ଫ୍ଲିପକାର୍ଟର ବିଗ୍‌ ବଚତ୍‌ ଧମାଲ ସେଲରେ ହଜାର ଟଙ୍କାରୁ କମ୍‌ ଦାମ୍‌ ରେ ମିଳୁଛି 5G ସ୍ମାର୍ଟଫୋନ, ଶୀଘ୍ର କିଣନ୍ତୁ

ଆଜିଠାରୁ ଫ୍ଳିପକାର୍ଟରେ ଆରମ୍ଭ ହୋଇଛି ବିଗ୍‌ ବଚତ୍‌ ଧମାଲ। ଯେଉଁଥିରେ ଆପଣଙ୍କୁ ବିଭିନ୍ନ ପ୍ରଡକ୍ଟ ଉପରେ ଭାରି ଛାଡ୍‌ ମିଳିବ। ଏହି ସେଲ୍‌ ର ଲିଷ୍ଟରେ ଲାଟେଷ୍ଟ ସ୍ମାର୍ଟଫୋନ ମଧ୍ୟ ରହିଛି। ଆଜି ଜାଣନ୍ତୁ ଏଭଳି ୫ଟି ସ୍ମାର୍ଟଫୋନ ସମ୍ପର୍କରେ ଯାହାକୁ ଆପଣ ହଜାର ଟଙ୍କାରୁ କମ ଦାମରେ କିଣିପାରିବେ।

ସ୍ମାର୍ଟଫୋନ ହେଉଛି ଆଜିକାଲି ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଡିଭାଇସ। ଆଉ ଯଦି ଏହି ଜିନିଷ କମ ଦାମରେ ମିଳିଯାଉଛି ତେବେ ଗ୍ରାହକ ଏଥିପାଇଁ କିଣିବାକୁ ଚାହିଁବେ ନିଶ୍ଚୟ। ତେବେ କମ ଦାମରେ ଭଲ ଫୋନ କିଣିବାକୁ ଚାହୁଁଥିଲେ ଏହା ହେବ ଆପଣଙ୍କ ପାଇଁ ସବୁଠୁ ଭଲ ଅପସନ। ଫ୍ଲିପକାର୍ଟରେ ଏସବୁ ମଡେଲ ଉପରେ ଭାରି ଛୁଟ୍‌ ମିଳୁଛି।

Vivo y21:
୧୭,୯୯୦ ଟଙ୍କାର Vivo y21 ମଡେଲକୁ ଫ୍ଲିପକାର୍ଟ ୧୩,୯୯୦ ଟଙ୍କାରେ ବିକୁଛି। ଯଦି ଆପଣ ଏହି ମଡେଲ ଉପରେ ମିଳୁଥିବା ବଡ଼ ଏକ୍ସଚେଞ୍ଜ ଅଫରର ପୁରା ଫାଇଦା ଉଠାଇାବାକୁ ଚାହୁଁଛନ୍ତି ତେବେ ଆପଣ ୧୩ ହଜାର ଟଙ୍କା ଦେବାରୁ ବଞ୍ଚିଯିବେ। ଆଉ ମାତ୍ର ୯୯୦ ଟଙ୍କାରେ ଆପଣ ଭିଭୋର ଏହି ମଡେଲକୁ କିଣିପାରିବେ।

Redmi Note 10T 5G:
ରେଡମିର ଏହି ୫ଜି ସ୍ମାର୍ଟଫୋନର ଦାମ ରହିଛି ୧୬,୯୯୯ଟଙ୍କା । ଯାହାକୁ ଫ୍ଳିପକାର୍ଟ ୧୩,୯୯୯ ଟଙ୍କାରେ ବିକ୍ରି କରୁଛି। ଯଦି ଆପଣ ଏହାକୁ ନିଜ ପୁରୁଣା ସ୍ମାର୍ଟଫୋନ ସହିତ ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଅଫରର ପୁରା ଲାଭ ଉଠାଇବା ପାଇଁ ଆପଣଙ୍କୁ ମାତ୍ର ୯୯୯ ଟଙ୍କା ଦେବାକୁ ପଡ଼ିବ।

Samsung Galaxy A03:
ସାମସଙ୍ଗର ବଜାରରେ ଏହି ମଡେଲର ଦାମ ରହିଛି ୧୪,୪୯୯ ଟଙ୍କା। କିନ୍ତୁ ଫ୍ଲିପକାର୍ଟ ୧୭% ଏଥିରେ ଡିସକାଉଣ୍ଟ ଦେଉଛି। ଏହାପରେ ଦାମ ହୋଇଯାଉଛି ୧୧,୯୯୯ ଟଙ୍କା। ଯଦି ଆପଣ ଏକ୍ସଚେଞ୍ଜ ଅଫରକୁ ବ୍ୟବହାର କରିବେ ତେବେ ଏହାର ଦାମ କଟିଯାଇ ୫୪୯ ଟଙ୍କା ହୋଇଯିବ।

Poco M3 pro 5G:
Poco M3 pro 5G କୁ ଫ୍ଲିପକାର୍ଟରେ ୧୪,୪୯୯ ଟଙ୍କାରେ ବିକା ହେଉଛି। ଯାହାର ବଜାରରେ ପ୍ରକୃତ ଦାମ ରହିଛି ୧୫,୯୯୯ ଟଙ୍କା। ଏକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ପେମେଣ୍ଟ କଲେ ଆପଣଙ୍କୁ ୫% କ୍ୟାସବ୍ୟାକ ମିଳିବ। ଯଦି ଏକ୍ସଚେଞ୍ଜ ଅଫର ଲାଭ ଉଠାଉଛନ୍ତି ତେବେ ଆପଣ ୧୩ ହଜାର ପରିବର୍ତ୍ତେ ମାତ୍ର ୭୭୪ ଟଙ୍କା ଦେଇ ଏହି ମଡେଲକୁ ଆରାମରେ କିଣିପାରିବେ।

Oppo A54:
ମାର୍କେଟରେ ଏହି ମଡେଲକୁ ୧୪,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ଏହାକୁ ଫ୍ଲିପକାର୍ଟରେ ୬% ଡିସକାଉଣ୍ଟ ପରେ ଦାମ ହୋଇଯିବ ୧୩,୯୯୦ ଟଙ୍କା। ଯଦି ଆପଣ ଏହାକୁ ମଧ୍ୟ ନିଜ ପୁରୁଣା ଫୋନ ସହ ବଦଳାଉ ଛନ୍ତି ତେବେ ଆପଣଙ୍କୁ ଏହି ନୂଆ ମଡେଲ ପାଇଁ ୯୯୦ ଟଙ୍କା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.