ପିଲା ଦିନର ସ୍ୱପ୍ନ ସାକାର ହେଲା: ଭୁବନେଶ୍ୱର କିସ୍ ବୁଲି ଦେଖିଲେ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲର ଫଟୋଜେନିକ ସାନ୍ତ୍ୱନା ବି. ସିମ୍ରନ

ଭୁବନେଶ୍ୱର: ପିଲା ଦିନର ସ୍ୱପ୍ନ ସାକାର ହେଲା । ଭୁବନେଶ୍ୱରସ୍ଥିତ କିସ୍ ବୁଲି ଦେଖିଲେ ଇଣ୍ଡୋନେସିଆ ଜାକର୍ତ୍ତରେ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲର ଫଟୋଜେନିକ ମୁକୁଟ ବିଜେତା ମିସ୍ ସାନ୍ତ୍ୱନା ବି. ସିମ୍ରନ। ଗୋଟେ ସ୍ଥାନରେ ଓଡ଼ିଶାର କୋଣଅନୁକୋଣ ଏବଂ ଗ୍ରାମାଞ୍ଚଳର ଏତେ ସଂଖ୍ୟକ ପିଲାଙ୍କୁ ଏକସଂଗେ ଦେଖି ଆତ୍ମବିଭୋର ହୋଇପଡିଥିଲେ । କିସ୍ ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଥିଲେ। ଏହାସହ ପାରମ୍ପରିକ କୋରାପୁଟିଆ ବାଜାର ତାଳେ ତାଳେ ପିଲାଙ୍କ ସହ ନିଜେ ମଧ୍ୟ ନାଚିଥିଲେ । ପିଲାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ସାମଗ୍ରୀ, ପିଲାଙ୍କ ପ୍ରତିଭା, ଶୃଙ୍ଖଳା ଓ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପିଲାଦିନରୁ କିସ୍ ଦେଖିବା ସ୍ୱପ୍ନ ସାକାର ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ । କିସ୍ ଓ କିଟର ଶିକ୍ଷଣୀୟ ବ୍ୟବସ୍ଥା ନେଇ ସାସଂଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଭିନବ ଉଦ୍ୟମ ଓ ପ୍ରଚେଷ୍ଠା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.