ସ୍କୁଲ ଫି ଛାଡ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚିବା ପରେ ନିଷ୍ପତ୍ତି, ଗଣଶିକ୍ଷା ମନ୍ତ୍ରୀ କହିଲେ ରିପୋର୍ଟ ମିଳିବା ପରେ ହେବ ତର୍ଜମା

ଭୁବନେଶ୍ବର: ସ୍କୁଲ ଫି ଛାଡ ମାମଲାରେ ସରକାର ନେବେ ଚୂଡାନ୍ତ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ହାଇକୋଟଙ୍କ ନିର୍ଦ୍ଦେଶ ପରେ ପ୍ରତିତ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି, ରିପୋର୍ଟ ମିଳିବା ପରେ ତର୍ଜମା କରାଯିବ । ୧୯୯୬ ସେପ୍ଟେମ୍ବର ୨୩ର ଏନଓସି ରିଜୋଲ୍ୟୁସନକୁ ମାନୁନଥିବା ସ୍କୁଲଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କ ସହ ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ଏମଓୟୁ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଏମଓୟୁ ସ୍ୱାକ୍ଷର । କରୋନା ସମୟରେ ଘରୋଇ ବିଦ୍ୟାଳୟଗୁଡିକ ସ୍କୁଲ ଫି ଛାଡ଼ କରିବାକୁ ଓଡିଶା ଅଭିଭାବକ ମହାସଂଘ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ଗତ ସେପ୍ଟେମ୍ବର ୧ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଆପୋସ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାନୁଆରି ୭ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.