Below header

ଆପଣଙ୍କ କମ୍ପ୍ୟୁଟରର ସ୍ପୀଡ଼ କମ ହେଇ ଯାଉଛିକି ତେବେ ନିହାତି ଆପଣାନ୍ତୁ ଏହି ଟିପ୍ସ

ଆପଣ ନିଶ୍ଚିତ ରୂପେ ନିଜ ପିସି(ପର୍ଶନାଲ କମ୍ପ୍ୟୁଟର) ପାଖରେ ନିଶ୍ଚିତ ରୂପେ ଦିନର ଅଧିକାଂଶ ସମୟ କଟାଉଥିବେ । କିନ୍ତୁ ନିଜ କମ୍ପ୍ୟୁଟରର ଦେଖା ରେଖା କରିବାରେ ଅଧିକାଂଶ ଲୋକ ଅବାହେଳା କରନ୍ତି । କିନ୍ତୁ ବେଳହୁଁ ଆପଣ ମାନେ ସାବଧାନ ହୋଇଯିବା ଉଚିତ । ନଚେତ ଆପଣଙ୍କର ଏହି ଅବହେଳା ଆପଣଙ୍କ କମ୍ପ୍ୟୁଟର ପାଇଁ ଘାତକ ସାଜିବାରେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ପିସିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକଦମ ଫିଟ ରଖିବ ।

ଘରର ବାୟୁ ଚଳାଚଳ ପ୍ରତି ଧ୍ୟାନ ରଖନ୍ତୁ:

ସାଧାରଣତଃ ଲ୍ୟାପଟପ ପାଇଁ କୁଲିଙ୍ଗ ପ୍ୟାଡ଼ର ବ୍ୟବସ୍ତା ଥାଏ । ଯାହା ସାହାଯ୍ୟରେ ଆପଣ ନିଜ ଲ୍ୟାପଟପକୁ ଥଣ୍ଡା ରଖିପାରିବେ । କିନ୍ତୁ ପିସି ପାଇଁ ଏହି ବ୍ୟବସ୍ଥା ନ ଥାଏ । କିନ୍ତୁ ଏହାର ବିକଳ୍ପରେ ଆପଣ ଯେଉଁ ରୁମରେ ଭଲ ଭାବେ ବାୟୁ ଚଳାଚଳ ହେଉଛି ସେହି ଘରେ ନିଜ ପିସିକୁ ରଖନ୍ତୁ । ଲଗାତାର ଦୀର୍ଘ ସମୟ ଧରି ଚାଲିବା ଦ୍ୱାରା ଏହାଦ୍ୱାରା ଗରମ ହୋଇଯାଏ । ଏହାବାଦ ଯଦି ଆପଣ ନିଜ ପିସି ରହିଥିବା ରୁମରେ କୁଲିଙ୍ଗ ଫ୍ୟାନ ଚଲେଇ ପାରିବେ । କିନ୍ତୁ ଧ୍ୟାନ ରଖିବେ ଏହା ସବୁ ସମୟରେ ଯେମିତି ଠିକ ଥିବ । ନଚେତ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ କମ୍ପ୍ୟୁଟର ଉପରେ ପଡିଥାଏ ।

pc

ୟୁପିଏସର ବ୍ୟବହାର କରନ୍ତୁ:

ଯଦି ଆପଣ ବିଜୁଲି ସମସ୍ୟା ଥିବା ଅଂଚଳରେ ବସବାସ କରୁଛନ୍ତି ତେବେ ନିହାତି ଭାବେ ୟୁପିଏସର ବ୍ୟବହାର କରନ୍ତୁ । ତେବେ ପିସି ସହ ୟୁପିଏସର ବ୍ୟବହାର କରିବା ଉଚିତ । ଏହା ଅଚାନକ ହେଉଥିବା ସର୍ଟ ସର୍କିଟରୁ ପିସିଙ୍କୁ ରକ୍ଷା କରିବ । ଏହା ବାଦ ୟୁପିଏସ ଯଦି ପୁରୁଣା ହୋଇଯାଏ ତେବେ ବ୍ୟାକଅପ ଦେବା କମ କରି ଦିଅନ୍ତୁ ।

ସଫା ସୁତୁରା ରଖନ୍ତୁ:

ନିଜ ପିସିକୁ ନିୟମିତ ଭାବେ ସଫା ନ କଲେ ବାହାରର ଧୂଳି ମାଟି ଆପଣଙ୍କ ଡେସ୍କ ଟପକୁ ଖରାପ କରିଦେବ । ସିପିୟୁର କଭର ହଟେଇ ଏହାକୁ ଭଲ ଭାବେ ସଫା କରନ୍ତୁ ।

ଠିକ ଭାବେ କମ୍ପୁଟର ବନ୍ଦ କରନ୍ତୁ:

ସବୁବେଳେ ଧ୍ୟାନରେ ରଖିବେ ଯେ କାମ ସରିବା ପରେ କେବେ ବି ସିଧା ନିଜ କମ୍ପ୍ୟୁଟରକୁ ବନ୍ଦ କରିବେ ନାହିଁ । ପ୍ରଥମେ ସଟ ଡାଉନ କରନ୍ତୁ ତାପରେ ଯାଇ କମ୍ପୁଟରକୁ ବନ୍ଦ କରନ୍ତୁ । ସିଧା ସଟ ଡାଉନ କରିବା ଦ୍ୱାରା ଏହା ଆପଣଙ୍କ ପିସି ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହା ସହ ପଢନ୍ତୁ: ନୂଆ ଆଇଫୋନରେ ମିଳିବ ନାହିଁ ଚାର୍ଜିଙ୍ଗ ପୋର୍ଟ, ଏପରି କରିବାକୁ ପଡିବ ଆଇଫୋନ ଚାର୍ଜ

ଠିକ ଆଣ୍ଟି ଭାଇରସର ବ୍ୟବହାର କରନ୍ତୁ:

ସବୁ ସମୟରେ ସବୁବେଳେ ଧ୍ୟାନ ରଖିବେ କି ଆପଣଙ୍କ ଆଣ୍ଟି ଭାଇରସ ଅପଡେଟ ଅଛିକି ନାହିଁ । ଏହା ଅପଡେଟ ହୋଇ ନ ରହିଲେ ପିସି ଭାଇରସ ଆଟାକର ଶିକାର ହୋଇଥାଏ । ତେଣୁ ଏହା ପ୍ରତି ସବୁବେଳେ ଧ୍ୟାନ ଦିଅନ୍ତୁ ।

ୟୁଏସବିର ବ୍ୟବହାର ଧ୍ୟାନରେ କରନ୍ତୁ:

ନିଜ ପିସି କିମ୍ବା ଲ୍ୟାପଟପକୁ ପ୍ରତି ୟୁଏସବିକୁ ଆଟାଚ କରନ୍ତୁ ନାହିଁ । ଏମିତିକି ଯେକୌଣସି ପେନ ଡ୍ରାଇଭର ବ୍ୟବହାର ନିଜ କମ୍ପ୍ୟୁଟରରେ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.