Facebook Messengerକୁ ମିଳିଲା ଷ୍ଟାର୍‌ ଓ୍ଵାର୍‌ ଥିମ୍‌ର ସପୋର୍ଟ, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍‌ ଇଫେକ୍ଟ

ଆଜିକାଲି ସମସ୍ତେ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ ବ୍ୟବହାର କରୁଛନ୍ତି। ଏହାସହ ୟୁଜରମାନେ ଏହି ପ୍ଲାଟ୍‌ଫର୍ମରେ ମେସେଞ୍ଜର୍‌ ଜରିଆରେ ନିଜ ସାଙ୍ଗସାଥୀମାନଙ୍କ ସହ କନେକ୍ଟ ରହୁଛନ୍ତି। ଏପରିସ୍ଥଳେ ଫେସ୍‌ବୁକ ମଧ୍ୟ ଲଗାତାର ମେସେଞ୍ଜର ବ୍ୟବହାର କରୁଥିବା ଲୋକଙ୍କ ଅନୁଭବକୁ ଆହୁରି ବଢ଼ାଇବା ପାଇଁ ନୂଆ ଫଚର ସବୁ ଆଣିବାରେ ଲାଗିଛି।

ଏବେ କମ୍ପାନୀ ମେସେଞ୍ଜର ପାଇଁ ଏକ ଖାସ୍‌ ଥିମ୍‌ ଆଣିଛି, ଯାହାକି ଲୋକପ୍ରିୟ ଫିଲ୍ମ ଷ୍ଟାର ଓ୍ଵାର୍ସ ଉପରେ ଆଧାରିତ। ୟୁଜରମାନଙ୍କୁ ଏହି ନୂଆ ଥିମ୍‌ରେ ଷ୍ଟିକର୍ସ, ରିଆକ୍ସନ ଏବଂ ଏଆର୍‌ ଇଫେକ୍ଟସ୍‌ର ସପୋର୍ଟ ମିଳିବ। କିନ୍ତୁ ଏହି ଥିମ୍‌କୁ ଭାରତୀୟ ୟୁଜରମାନେ ବର୍ତ୍ତମାନ ବ୍ୟବହାର କରିପାରିବେ ନାହିଁ। ତେବେ ସୂଚନା ମୁତାବକ, କମ୍ପାନୀ ଖୁବ୍‌ଶୀଘ୍ର ଏହାକୁ ଭାରତରେ ପ୍ରବେଶ କରାଇବ।

PHN66

ଫେସ୍‌ବୁକର ଷ୍ଟାର୍‌ ଓ୍ଵାର ଥିମ୍‌

ଫେସ୍‌ବୁକ ଏହି ଥିମ୍‌ ପାଇଁ ଜିଡ୍‌ନୀ ସହ ବୁଝାମଣା କରିଛି। ଏବେ ୟୁଜରମାନେ ଏହି ଥିମ୍‌ ଜରିଆରେ ନିଜ ମନ ପସନ୍ଦର ଷ୍ଟାର୍‌ ଓ୍ଵାର କ୍ୟାରେକ୍ଟରର ଓ୍ଵାଲ୍‌ପେପର ଲଗାଇପାରିବେ। ଏହାଛଡ଼ା ସେମାନଙ୍କୁ ଏଥିରେ ହସିବା, କାନ୍ଦିବା ସହ ରାଗ ପାଇଁ ଇମୋଜିର ସପୋର୍ଟ ବି ମିଳିବ।

PHN33

ଏମିତି ଓପନ୍‌ କରନ୍ତୁ ଥିମ୍‌

ଯଦି ୟୁଜରମାନେ ଲାଟେଷ୍ଟ୍‍ ଥିମ୍‌ ବ୍ୟବହାର କରିବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ସେମାନଙ୍କୁ ଫେସ୍‌ବୁକ ମେସେଞ୍ଜର ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଏହାପରେ ଆପ୍‌କୁ ଯାଇ ଥ୍ରେଡ୍‌ ନାମକ ଅପ୍‌ଶନ ଉପରେ ଟ୍ୟାପ୍‌ କରିବାକୁ ହେବ। ସେଠି ସେଟିଙ୍ଗ୍‌ ଖୋଲିଯିବ। ଏହି ସେଟିଙ୍ଗ୍‌ରେ ୟୁଜରଙ୍କୁ ଷ୍ଟାର୍‌ ଓ୍ଵାର୍‌ ବାଛିବାର ଅପ୍‌ଶନ ମିଳିଯିବ।

PHN1

ଷ୍ଟାର୍‌ ଓ୍ଵାର୍‌ ଫିଚରର ଏଆର୍‌ ଫିଚର ଅଟେ ଖାସ୍‌

ଏହି ନୂଆ ଥିମ୍‌କୁ ନେଇ ଫେସ୍‌ବୁକ କହିଛି, ୟୁଜରମାନଙ୍କୁ ଭିଡିଓ କଲ୍‌ରେ ଏଆର୍‌ ଫିଚରର ସପୋର୍ଟ ମିଳିବ। ଏହା ଜରିଆରେ ୟୁଜରମାନେ ମେସେଞ୍ଜର କ୍ୟାମେରାରେ ଏଆର୍‌ ଇଫେକ୍ଟ ସହ ଫଟୋ କ୍ଲିକ୍‌ କରିପାରିବେ। ତେବେ ଏଥିପୂର୍ବରୁ ଗୁଗଲ ମଧ୍ୟ ଏଆର୍‌ ଷ୍ଟିକର୍ସ ଜରିଆରେ ଷ୍ଟାର୍‌ ଓ୍ଵାର୍‌ ଫିଲ୍ମ ପ୍ରମୋଟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.