ଭାଇର ନିର୍ବନ୍ଧ ପାଇଁ ଏୟାରପୋର୍ଟରେ ହିଁ ପ୍ରସ୍ତୁତ ହେଲେ କରିନା କପୁର, ଦେଖନ୍ତୁ ଭାଇରଲ ଭିଡିଓ

ବଲିଉଡ ଅଭିନେତ୍ରୀ କରିନା କପୁର ଆଜିକାଲି ନିଜର ଫିଲ୍ମ ସୁଟିଂକୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି । ନିକଟରେ ଏହି ଅଭିନେତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ କରିନା ଏୟାରପୋର୍ଟରେ ମେକଅପ ନେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କରିନା କପୁରଙ୍କ ଭାଇ ଅରମାନ ଜୈନଙ୍କର ନିର୍ବନ୍ଧ ଥିଲା ସେଥିପାଇଁ କରିନା ନିଜ ବିଜି ସିଡ୍ୟୁଲ ମଧ୍ୟରୁ ସମୟ ବାହାର କରି ଏୟାରପୋର୍ଟରେ ରେଡି ହେଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।


ଏହି ଭିଡିଓରେ କରିନା କପୁର ଏୟାରପୋର୍ଟରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ମେକଅପ ଆର୍ଟିଷ୍ଟ ତାଙ୍କର ମେକଅପ କରୁଥିବା ବେଳେ ହେୟାର ଷ୍ଟାଇଲିସ ତାଙ୍କର ହେୟାର ଡିଜାଇନ କରୁଛନ୍ତି । ଭିଡିଓରେ କରିନା କପୁର କହୁଛନ୍ତି ଯେ ବାଙ୍ଗାଲୋର ଏୟାରପୋର୍ଟରେ ସେ ମେକଅପ କରାଉଛନ୍ତି । ଏହି ଭିଡିଓକୁ ତାଙ୍କର ଫ୍ୟାନ୍ସ କ୍ଲବ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯାହା ଉପରେ ତାଙ୍କର ଫ୍ୟାନ ମାନେ ଅନେକ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

Image result for goodnews movie

କରିନା କପୁର ଅତିଶୀଘ୍ର ଅକ୍ଷୟ କୁମାରଙ୍କ ସହିତ “ଗୁଡ଼ନ୍ୟୁଜ” ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଚଳିତ ମାସ ୨୭ ତାରିଖରେ ରିଲିଜ ହେବାକୁ ଯାଉଛି । ରାଜ ମେହେତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ‘IVF’ ବିଷୟ ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.