ଜାଣନ୍ତୁ YouTube ଭିଡିଓର ୧୦୦୦ ଭ୍ୟୁଜରେ କେତେ ଟଙ୍କା ଇନକମ କରିପାରିବେ

ଲୋକମାନେ ସ୍ମାର୍ଟ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି । ତେବେ YouTube ଆସିବା ଦିନଠାରୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଘରେ ବସି ନିଜ କଣ୍ଟେଟ ମାଧ୍ୟମରେ ଟଙ୍କା ରୋଜଗାର କରିପାରୁଛନ୍ତି । YouTubeରୁ ଆପଣ କେତେ ରୋଜଗାର କରିପାରିବେ ତାହା ଭ୍ୟୁଜ ଏବଂ ଭିଡିଓରେ ଚାଲୁଥିବା Ads ଉପରେ ନିର୍ଭର କରେ ।

ଟଙ୍କା ରୋଜଗାର କରିବା ପାଇଁ ମଣିଷ ବହୁତ ପରିଶ୍ରମ କରେ । କିନ୍ତୁ ଆଜି ଟେକ୍ନୋଲୋଜି ଏପରି ହୋଇଛି ଯେ, ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ୁନାହିଁ । ଲୋକମାନେ ସ୍ମାର୍ଟ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି । ତେବେ YouTube ଆସିବା ଦିନଠାରୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଘରେ ବସି ନିଜ କଣ୍ଟେଟ ମାଧ୍ୟମରେ ଟଙ୍କା ରୋଜଗାର କରିପାରୁଛନ୍ତି । ଅନେକ ୟୁଟ୍ୟୁବର୍ସ ଏପରି ଅଛନ୍ତି ଯେଉଁମାନଙ୍କୁ YouTube ଏକ ପ୍ଲାଟଫର୍ମ ଦେଇଛି ଏବଂ ସେମାନେ ଆଜି ଅନ୍ୟାନ୍ୟ କ୍ଷେତ୍ର ଯେପରିକି ବଲିଉଡ ଏବଂ ଫାଇନନ୍ସରେ ମଧ୍ୟ କାମ କରିବାକୁ ଲାଗିଛନ୍ତି । YouTubeର ପୋଟେନ୍ସିଆଲକୁ ଦେଖି ବର୍ତ୍ତମାନ ଯେକୌଣସି ବ୍ୟକ୍ତି YouTubeରେ ଚ୍ୟାନେଲ ଖୋଲିବା ବିଷୟରେ ଭାବୁଛନ୍ତି । YouTube ଚ୍ୟାନେଲକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ । ତେବେ ଏହି ପ୍ରଶ୍ନ ମଧ୍ୟରୁ ଏକ ପ୍ରଶ୍ନ ହେଉଛି ୧୦୦୦ ଭ୍ୟୁଜରେ କେତେ ଟଙ୍କା ଇନକମ କରିପାରିବେ ।

ଆଜି ଆମେ ଆପଣଙ୍କୁ ଜଣାଇବୁ YouTube କିଭଳି ପେମେଣ୍ଟ କରିଥାଏ । ଅର୍ଥାତ ଆପଣଙ୍କୁ କେତେ ଭ୍ୟୁଜରେ କେତେ ଟଙ୍କା ମିଳେ । YouTubeରୁ ଆପଣ କେତେ ରୋଜଗାର କରିପାରିବେ ତାହା ଭ୍ୟୁଜ ଏବଂ ଭିଡିଓରେ ଚାଲୁଥିବା Ads ଉପରେ ନିର୍ଭର କରେ । ଅନେକ ସ୍ଥାନରେ ଦାବି କରାଯାଇଛି ଯେ, YouTube ୧୦୦୦ ଭ୍ୟୁଜ ପାଇଁ ୧୫୦୦ ଟଙ୍କା ଦେଇଥାଏ । ଅନେକ ସ୍ଥାନରେ ଏହି ଟଙ୍କା ୧୦୦୦ ଥାଏ ବୋଲି ଦାବି କରାଯାଏ । କିନ୍ତୁ ଏମିତି ହୋଇନଥାଏ । ତେବେ ଆପଣଙ୍କ ରୋଜଗାର ଭ୍ୟୁଜରୁ ହିଁ ମିଳିଥାଏ କିନ୍ତୁ ଏଥିରେ Adsର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

ଯଦି କୌଣସି ଏକ ଭିଡିଓରେ ୧୦,୦୦୦ ଭ୍ୟୁଜ ଆସିଛି ଏବଂ ସେଥିରେ Ads କମ ଚାଲିଛି କିମ୍ବା Adsକୁ ସ୍କିପ କରାଯାଇଛି ତେବେ ଏପରିସ୍ଥଳେ ଆପଣଙ୍କ ରୋଜଗାର କମ ହୋଇଯିବ । ଅନ୍ୟପଟେ ଯଦି ଆପଣଙ୍କ ଭିଡିଓରେ ୫୦୦୦ କିମ୍ବା ୨୦୦୦ ଭ୍ୟୁଜ ଆସିଛି କିନ୍ତୁ ସେହି ଭିଡିଓରେ ଚାଲୁଥିବା Adsର ମୂଲ୍ୟ ଅଧିକ ଏବଂ ସମସ୍ତେ ଏହାକୁ ଦେଖିଛନ୍ତି, ତେବେ ଏହି କ୍ଷେତ୍ରରେ ୨୦୦୦ ଭ୍ୟୁଜ ପାଇଥିବା ଭିଡିଓର ଇନକମ ୧୦,୦୦୦ ଭ୍ୟୁଜର ଭିଡିଓରୁ ଅଧିକ ହେବ ।

ତେବେ ୧୦୦୦ ଭ୍ୟୁଜ ପାଇଁ YouTube କେତେ ଟଙ୍କା ଦେଇଥାଏ ତାହା ତ ଆପଣମାନେ ଜାଣିବାକୁ ଚାହୁଁଥିବେ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର କଣ । ୨୦୨୨ର ତଥ୍ୟ ଅନୁଯାୟୀ ଆରମେରିକାର ୟୁଟ୍ୟୁବର୍ସ ମାସକୁ ପ୍ରାୟ ୪୬୦୦ ଡଲାର ଅର୍ଥାତ ୩, ୭୭, ୨୩୪ ଟଙ୍କା ରୋଜଗାର କରିଛନ୍ତି । ତେବେ କ୍ରିଏଟର୍ସମାନଙ୍କୁ ୧୦୦୦ ଭ୍ୟୁଜ ପାଇଁ କମ୍ପାନୀ ୧୮ ଡଲାର ଅର୍ଥାତ ୧୫୫୮ ଟଙ୍କା ଦେଇଥାଏ । ଧ୍ୟାନରେ ରଖନ୍ତୁ ଆପଣଙ୍କ ଇନକମ କଣ୍ଟେଟ Ads ଏବଂ ଭ୍ୟୁଜ ଉପରେ ନିର୍ଭର କରେ । ଆପଣ କେଉଁ କାଟାଗୋରିରେ କଣ୍ଟେଟ କରୁଛନ୍ତି ତାହା ମଧ୍ୟ ପେମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଅଂଶ ।

ତେବେ ଯଦି ଆପଣ ହଣାକଟା ସହ ଜଡ଼ିତ ଖବର ବା ଭିଜୁଆଲ ଅପଲୋଡ କରୁଛନ୍ତି ତେବେ ଏଥିରେ ରେଭେନ୍‌୍ୟୁ ଆପେ ଆପେ କମ ହୋଇଯାଏ ଏବଂ ଏହା ଲିମିଟେଡ ସେକ୍ସନକୁ ଚାଲିଯାଏ । ଅନ୍ୟପଟେ ଯଦି ଆପଣ କମେଡି ଭିଡିଓ ଅପଲୋଡ କରୁଛନ୍ତି ତେବେ ଏଥିରେ ଭଲ ଇନକମ କରିହେବ । ଯଦି ଆପଣ ନିଜର ୟ୍ୟୁଟ୍ୟୁବ ଚ୍ୟାନେଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ତେବେ ଧ୍ୟାନ ରଖନ୍ତୁ କଣ୍ଟେଟ ଅରିଜିନାଲ ହେଉ । ଯଦି ଆପଣ ପରିଶ୍ରମ କରି ଠିକ କଣ୍ଟେଟ ଲୋକମାନଙ୍କ ପାଖରେ ପହଞ୍ଚାଇବେ ତେବେ ଆପଣ ମାସିକ ୫ ଡିଜିଟ ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.