Below header

କମ୍ପାନୀ ଦେଲା ଅଦ୍ଭୁତ୍‌ ଅଫର୍‌, କିନ୍ତୁ ଲୋକ ଗୋଆ ଟ୍ରିପ୍‌ ବଦଳରେ ବାଛିନେଲେ ମାଗଣା ପିଆଜ

ପାକିସ୍ତାନରେ ଜଣେ ବଧୂ ଟମାଟର ଜୁଏଲାରୀ ପିନ୍ଧିବା ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ଏବେ ଆଉ ଏକ ଖବର ଟ୍ରେଣ୍ଡରେ ଚାଲିଛି। ଏବେ ଆଉ ଏକ କୌତୁହଳ ଖବର ସାମ୍ନାକୁ ଆସିଛି। ଯେଉଁଠି ଗୋଟେ କମ୍ପାନୀ ତା’ର କଷ୍ଟମରମାନଙ୍କ ପାଇଁ ଗୋଆ ଟ୍ରିପ୍‌ ଅଫର ଦେଇଥିବା ବେଳେ, ସେମାନେ ଏହାକୁ ଛାଡି ମାଗଣା ପିଆଜକୁ ଚୟନ କରିଛନ୍ତି। ଆପଣମାନେ ତ ଜାଣିଛନ୍ତି, ପିଆଜ ଦର ଏବେ ଆକାଶଛୁଆଁ। ତେଣୁ କର୍ମଚାରୀମାନେ ନିଜ ପତ୍ନୀଙ୍କୁ ଖୁସି କରିବାକୁ ନିଜ ଖୁସିକୁ ଜଳାଞ୍ଜଳି ଦେଇ ମାଗଣା ପିଆଜକୁ ଚୟନ କରିଛନ୍ତି।

onion

ଭାରତର ଅଧିକାଂଶ ସ୍ଥାନରେ ପିଆଜ ମୂଲ୍ୟ ୧୫୦ଟ. ଉପରେ। ଏକ ଅନଲାଇନ ବସ୍‌ ଟିକେଟିଂ କମ୍ପାନୀ Abhibusdotcom ଟିକେଟ ବୁକ୍‌ କରୁଥିବା କଷ୍ଟମରମାନଙ୍କ ପାଇଁ କିଛି ଉପହାର ଦେବାକୁ ଲିଷ୍ଟ ପ୍ରସ୍ତୁତ କରିଥିଲେ। ଏହି ଲିଷ୍ଟରେ ଗୋଆ ଟ୍ରିପ, ଆଇଫୋନ କିମ୍ବା ଇ ବାଇକ୍‌ ଭଳି ଜିନିଷ ରଖାଯାଇଥିଲା। କିନ୍ତୁ ଲୋକଙ୍କ ଆଗ୍ରହ ଦେଖି କମ୍ପାନୀ ଏଥିରେ ଆଉ ଏକ ଆଗ୍ରହୀ ଅଫର ଦେବାକୁ ନିଷ୍ପତ୍ତି ନେଲା। କମ୍ପାନୀ ଏହି ତାଲିକାରେ ପିଆଜକୁ ସାମିଲ କରାଇଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଅଧିକାଂଶ ଲୋକ ଗୋଆ ଟ୍ରିପ୍‌ ବଦଳରେ ପିଆଜ ନେବାକୁ ଆଗ୍ରହୀ ପ୍ରକାଶ କଲେ।

goa

୧୫ ଡିସେମ୍ବର ପର୍ଯ୍ୟନ୍ତ ଏହି କମ୍ପାନୀରୁ ଟିକେଟ ବୁକ୍‌ କରିଥିବା ଗ୍ରାହକ ଏହି ପ୍ରତିଯୋଗିତାରେ ଭାଗ ନେବା ସହ ମନଇଚ୍ଛା ଅପସନ ମଧ୍ୟ ବାଛିପାରିବେ। ପ୍ରତିଦିନର ୨୦ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୩ କିଲୋ ପିଆଜ ଜିତିବାର ମୌକା ମିଳିବ। ଏହି ଅଫର ଆସିବା ପରେ ୫୪ ପ୍ରତିଶତ ଲୋକ ପିଆଜକୁ ବାଛିଥିବା ବେଳେ ଗୋଆ ଟ୍ରିପ୍‌ ପାଇଁ ୪୬ ପ୍ରତିଶତ ଲୋକ ଚୟନ କରିଛନ୍ତି। ଯଦି ଆପଣ, ଏହି ସ୍ଥାନରେ ରହିଥାନ୍ତେ, କ’ଣ ଚୟନ କରିଥାନ୍ତେ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.