Below header

ଖେଳଣା ଭଳି ଦିଶୁଥିବା ଏହି ଟେଲିଫୋନ୍‌ରେ ଆପଣ କଲ୍‌ ବି କରିପାରିବେ, ଜାଣନ୍ତୁ ଏହାର ଫିଚର ବିଷୟରେ

ଖେଳଣା ତିଆରି କରୁଥିବା କମ୍ପାନୀ Fisher-Price ଏବେ ଏକ ନୂଆ ଟୟ ଟେଲିଫୋନ୍‌ ନିର୍ମାଣ କରିଛି, ଯାହା ଆପଣଙ୍କୁ ପିଲାବେଳକୁ ନେଇଯିବ। ଆପଣ ଭାବୁଥିବେ ଖେଳଣା କମ୍ପାନୀ ତ ଖେଳଣା ତିଆରି କଲା, କିନ୍ତୁ ଏଥିରେ ଟେକ୍ନୋଲୋଜି କୁଆଡ଼ୁ ଆସିଲା। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫୋନ୍‌ ୯୦ ଦଶକରେ ଆମେ ଘରେ ବ୍ୟବହାର କରୁଥିବା ଟେଲିଫୋନ୍‌ ଭଳି ଦିଶୁଥିଲେ ମଧ୍ୟ ଏଥିରେ ସତସତିକା କଲ୍‌ ବି କରି ହେବ। ଏହି କଲରଫୁଲ୍‌ ଟୟ ଟେଲିଫୋନ୍‌ ବ୍ଲ୍ୟୁଟୁଥ୍‌ କନେକ୍ଟିଭିଟି ସହ ଆସୁଛି। ଏଥିରେ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଫୋନ୍‌କୁ ପେୟାର କରିହେବ।

Fisher-Price ନିଜ ୬୦ ତମ ବାର୍ଷିକ ଉତ୍ସବରେ Chatter Telephone ନାମକ ଏକ ଟୟ ଟେଲିଫୋନ୍‌ ଲଞ୍ଚ୍‌ କରିଛି। ଏହା ବ୍ଲ୍ୟୁଟୁଥ୍‌ କନେକ୍ଟିଭିଟି ସହ ଆସୁଛି। ଦେଖିବାକୁ ଏହା ଏକ ଛୋଟ ପିଲାଙ୍କ ଖେଳଣା ଭଳି। କିନ୍ତୁ ଏହାକୁ ବ୍ୟବହାର ମଧ୍ୟ କରିପାରିବେ। ଏଥିରେ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଫୋନ୍‌କୁ ପେୟାର କରିବା ସୁବିଧା ମିଳୁଛି। ଫଳରେ ୟୁଜର ନିଜ ମୋବାଇଲକୁ ଆସୁଥିବା କଲ୍‌କୁ ଏହି ଟେଲିଫୋନ୍‌ ଜରିଆରେ ଉଠାଇପାରିବେ। ଏଥିସହ ଏହା ମାଧ୍ୟମରେ ଅନ୍ୟମାନଙ୍କୁ କଲ୍‌ ବି କରିହେବ।

ସବୁଠୁ ମଜାକଥା ହେଉଛି ଏଥିରେ ଥିବା ଗୋଲ ଡାଏଲ୍‌ କାମ କରୁଛି। ଯଦି ଆପଣ କାହାକୁ ସ୍ମାର୍ଟଫୋନ୍‌ ମାଧ୍ୟମରେ କଲ୍‌ କରିବାକୁ ଚାହୁଁଛନ୍ତି, ତେବେ ଏହି ଟେଲିଫୋନ୍‌ର ଗୋଲ ଡାଏଲ ଜରିଆରେ ନମ୍ବର ଚିପିପାରିବେ। ଏଥିରେ ଲାଲ୍‌ ରଙ୍ଗର ବଟନ୍‌ ମଧ୍ୟ ଦିଆଯାଇଛି, ଯାହା ସ୍ପିକର ଭଳି କାମ ଦେବ। ସ୍ପିକର ଅନ୍‌ କରିବାକୁ ଚାହୁଁଥିଲେ ଏହି ବଟନ ଚିପି ପାରିବେ। ସେହିଭଳି ଅଫ୍‌ କରିବା ପାଇଁ ମଧ୍ୟ ଆପଣ ଏହି ବଟନ୍‌ ବ୍ୟବହାର କରିପାରିବେ।

Chatter Telephone ର ଫିଚର:

ଏଥିରେ ୫୦୦mAh କ୍ଷମତାଯୁକ୍ତ ବ୍ୟାଟେରୀ ରହିଛି। କମ୍ପାନୀର କହିବାନୁସାରେ, ଏହା ୯ ଘଣ୍ଟା ଯାଏଁ ଟକ୍‌ ଟାଇମ୍‌ ଦେବ। ଏହାର ପଛପଟେ ଏକ ଚାର୍ଜିଂ ପଏଣ୍ଟ ଦିଆଯାଇଛି। ବ୍ଲ୍ୟୁଟୁଥ୍‌ର ରେଞ୍ଜ୍‌ ୧୫ ଫୁଟ୍‌। Chatter Telephone with Bluetooth କୁ କେବଳ ଆମେରିକାରେ ଲଞ୍ଚ୍‌ କରାଯାଇଛି ଓ ଏହାର ଦାମ୍‌ ୬୦ ଡଲାର ବା ପାଖାପାଖି ୪୫୦୦ ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ Best Buy ରୁ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.