Below header

ୟୁଜରଙ୍କ ପାଇଁ “ୟୁ ଟ୍ୟୁବ” ଲଞ୍ଚ କଲା ନୂଆ ଫିଚର, ଭିଡିଓ ଦେଖିବା ସମୟରେ ଏବେ ଆହୁରି ମଜା ଲାଗିବ

ବିଶ୍ୱର ସର୍ବାଧିକ ଲୋକପ୍ରିୟ ଚ୍ୟାନେଲ “ୟୁ ଟ୍ୟୁବ” ନିଜ ପ୍ଲାଟଫର୍ମରେ “ନ୍ୟୁ ୟୁ ଟ୍ୟୁବ” ନାମରେ ଏକ ଟ୍ୟାବକୁ ଲଞ୍ଚ କରିଛି । ଗତ କିଛି ମାସ ହେବ କମ୍ପାନୀ ଏନେଇ ପ୍ରୟାସ ଜାରି ରଖିଥିବା ନେଇ ଶୁଣିବାକୁ ମିଳୁଛି । ୟୁ ଟ୍ୟୁବ ହୋମ ପେଜରେ ଏହି ନୂଆ ଟ୍ୟାବକୁ ଲଞ୍ଚ କରାଯାଇଥିବା ନେଇ ସୂଚନା ମିଳିଛି । ଯାହାକୁ ମୋବାଇଲ, ଡେସ୍କଟପ କିମ୍ବା ଟିଭି ଡ଼ିଭାଇସ ଗୁଡିକରେ ସହଜରେ ଦେଖିହେବ । ଏହି ତଥ୍ୟ ଟେକକ୍ରଞ୍ଚ ତରଫରୁ ଜାରି କରାଯାଇଛି । ୟୁ ଟ୍ୟୁବ ଅଧିକ୍ଷକଙ୍କ କହିବା ଅନୁଯାୟୀ ଏହି ନୂଆ ଫିଚରରୁ କ୍ରିଏଟର୍ସ ଓ କଣ୍ଟେଣ୍ଟକୁ ଡ଼ିସକଭର କରିପାରିବେ । ଏହା ରେକମେଣ୍ଡଏଡ଼ ଭିଡିଓଠାରୁ କିଛିଟା ଭିନ୍ନ ରହିବ । “ନ୍ୟୁ ୟୁ ଟ୍ୟୁବ” ଭିୟୋର ମାନଙ୍କ ପାଇଁ ସଂପୂଣ୍ଣ ବ୍ୟକ୍ତିଗତ ଭାବରେ କାମ କରିବ । ୟୁଜର ମାନଙ୍କର ଯେଉଁଥିରେ ରୁଚି ଥିବ କେବଳ ତାହା ହିଁ ସେମାନଙ୍କୁ ଦେଖାଦେବ । ଆଉ ସାଧାରଣରେ ଯାହା ବି ଦେଖୁଥିବେ ଏହା ତାହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବ ।

କହିରଖିବା ଉଚିତ ହେବକି, “ନ୍ୟୁ ୟୁ ଟ୍ୟୁବ” ଫିଚରକୁ ଦେଖିବା ପାଇଁ ଆପଣଙ୍କୁ ସାଇନ ଇନ କରିବା ନିହାତି ଜରୁରୀ । ମୋବାଇଲରେ ୟୁ ଟ୍ୟୁବ ହୋମ ପେଜ ରିଫ୍ରେଶ କଲେ ଏହି ନୂଆ ଟ୍ୟାବ ଦେଖାଦେବ । ଫିଡ଼ ସ୍କ୍ରୋଲ କରିବା ସମୟରେ ବି ଆପଣଙ୍କୁ ଏହା ନଜର ଆସିପାରେ । କିନ୍ତୁ ଜରୁରୀ କଥା ହେଉଛି ଯେହେତୁ ଏହା ଏକ ପର୍ସନାଲାଇଡ଼ଜ କରାଯିବ ତେଣୁ ସବୁ ସମୟରେ ଏହାକୁ ଉପଲବ୍ଧ କରାଯିବ ନାହିଁ । ଏହି ନୂଆ ଫିଚରରୁ କ୍ରିଏଟର୍ସ ମାନେ ଅଡ଼ିଏନ୍ସଙ୍କ ନିକଟରେ ଅତି ସହଜରେ ପହଂଚି ପାରିବେ । ଏହା ସହ ଭିୟୁର୍ସ ମାନେ ନୂଆ କଣ୍ଟେଣ୍ଟ ସମେତ ନୂଆ ଇଂଟରେଷ୍ଟ ମଧ୍ୟ ଡ଼ିସକଭର କରିପାରିବେ ।  ଅନେକଙ୍କ ମତରେ ଚାଇନିଜ ଆପ୍ପ “Tik Tok”ର ଲୋକପ୍ରିୟ ”For You” ପେଜରୁ ପ୍ରୋତ୍ସାହିତ ହୋଇ ହିଁ ୟୁବ ଟ୍ୟୁବ କମ୍ପାନୀ ଏମିତି ଏକ ନୂଆ ବିକଳ୍ପ ବାହାର କରିଛି ।

କହିରଖିବା ଉଚିତ ହେବକି ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବରେ ପାଖପାଖି ୨ବିଲିୟନ ୟୁ ଟ୍ୟୁବ ୟୁଜର ଅଛନ୍ତି ଯେବେକି ଭାରତରେ ଏହି ସଂଖ୍ୟା ୨୨୫ ମିଲିୟନ ରହିଛି । ଖାଲି ସେତିକି ନୁହେଁ ଆଜିକା ସମୟରେ ଅନେକେ ୟୁ ଟ୍ୟୁବ ମାଧ୍ୟମରେ ରୋଜଗାର କରିବା ସହିତ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.