ବର୍ଷାରେ ବେହାଲ ମାଲକାନଗିରି: ସମସ୍ତ ବ୍ରିଜ୍‌ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଜିଲ୍ଲା । ମୋଟୁ ଠାରୁ ରାଞ୍ଚି ବିଜୟୱାଡା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୁଇଗୁର ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି।

ମାଲକାନଗିରି (କେନ୍ୟୁଜ): ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଜିଲ୍ଲା । ବିଭିନ୍ନ ପୋଲ ଉପରେ ଚାଲୁଛି ପାଣି । ମୋଟୁ ଠାରୁ ରାଞ୍ଚି ବିଜୟୱାଡା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୁଇଗୁର ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଉଭୟ ପାର୍ଶ୍ୱରେ ଅଟକି ରହିଛି ଯାନବାହାନ ।

ସେପଟେ ଗୋଦାବରୀ ନଦୀ ବଢିବାରେ ଲାଗିଛି । ଜଳସ୍ତର ବୃଦ୍ଧି ପାଇ ୫୧ ଫୁଟ୍‌ରେ ପହଂଚିଛି । ଯାହାକି ଦ୍ୱିତୀୟ ବିପଦ ସଙ୍କେତ ପାର ହୋଇ ତୃତୀୟ ବିପଦ ସଙ୍କେତକୁ ପହଂଚିବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.