ପିଲାକୁ ଛାଡ଼ି ବାହାରକୁ ଯିବାର ଅଛିତ? ଏମିତି କରନ୍ତୁ, ପିଲା ଭାବିବ ମା ମୋ ପାଖରେ ଅଛି

ଜାପାନରେ ଜଣେ ମହିଳା ଘରେ ନିଜ ଆକୃତିର ଏକ କଟଆଉଟ(ପେପରରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି) ତିଆରି କରିଛନ୍ତି ଯାହାଦ୍ୱାରା ଯେତେବେଳେ ସେ ବାହାରକୁ ଯିବେ ତାଙ୍କ ପିଲା ଆଉ କାନ୍ଦିବ ନାହିଁ ଏବଂ ଘରେ ତାଙ୍କର ଅବସ୍ଥିତିକୁ ଅନୁଭବ କରିପାରିବ । ସେତୋ ନେଜି ନାମକ ଏହି ମହିଳା ତାଙ୍କର ଏହି ଫଟୋ ଏବଂ ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି । ଘର ଭିତରେ ମା’ଙ୍କର ଦୁଇଟି ବଡ଼ ବଡ଼ କଟଆଉଟ ରଖାଯାଇଛି ଯାହା ଆଗରେ ତାଙ୍କର ଏକ ବର୍ଷର ପୁଅ ନିଜ ଖେଳନା ସହିତ ଖେଳୁଥିବା ଦେଖାଯାଇଛି ।


ୟୁଜରଙ୍କ କହିବା ଅନୁଯାୟୀ ପିଲାକୁ କାନ୍ଦିବାରୁ ରୋକିବା ପାଇଁ ମାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ୟୁନିକ ଉପାୟ ସବୁଠାରୁ ବେଷ୍ଟ ଅଟେ । ଏହାଦ୍ୱାରା ପିଲାକୁ ଲାଗିବ ଯେ ମା ସବୁବେଳେ ତାର ଆଖପାଖରେ ରହିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଉପରେ ଅନେକ ପ୍ରକାର କମେଣ୍ଟ ଦେଖିବାକୁ ମିଳିଛି । ଏହାକୁ ଅଧିକାଂଶ ଲୋକ ତାରିଫ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ଦେଖାଯାଇଛି ଯେ ମା ବାହାରକୁ ଯିବା ପୂର୍ବରୁ ଘରର ମୁଖ୍ୟ ଦୁଆର ପାଖରେ ନିଜର କଟଆଉଟକୁ ରଖି ଦେଉଛନ୍ତି । ଏହି ସମୟରେ ପିଲାଟି ଖେଳନା ସହିତ ଖେଳିବାରେ ଲାଗିଛି । ମହିଳା ଜଣକ ଘରେ ଦୁଇଟି କଟଆଉଟ ରଖିଛନ୍ତି । ଗୋଟାଏରେ ସେ ଠିଆ ହୋଇଥିବା ବେଳେ ଅନ୍ୟଟିରେ ସେ ଆଣ୍ଠୁମାଡି ବସିଥିବା ଦେଖାଯାଇଛି । ଦୁଇଟି ଯାକ କଟଆଉଟକୁ ପିଲାଠାରୁ ଦୁରେଇ ରଖାଯାଇଛି ଯାହାଦ୍ୱାରା ପିଲାଟି କେବଳ ଏହାକୁ ଦେଖିପାରିବ ଏବଂ ତା ପାଖରେ ପହଂଚି ପାରିବ ନାହିଁ । ଏହି କଟଆଉଟକୁ ସୁପରମାର୍କେଟରେ ଫ୍ଲେକ୍ସ ଏବଂ ବୋର୍ଡ ତିଆରି କରୁଥିବା ଲୋକମାନେ ପ୍ରସ୍ତୁତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.