Below header

ପୁରୀ ବାସିନ୍ଦାଙ୍କ ପାଇଁ ସୁରୁଖୁର ଦର୍ଶନ ବ୍ୟବସ୍ଥା, ଖୋଲା ରହିବ ଶ୍ରୀମନ୍ଦିରର ଦୁଇଟି ଦ୍ବାର

ପୁରୀ(କେନ୍ୟୁଜ):  ଶ୍ରୀମନ୍ଦିରରେ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ପଶ୍ଚିମ ଦ୍ୱାରରେ ହେବ ପ୍ରବେଶ ବ୍ୟବସ୍ଥା । ଆଧାର କାର୍ଡ ଓ ଦୁଇ ଡୋଜ୍‌ ଟିକା ନେଇଥିବା ରିପୋର୍ଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ଏହି ନୂଆ ବ୍ୟବସ୍ଥା । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ଏଣିକି ପୁରୀବାସୀ ସିଂହଦ୍ୱାର ସମେତ ପଶ୍ଚିମଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।

ଆଜି ବସିଥିବା ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ ଦାବି ସମ୍ପର୍କରେ ସ୍ଥାନୀୟ ଲୋକ ଓ ବହୁ ସଂଗଠନ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ l ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ବର୍ତ୍ତମାନ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଫଳରେ ପ୍ରତିଦିନ ଶ୍ରୀମନ୍ଦିର ଯାଉଥିବା ପୁରୀ ବାସିନ୍ଦାଙ୍କୁ ବହୁ ସମୟ ବ୍ୟାରିକେଡ୍‌ ଭିତରେ ଅପେକ୍ଷl କରିବାକୁ ପଡୁଛି ।

ବୈଠକରେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଡ୍ରେସ୍‌ କୋର୍ଡ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନେ କେଉଁ ରଂଗର ଡ୍ରେସ କୋର୍ଡ ପନ୍ଧିବେ ସେ ନେଇ ଆଗାମୀ ବୈଠକରେ ନିଷ୍ପତ୍ତି ହେବ। ଦୀପାବଳି ପରଠାରୁ ଶ୍ରୀମନ୍ଦିର କର୍ମଚାରୀଙ୍କ ପାରମ୍ପରିକ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଯିବେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.