ଦେଖନ୍ତୁ ଟଙ୍କା ନେଇ କେମିତି ଫିଲ୍ମ ପ୍ରମୋଶନ କରୁଛନ୍ତି କପିଲ୍‌ ଶର୍ମା, ଭିଡିଓରେ ଖୋଲିଲା ରାଜ୍‌

କପିଲ୍‌ ଶର୍ମାଙ୍କ ଶୋ’ ଟିଭିର ଏକ ଲୋକପ୍ରିୟ ଶୋ’। ଏହାର ଲୋକପ୍ରିୟତାକୁ ନଜରରେ ରଖି ସବୁ ବଡ଼ ବଡ଼ ଫିଲ୍ମର ପ୍ରମୋଶନ ଏଠାରେ କରାଯାଇଥାଏ। ସେଲିବ୍ରିଟିମାନେ ମଧ୍ୟ କପିଲ୍‌ ଶର୍ମାଙ୍କ ଶୋ’କୁ ଆସିବା ପାଇଁ ବହୁତ ଉତ୍ସୁକ ଥାଆନ୍ତି। ଏଥର ଶୋ’ରେ ଅଭିନେତା ଅଜୟ ଦେବ୍‌ଗନ ନିଜର ଆଗାମୀ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ୍‌ ଓ୍ଵାରିୟର’ ଅବସରରେ ପହଞ୍ଚିଥିଲେ । ଏହି ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

kapi2

କଥାଟି ହେଲା, ଭିଡିଓରେ କପିଲ୍‌ ‘ତାନାଜୀ: ଦ ଅନ୍‌ସଙ୍ଗ୍‌ ଓ୍ଵାରିୟର’ର ଖୁବ୍‌ ପ୍ରଶଂସା କରୁଛନ୍ତି। ଆଉ ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଅପିଲ କରୁଛନ୍ତି। ଏହାରି ଭିତରେ ଅଜୟ ଦେବ୍‌ଗନ ଆସୁଛନ୍ତି ଏବଂ କ୍ୟାମେରା ଆଡ଼କୁ ଇଶାରା କରି କହୁଛନ୍ତି, ‘ଏହାକୁ ବନ୍ଦ କରନ୍ତୁ’। ଅଜୟ ଦେବଗନ୍‌ ଫିଲ୍ମ ପ୍ରମୋଶନ ବଦଳରେ କପିଲ୍‌ଙ୍କୁ ପଇସା ଧରାଉଛନ୍ତି ଏବଂ ଧନ୍ୟବାଦ ଦେଉଛନ୍ତି।

kapi3

ଅଜୟ ଦେବଗନ୍‌ ପଇସା ଦେବା ପରେ କପିଲ୍‌ ଶର୍ମା କହୁଛନ୍ତି, ‘୧୨୦୦ରେ ଆମର ଡିଲ୍‌ ହୋଇଥିଲା’। ଏହା ଉପରେ ଅଜୟ ଦେବ୍‌ଗନ ତାଙ୍କୁ ଏତିକି ପଇସାରେ ଆଡ୍‌ଜଷ୍ଟ କରିବାକୁ କହୁଛନ୍ତି। ଏହାପରେ କପିଲ୍‌ ପଇସାକୁ ପକେଟ୍‌ରେ ରଖିଦେଉଛନ୍ତି ଏବଂ ଚାଲିଯାଉଛନ୍ତି। ଏବେ ଆମେ ଆପଣଙ୍କୁ ଏହି ଭିଡିଓର ପ୍ରକୃତ ସତ କହିବାକୁ ଯାଉଛୁ।

କପିଲ୍‌ ଶର୍ମା ଇନ୍‌ଷ୍ଟାଗ୍ରାମରେ ନିଜେ ଏହି ଭିଡିଓକୁ ଶେୟାର କରିଛନ୍ତି ଏବଂ ଫ୍ୟାନ୍‌ମାନଙ୍କ ପାଇଁ ଫନି ମୁଭ୍‌ମେଣ୍ଟ ପ୍ରସ୍ତୁତ କରିଛନ୍ତି। ଫ୍ୟାନ୍‌ମାନେ ତାଙ୍କର ଏହି ଭିଡିଓ ଉପରେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.