Below header

କ୍ରୁରତାରେ ଶେଷ ସୀମା, ପ୍ରଥମେ ମାରିଲେ ଆଉ ତା’ପରେ କାଟିନେଲେ ମୁଣ୍ଡ ଏବଂ ପଞ୍ଝା

ମଣିଷ ସବୁବେଳେ ବର୍ବରତା ଏବଂ କ୍ରୁରତାରେ ଏତେ ତଳକୁ ଖସିଗଲାଣି ଯେ, କେତେବେଳେ କ’ଣ କରୁଛି, ତାହା ଜାଣିପାରୁନାହିଁ। ଦୁଷ୍କର୍ମ, ହତ୍ୟା ଠାରୁ ଆରମ୍ଭ କରି ପଶୁମାନଙ୍କ ପ୍ରତି ଅମାନବିକତା ଦେଖାଇବା ଶେଷ ସୀମାରେ ପହଞ୍ଚିଛି। ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଆପଣ ଏହି ଫଟୋ ଦେଖିଲା ମାତ୍ରେ ଭାଙ୍ଗିପଡିବେ ନିଶ୍ଚିତ। ଏଠାରେ କିଛି ସ୍ୱାର୍ଥନେ୍ଵସୀ ଲୋକ ପଇସା ପାଇଁ ପ୍ରଥମେ ଚିତାବାଘକୁ ମାରିବା ଏବଂ ତା’ ପରେ ମୁଣ୍ଡ ଏବଂ ପଞ୍ଝା କାଟିନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

leo

ଜଣେ ଆଇଏଫ୍‌ ଏସ୍‌ ଅଫିସର ପ୍ରବୀନ କାସବାନ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ଚିତାବାଘର ଏହି ଶବକୁ ସେ ମହାରାଷ୍ଟ୍ରର ଏକ ସଡକରେ ପଡିଥିବା ଦେଖିବାକୁ ପାଇଥିଲେ। ଯାହାର ମୁଣ୍ଡ ଏବଂ ପଞ୍ଝା କଟାହୋଇଥିଲା।, ତା’ର ନଖ, ଦାନ୍ତ ଇତ୍ୟାଦିକୁ ବଜାରରେ ବିକ୍ରି କରି ଦଲାଲମାନେ ମାଲାମାଲ ହେବ। ଏହା ଲୋକମାନଙ୍କ ନିତ୍ୟ ବ୍ୟବହୃତ ପ୍ରଡକ୍ଟରେ ବ୍ୟବହାର କରାଯିବ। ତେଣୁ ସମସ୍ତେ ଏପରି ପ୍ରଡକ୍ଟକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ପ୍ରବୀନଙ୍କ ଏହି ଟ୍ଵିଟ୍‌ରେ ଲୋକମାନେ କମେଣ୍ଟ ଦେଉଛନ୍ତି। ଲୋକ ରାଗରେ ଏଭଳି ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି। ଏହି ଟ୍ଵିଟ୍‌ ଏବେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.