ସୂଚନା ରହିଛି । ୱାର୍ଲ୍ଡ ରିପୋର୍ଟ ଅନୁଯାୟୀ ଭାରତରେ ବର୍ତ୍ତମାନ୍ ପର୍ଯ୍ୟନ୍ତ ୭୬୦୦ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୪୯ ଜଣ ଲୋକ ଏଥିରେ ମୃତ୍ୟୁବରଣ କରିସାରିଲେଣି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୮୭୫ ନୂଆ ମାମଲା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.