ଏମିତି କାର୍‌ ଚଲାଇ କମ୍‌ କରନ୍ତୁ ପେଟ୍ରୋଲ-ଡିଜେଲ ଖର୍ଚ୍ଚ, କାରର ମାଇଲେଜ୍‌ ବି ବଢ଼ାନ୍ତୁ

ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ ଆକାଶଛୁଆଁ। ଏମିତିରେ ଗାଡି ଚଲାଇବା ବହୁତ ମହଙ୍ଗା ହୋଇଯାଇଛି। ଲୋକେ ଏଣିକି ଗ୍ୟାରେଜରୁ ଗାଡି କାଢ଼ିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି। କାହିଁକିନା ଏବେର ପେଟ୍ରୋଲ ଡିଜେଲ ଦର ଲୋକଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି। ଗାଡି ଚାଳକଙ୍କୁ ସବୁଠାରୁ ବେଶି ଚିନ୍ତା ଘାରିଥାଏ ମାଇଲେଜର। ମାଇଲେଜକୁ ଧ୍ୟାନରେ ରଖି ଆପଣ ପେଟ୍ରୋଲ ପିଛା ଖର୍ଚ୍ଚ ହେଉଥିବା ଟଙ୍କା କିଛି ପରିମାଣରେ କମ୍‌ କରିପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ଆଣିଛୁ ଯାହାକୁ ଫଲୋ କରି ଆପଣ ଗାଡିର ମାଇଲେଜକୁ ଭଲ କରିବା ସହିତ ପେଟ୍ରୋଲ ଡିଜେଲର ଖର୍ଚ୍ଚ କମ୍‌ କରିପାରିବେ। ପ୍ରତିଦିନ ଯଦି ଆପଣ ଏହି ଟିପ୍ସକୁ ଫଲୋ କରିବେ ତାହେଲେ ଆପଣଙ୍କ ପକେଟକୁ କିଛି ପରିମାଣରେ ଆସ୍ୱିସ୍ତି ମିଳିପାରିବ।

ଯଦି ଆପଣ ସ୍ପିଡରେ କାର ଚଲାଇବେ ତାହେଲେ ଏହାଦ୍ୱାରା ଗାଡିର ଇଞ୍ଜିନରେ ଅଧିକ ଇନ୍ଧନ ଆବଶ୍ୟକ ପଡିବ। ଏହାଦ୍ୱାରା କାରର ମାଇଲେଜ୍‌ କମ୍‌ ହୋଇଯାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ୮୦ ରୁ ୧୦୦ କିମି ପ୍ରତି ଘଣ୍ଟା ମ୍ୟାକ୍ସିମମ୍‌ ରେସରେ କାର୍‌ ଚଲାନ୍ତୁ। ଏହାଛଡା ଯଦି ଆପଣ ଆରାମଦାୟକ ଯାତ୍ରା ଚାହୁଁଛନ୍ତି ତାହେଲେ କାରକୁ ଆରାମରେ କମ୍ଫଟେବଲ ଭାବେ ଚଲାନ୍ତୁ। ଆରାମରେ ଏକ୍ସିଲେଟର ଦବାନ୍ତୁ। ଏହାବ୍ୟତୀତ ବ୍ରେକ ବି କମ୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। କାହିଁକିନା ବାରମ୍ବାର ବ୍ରେକ ମାରିବା କାରଣରୁ କାରର ମାଇଲେଜ୍‌ କମ୍‌ ହୋଇଥାଏ।

car tipsଟ୍ରାଫିକ ସିଗନାଲରେ କାରକୁ ବନ୍ଦ କରିଦିଅନ୍ତୁ। ଯଦି ଆପଣଙ୍କ କାର ୨ କିମ୍ବା ୩ ମିନିଟ୍‌ ପର୍ଯ୍ୟନ୍ତ ଟ୍ରାଫିକ ସିଗ୍ନାଲରେ ବନ୍ଦ ରହିବ। ତାହେଲେ ଏହାଦ୍ୱାରା ଆପଣଙ୍କର ବହୁତ ତେଲ ବଞ୍ଚିଯିବ ଏବଂ ମାଇଲେଜ ବି ମନକୁ ବଢ଼ିଯିବ। ଏହାବ୍ୟତୀତ ଯେତେବେଳେ ବି ଆପଣ କାର ଚଲାଇବେ ସେତେବେଳେ ଆରାମରେ ପଞ୍ଚମ ଗିୟର ଦେଇ ଗାଡି ଚଲାନ୍ତୁ। ଏହାଦ୍ୱାରା କାରର ଇଞ୍ଜିନ କମ୍‌ ପେଟ୍ରୋଲ ପିଇଥାଏ।

ଅଧିକ ଦୂର ସ୍ଥାନକୁ ଯାତ୍ରା କରିବା ଦ୍ୱାରା କାରର ମାଇଲେଜ୍‌ ଅଧିକ ମିଳିଥାଏ, କିନ୍ତୁ ଅଳ୍ପ ଦୂୂରକୁ ଯାତ୍ରା କରିବା ଦ୍ୱାରା ପେଟ୍ରୋଲ ଡିଜେଲ ଅଧିକ ଖର୍ଚ୍ଚ ହୋଇଥାଏ। ଏମିତିରେ ଅଳ୍ପ ବାଟକୁ ଯାତ୍ରା କରିବାର ଥିଲେ କାରର ବ୍ୟବହାର କମ୍‌ କରିବାକୁ ଚେଷ୍ଟା କରନ୍ତୁ। କାହିଁକିନା ଯେତିକି ଥର ଇଞ୍ଜିନ ଚାଲୁ ହୋଇଥାଏ ସେତେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ। ଏହାଛଡା ରୁଟ୍‌ ପ୍ଲାନରର ଉପଯୋଗ କରନ୍ତୁ, ଯାହାଦ୍ୱାରା ଥରେ କାରକୁ ବାହାରକୁ ନେଲେଏକାଥରେ ୩-୪ଟି କାମ ସାରିକି ଘରକୁ ଫେରିବେ।

oilନିଜ କାରର ଟାୟାର ପ୍ରେସର ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ମାଇଲେଜ ଉପରେ ବଡ ପ୍ରଭାବ ପଡିଥାଏ।ଯଦି କାରର ଟାୟରରେ ପ୍ରେସର ଠିକ ରହିବ ତାହେଲେ ରାସ୍ତା ଏବଂ ଟାୟାର ମଧ୍ୟରେ କନେକସନ୍‌ ଭଲ ରହିବ। ଏହି କାରଣରୁ କାରର ଇଞ୍ଜିନ ଉପରେ ଆବଶ୍ୟକରୁ ଅଧିକ ପ୍ରେସର ପଡିବନାହିଁ। ଏହାଦ୍ୱାରା ପେଟ୍ରୋଲ ସଞ୍ଚୟ ହେବା ସହିତ କାରର ମାଇଲେଜ ମଧ୍ୟ ଭଲ ରହିବ। ପେଟ୍ରୋଲ ପମ୍ପରେ ଆପଣ କାରର ଟାୟାର ପ୍ରେସର ଯାଞ୍ଚ୍‌ ସମୟ ସମୟରେ କରାନ୍ତୁ।

କାରକୁ ସମୟ ସମୟରେ ସର୍ଭିସ କରିବାକୁ ଯେମିତି ନଭୁଲନ୍ତି। ଉଚିତ ସମୟରେ ସର୍ଭିସ କରି କାରକୁ ଏକଦମ୍‌ ବଢ଼ିଆ କଣ୍ଡିସନରେ ରଖନ୍ତୁ। କାରର ସର୍ଭିସ କରାଇବା ଦ୍ୱାରା ଆପଣଙ୍କ କାର ଭଲ ମାଇଲେଜ ଦେଇଥାଏ। କାରଣ ଏହାର ଇଞ୍ଜିନ ଅଏଲ ବଦଳିଯାଇଥାଏ ଏବଂ ଇଞ୍ଜିନ୍‌ ଭଲଭାବେ କାମ କରିଥାଏ। ଆଉ କାର ସର୍ଭିସିଙ୍ଗ କରିବା ଦ୍ୱାରା କାର କମ୍‌ ପେଟ୍ରୋଲ ଡିଜେଲ ପିଇଥାଏ ଏବଂ ଆପଣଙ୍କ ବଜେଟ ଉପରେ ଆଉ ପ୍ରେସର ପଡିନଥାଏ। ଏହାବ୍ୟତୀତ ଭଲ କ୍ୱାଲିଟୀର ଇଞ୍ଜିନ ଅଏଲ ମଧ୍ୟ ମାଇଲେଜକୁ ଭଲ କରିବାରେ ବେଶ୍‌ ସହାୟକ ହୋଇଥାଏ।

ଏହିସବୁ ଟିପ୍ସକୁ ଯଦି ଆପଣ ଫଲୋ କଲେ ତାହେଲେ ଆରାମସେ ଆପଣ ପେଟ୍ରୋଲ ଡିଜେଲ ଖର୍ଚ୍ଚ ବଞ୍ଚାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.