Below header

ସ୍ମାର୍ଟଫୋନକୁ ଜଲଦି ଚାର୍ଜ କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ, ଆପଣଙ୍କ କାମ ଫଟାଫଟ ହୋଇଯିବ ସହଜ

ସ୍ମାର୍ଟଫୋନରେ ସାଧାରଣତଃ ଯେଉଁ ସମସ୍ୟା ଆସିଥାଏ, ତାହା ହେଉଛି ବ୍ୟାଟେରୀ ଡ୍ରେନ। ଫୋନ ବାରମ୍ବାର ଡିସଚାର୍ଜ ହେବା ଯୋଗୁ ଏହାକୁ ଚାର୍ଜିଙ୍ଗରେ ଲଗାଇବାକୁ ପଡ଼ିଥାଏ। ଫୋନ ଚାର୍ଜ କଲା ବେଳେ ଆମେ ନୋଟିସ କରିଥାଉ ଯେ କେବେ ଫୋନ ଜଲଦି ଚାର୍ଜ ହୋଇଯାଇଥାଏ ତ କେବେ ଚାର୍ଜ ହେବାରେ ଅଧିକ ସମୟ ଲାଗିଥାଏ।

ଅନେକ ସମୟରେ ଆମେ ଜଲଦିରେ ଥିବା ବେଳେ ବ୍ୟାଟେରୀ ଆମ ସାଥ ଦେଇ ନ ଥାଏ। କାରଣ, ଫୋନ ଚାର୍ଜ ହେବାକୁ ବହୁତ ସମୟ ଲାଗିଥାଏ। ଏହା ପଛରେ ଅନେକ କାରଣ ହୋଇପାରେ। ତେବେ ଯଦି ଆପଣଙ୍କ ସହିତ ବି ଏମିତି ହେଉଥାଏ, ତ ଆମେ ଆପଣଙ୍କୁ ଏହାର ସହଜ ଉପାୟ ବିଷୟରେ କହିବୁ, ଯାହାକି ଫୋନ ଜଲଦି ଚାର୍ଜ ହେବାରେ ସାହାଯ୍ୟ କରିବ।

phone

flight modeରେ ଛାଡିଦିଅନ୍ତୁ

ଏହା ବହୁତ ସହଜ ଏବଂ ସାଧାରଣ ଉପାୟ। ଏହାଦ୍ୱାରା ଆପଣଙ୍କ ଫୋନ ଜଲଦି ଚାର୍ଜ ହେବାକୁ ଲାଗିବ। କାରଣ, ଏହି ମୋଡରେ ଆପଣଙ୍କ ଫୋନର ସବୁ ଫଙ୍କଶନ ବନ୍ଦ ହୋଇଯାଇଥାଏ।

USBରେ ଚାର୍ଜ କରନ୍ତୁ ନାହିଁ

ଅନେକ ସମୟରେ ଆମେ ଲାପଟପ କିମ୍ବା କମ୍ପ୍ୟୁଟରରେ କାମ କଲା ବେଳେ ନିଜ ଫୋନକୁ USB କେବୁଲ ଜରିଆରେ ଚାର୍ଜ କରିଥାଉ। କିନ୍ତୁ ଆପଣଙ୍କୁ କହି ରଖୁଛୁ, ମୋବାଇଲ ଫୋନ USB ପୋର୍ଟ ଅପେକ୍ଷା ବିଦ୍ୟୁତ ଦ୍ୱାରା ଜଲଦି ଚାର୍ଜ ହୋଇଥାଏ।

charge

original ଚାର୍ଜରରେ ହିଁ ଫୋନ ଚାର୍ଜ କରନ୍ତୁ

ଫୋନର ବ୍ୟାଟେରୀ ଏବଂ ଚାର୍ଜିଙ୍ଗ ପାଇଁ ସବୁଠାରୁ ଭଲ ଫୋନର ପ୍ରକୃତ ଚାର୍ଜର ହୋଇଥାଏ। ତେଣୁ ସବୁବେଳେ ପ୍ରକୃତ ଚାର୍ଜରରେ ଫୋନ ଚାର୍ଜ କରନ୍ତୁ। ଏହାଦ୍ୱାରା ଫୋନ ଜଲଦି ଏବଂ ଆରାମରେ ଚାର୍ଜ ହୋଇଯାଇଥାଏ।

Switch off କରି ଦିଅନ୍ତୁ

ଯଦି ଆପଣ ଫୋନକୁ ଅଫ କରି ଚାର୍ଜ କରନ୍ତି, ତା’ହେଲେ ଆପଣଙ୍କ ଫୋନ ଆହୁରି ବି ଜଲଦି ଚାର୍ଜ ହୋଇଯିବ। କାରଣ, ଏହାଦ୍ୱାରା ଫୋନର ସ୍କ୍ରିନ, ମୋଶନ ସେନ୍ସର୍ସ ଏବଂ ଆପ୍ସକୁ ବିଲକୁଲ ବି ବ୍ୟବହାର କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.