ସୋସିଆଲ ମିଡିଆରେ ଗୁଜବ, କନ୍ୟା ସନ୍ତାନର ମା’ ହେଲେ ଭାରତୀ ସିଂହ

ବିଭିନ୍ନ ସୋସିଆଲ ମିଡିଆରେ ଏକ ଖବର ଖୁବ ଭାଇରଲ ହେବାରେ ଲାଗିଛି ।  ଖବରଟି ହେଉଛି କମେଡିଆନ ଭାରତୀ ସିଂହ ମା’ ହୋଇଛନ୍ତି ଓ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ଏହି ଖବରଟି ଭାଇରାଲ ହେବା କ୍ଷଣି ହିଁ ଉଭୟ ଭାରତୀ ଓ ହର୍ଷଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି ।  ଶୁଭେଚ୍ଛାର ସୁଅ ସିନା ଛୁଟୁଛି କିନ୍ତୁ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ବି ଅଛିଯେ ପ୍ରକୃତରେ କଣ ଖବରଟି ସତ ।  ସତରେ କଣ ଭାରତୀ ମା ହୋଇଛନ୍ତି ।  ଏବାବଦରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭାରତୀ ଏବାବଦରେ ସତ କଥା କହିଛନ୍ତି ।  ଭାରତୀ ଇନ୍ଷ୍ଟଗ୍ରାମରେ ଲାଇଭ ଆସି କହିଛନ୍ତିକି- ମୋତେ ଶୁଭେଚ୍ଛା ଦେଉଥିବା ପ୍ରିୟଜନ ମାନଙ୍କର ବାର୍ତ୍ତା ମୋ ନିକଟକୁ ଲଗାତାର ଭାବେ ଆସିବାରେ ଲାଗିଛି ।  ଖବର ଉଠିଛିକି ମୁଁ ଏକ ଝିଅକୁ ଜନ୍ମ ଦେଇଛି କିନ୍ତୁ ପ୍ରକୃତରେ ଏହା ସତ ନୁହେଁ ।  ମୁଁ ଏବେ ଖତରା ଖତରା ସେଟରେ ଅଛି ।  କାମରେ ବ୍ୟସ୍ତ ଥିଲେ ସୁଦ୍ଧା କାମରୁ ୧୫ ରୁ ୨୦ ମିନିଟର ବ୍ରେକ ନେଇ ମୁଁ ଲାଇଭ ଆସି ସ୍ପଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲି ।

ଭାରତୀ ଏହା ମଧ୍ୟ କହିଛନ୍ତିକି- ମୋତେ ଡର ଲାଗୁଛି କାରଣ ଡେଲିଭରି ଡେଟ ପାଖେଇ ଆସୁଛି ।  ହର୍ଷ ଆଉ ମୁଁ ଏନେଇ ଚିନ୍ତିତ ଅଛୁକି ହବାକୁ ଥିବା ଶିଶୁର ଯତ୍ନ କିଏ ନେବ ।  କିନ୍ତୁ ଏହା ନିଶ୍ଚିତଯେ ପିଲାଟି ନିଶ୍ଚିତ ରୂପେ ମଜାଳିଆ ଥିବ ।  କାରଣ ଆମ ଦୁଇ ଜଣଙ୍କ ସ୍ୱଭାବ ମଜାଳିଆ ।  କହିରଖିବା ଉଚିତ ହେବକି ଏଇ କିଛି ଦିନ ତଳେ ହିଁ ଭାରତୀ ଖତରା ଖତରା ସେଟରେ ସ୍ପଟ ହୋଇଥିଲେ ।  ଯେଉଁଥିରେ ସେ ଏକ ଲାଇଟ କଲରର ଡ୍ରେସ ପିନ୍ଧିଥିବା ବେଳେ ସେଥିରେ ବେବି ବମ୍ପ ଫ୍ଲାଣ୍ଟ କରୁଥିବା ଦେଖାଦେଇଛନ୍ତି ।  ସେପଟେ ପ୍ରେଗ୍ନେନ୍ସିର ଶେଷ ସମୟରେ ବି ଭାରତୀ ହୁନରବାଜ ଶୋ’କୁ ପୁରା ଜୋସର ସହିତ ହୋଷ୍ଟ କରିଛନ୍ତି ।  ଯାହାକୁ ନେଇ ଭୟବିତ ଅଛନ୍ତି କାରଣ ଜୋହର ।  ମଜାଳିଆ ଅନ୍ଦାଜରେ ସେ ଏହା ମଧ୍ୟ କହି ପକାଇଛନ୍ତିକି ତାଙ୍କୁ ଡର ଲାଗୁଛିକି ଭାରତୀଙ୍କ ବେବି କାଳେ ଶୋ’ ର ସେଟରେ ହିଁ ହୋଇଯିବନି ତ ।

ଆଉ ଏକ ସାକ୍ଷାତକାର ସମୟରେ ଭାରତୀ ଏହା ମଧ୍ୟ କହି ପକେଇଥିଲେକି ଗର୍ଭାବସ୍ଥାର ପ୍ରଥମ ସମୟରେ ତାଙ୍କୁ ଜଣା ବି ନଥିଲାକି ସେ ଗର୍ଭବତୀ ଅଛନ୍ତି ବୋଲି ।  ପ୍ରାୟ ଅଢେଇ ମାସ ପର୍ଯ୍ୟନ୍ତ ତାଙ୍କୁ ଏହା ଜଣା ବି ପଡ଼ିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.