Below header

କମିଯାଉଛିକି ଆପଣଙ୍କ ୱାଇଫାଇ ଇଣ୍ଟରନେଟ ସ୍ପିଡ଼, ଠିକରେ କରିପାରୁ ନାହାନ୍ତି ଅଫିସ କାମ, ତେବେ ଫଲୋ କରନ୍ତୁ ଟିପ୍ସ

କରୋନା ମହାମାରୀ ଆରମ୍ଭ ହେବା ଦିନରୁ ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ୱର୍କ ଫର୍ମ ହୋମରେ କାମ କରିବାର ଅଫର ଦେଉଛନ୍ତି । କରୋନାର ପ୍ରାଦୁର୍ଭାବ କିଛିଟା କମ ହେବା ପରେ କିଛି ଜଣ ଅଫିସ ଯିବା ଆସିବା କରୁଥିବା ବେଳେ କିଛି ଜଣ ଠିକ ସେମିତି ଘରେ ରହି କାମ ହିଁ କାମ କରୁଛନ୍ତି । ଅଫିସରେ ସିନା ସ୍ପୀଡରେ ଇଣ୍ଟରନେଟ ସୁବିଧା ମିଳିଯାଏ କିନ୍ତୁ ଘରେ ସେତେଟା ସୁବିଧା ହୋଇନଥାଏ । ଘରେ ୱାଇ ଫାଇ ନେଇଥିବା ବେଳେ ନେଟୱାର୍କ ଅସୁବିଧା ରହୁଥିବାରୁ ସ୍ଲୋରେ ଚାଲିଥାଏ । ଆଉ ଏହି କାରଣରୁ ଅଫିସ କାମରେ ଖୁବ ଅସୁବିଧା ହୋଇଥାଏ । ଏମିତି ପରିସ୍ଥିତି ଉପୁଜେ ଯେ ଦିନେ ଦିନେ ଅଫିସ କାମ କରିହୁଏନି । ଯଦି ଆପଣ ବି ସ୍ଲୋ ୱାଇଫାଇକୁ ନେଇ ବ୍ୟସ୍ତ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଆମେ କିଛି ଟିପ୍ସ ନେଇ ଆସିଛୁ । ଯାହାକୁ ଫଲୋ କରି ଆପଣ ନିଜ ଡିଭାଇସର ଇଣ୍ଟରନେଟ ସ୍ପୀଡ ବଢାଇ ପାରିବେ । ତେବେ ଆସନ୍ତୁ ସେବିଷୟରେ ଜାଣି ରଖିବା:
୧. ଅନେକ ଥର ଏମିତି ହୁଏ ଲୋକେ ନିଜ ୱାଇଫାଇ ପାସୱାର୍ଡ ଖୁବ ସହଜ ବା ସାଧାରଣ ରଖିଦିଅନ୍ତି । ଯାହା ଫଳରେ ଆଖପାଖର ଲୋକେ ଖୁବ ସହଜରେ ଏହି ୱାଇଫାଇକୁ ବ୍ୟବହାର କରିପାରନ୍ତି । ଆଉ ତାଙ୍କର ଇଣ୍ଟରନେଟ ସ୍ପୀଡ କମିଯାଏ । ତେଣୁ ନିଜ ୱାଇଫାଇ ପାସୱାର୍ଡ଼ ଷ୍ଟ୍ରଙ୍ଗ ରଖିବା ନିହାତି ଜରୁରୀ । ଯାହା ଫଳରେ ଅନ୍ୟ ମାନେ ବ୍ୟବହାର କରିପାରିବେ ନାହିଁ ।

୨. ୱାଇଫାଇ ରାଉଟର ଠିକ ଜାଗାରେ ନରଖିବା ଦ୍ୱାରା ବି ସ୍ପୀଡ କମିଯାଏ । ରାଉଟର ରଖିବା ସମୟରେ ଧ୍ୟାନ ଦିଅନ୍ତୁକି ଏହାର ଆଗରେ କିମ୍ବା ପଛରେ ଯେମିତି କୌଣସି ଅନ୍ୟ ଜିନିଷ ନ ରୁହେ ।

୩. କିଛି ଲୋକ ରାଉଟରକୁ ଭୂମି କିମ୍ବା ଚଟାଣ ଉପରେ ରଖିଦିଅନ୍ତି । ଏହା ଦ୍ୱାରା ବି ନେଟ ସ୍ପୀଡ କମିଯାଏ । ତେଣୁ ରାଉଟରକୁ ଚଟାଣ ଉପରେ ରଖନ୍ତୁ ନାହିଁ ।

୪ . ଅନେକ ଥର ଏମିତି ବି ଦେଖାଯାଏ ୟୁଜର ମାନେ ଜାଣିନଥାନ୍ତିକି ୱାଇ-ଫାଇ ରାଉଟରରେ ଲାଗିଥିବା ଆଣ୍ଟିନାର ପ୍ରକୃତ କାମ କଣ । ପ୍ରକୃତରେ ଏହାକୁ ଆଡ଼ଜଷ୍ଟ କରି ନେଟୱାର୍କର ସିଗ୍ନାଲକୁ ସଜଡ଼ା ଯାଇଥାଏ | ଆଣ୍ଟିନାକୁ ତଳ ଉପର କରାଯାଇ ନେଟୱାର୍କକୁ ସଜଡା ଯାଇଥାଏ ।ତଳକୁ ନଇଁକି ରହିବା ଦ୍ୱାରା କମି ଯାଉଥିବା ବେଳେ ଉପରେ ରଖିବା ଦ୍ୱାରା ବଢିଥାଏ ।

୫. ଏସବୁ ବାଦ କିଛି ଅନ୍ୟାନ କାରଣ ଯୋଗୁଁ ବି ଆପଣଙ୍କ ଇନ୍ଟରନେନଟ ସ୍ପୀଡ କମିଯାଇପାରେ । ତେଣୁ ଏସବୁ ଦିଗ ପ୍ରତି ନିହାତି ଅଧିକ ଧ୍ୟାନ ଦେବା ଜରୁରୀ । ନଚେତ ମାସକୁ ମାସ ନଗଦ ଟଙ୍କା ଦେଉଥିଲେ ମଧ୍ୟ ଆପଣ ଠିକ ଭାବରେ ଇଣ୍ଟରନେଟ ସୁବିଧା ପାଇପାରୁ ନଥିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.