Below header

ଫୋଡ୍‌ ନେଇ ଆସିଛି ଫ୍ରି ଷ୍ଟାଇଲ୍‌ର ଟପ୍‌ ଓରିଏଣ୍ଟ୍‌, ଏସ୍‌ବିଆଇ ମଧ୍ୟ ଦେଉଛି ଖାସ୍‌ ଅଫର୍‌

ବର୍ତ୍ତମାନର ଫେଷ୍ଟିଭ ସିଜିନକୁ ଦୃଷ୍ଟିରେ ରଖି ଫୋର୍ଡ ଇଣ୍ଡିଆ କମ୍ପାନୀ ନିଜ ଫୋର୍ଡ ଫ୍ରି ଷ୍ଟାଇଲର ଶୀର୍ଷ ଭାରିଆଣ୍ଟ ଲଞ୍ଚ କରିଛି । ଏହି ଯାନ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦ୍ୱାରା ଚାଲିପାରିବ । ଏହା ସହିତ ଗାଡି କିଣିବା ଦ୍ୱାରା ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ତରଫରୁ ଏକ ଖାସ ଅଫର ଆଣିଛି । କମ୍ପାନୀ ଏହି ଗାଡିର ପୁର୍ବ ସୋ ରୁମ ମୂଲ୍ୟ ୭.୬୯ ଲକ୍ଷ ଏବଂ ୮.୭୯ ଲକ୍ଷ ରଖିଛି ।

ଏହି ଇଞ୍ଜିନ ସାର୍ବାଧିକ ୯୬ps ର ଶକ୍ତି ଉତ୍ପାଦନ କରିବା ସହିତ ଏଥିରେ ଫ୍ରିଷ୍ଟାଇଲ ଫ୍ଲେୟାର ପେଟ୍ରୋଲ ଇଞ୍ଜିନ ୧.୨ ଲିଟର ରହିଛି । ଫ୍ରିଷ୍ଟାଇଲ ଫ୍ଲୋୟାର ଡିଜେଲ ଭାରିଆଣ୍ଟରେ ୧.୫ ଲିଟର ଇଞ୍ଜିନ ରହିଛି ଯାହା ୧୦୦ps ଶକ୍ତି ଉତ୍ପାଦନ କରିଥାଏ । ଏହାକୁ ୮.୭୯ ଲକ୍ଷ ମୂଲ୍ୟ ଟଙ୍କାରେ କିଣା ଯାଇଛି । ଏହି ଗାଡିର ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନ ପାଞ୍ଚ-ସ୍ପିଡ୍‌ ମାନୁଆଲ ଟ୍ରାନ୍ସମିସ୍‌ନ ସହିତ ଏହାର ମୂଲ୍ୟ ବଜାରରେ ୭.୬୯ ଲକ୍ଷ ଟଙ୍କା ରହିଛି ।  ford 2

ଫୋର୍ଡର ଏହି Freestyle Flair ରେ ୭ ଇଞ୍ଚର ଟଚଷ୍କ୍ରିନ ବେସ infotainment system ରହିବା ସହିତ satellite navigation ର ସୁବିଧା ମଧ୍ୟ ରହିଛି । ଏହା ସହିତ ଗାଡିରେ ଅଟୋମେଟିକ ହେଡଲ୍ୟାମ୍ପ, ଅଟୋମେଟିକ ଓ୍ଵାଇପର, ରିଭର୍ସ ର୍ପାକିଙ୍ଗ କ୍ୟାମେରା , ରିମୋଟ କଣ୍ଟ୍ରୋଲ ସେଣ୍ଟ୍ରାଲ ଲୋକିଙ୍ଗ , ଅଟୋମେଟିକ ଏୟାର କଣ୍ଡିସ୍ନର ସହିତ ଆହୁରି ଅନେକ ଫିଚର ମଧ୍ୟ ରହିଛି ।

ଏହି ଗାଡିରେ intelligent Active Rollover Prevention ଟେକନିକ ରହିଥିବାରୁ ଏଥିରେ electronic stability control ର ସୁବିଧା ରହିଥାଏ । ଯାହାଦ୍ୱାରା ଗାଡିର ବ୍ରେକିଙ୍ଗ ସିଷ୍ଟମକୁ ଅଧିକ ଉନ୍ନତ କରିଥାଏ । ଏହା ସହିତ ଗାଡିରେ ୬ଟି ଏୟାର ବ୍ୟାଗ ଦିଆଯାଇଛି । ଗାଡିରେ fordpass ନାମକ ଏକ ଗ୍ଲୋବାଲ ମୋବିଲିଟି ସୋଲ୍ୟୁସନ ଆପ ରହିଛି । ଯାହା ଗାଡିର ଅବସ୍ଥା, ଫ୍ୟୁ ଲେଭଲ , ଗାଡିରେ ତେଲ ସରିବା ଆଗରୁ ସତର୍କ ବାର୍ତ୍ତା ଇତ୍ୟାଦିର ଖବର ଗ୍ରାହକଙ୍କୁ ଦେଇଥାଏ ।

ଏସବିଆଇର ଅଫର:

ଏସବିଆଇର ଆପ ୟୋନୋ ମାଧ୍ୟମରେ ଫୋର୍ଡ ଫ୍ରି ଷ୍ଟାଇଲ ଗାଡି କିଣିଲେ ଏହା ସହିତ ୮,୫୮୬ ଟଙ୍କାର ଜିନିଷ ମାଗଣା ମିଳିବ ବୋଲି ଏସବିଆଇ ଟ୍ଵିଟ କରି କହିଛି । ଏହା ସହିତ ଗାଡି କିଣିବା ପାଇଁ ବ୍ୟାଙ୍କ ୭.୫୦ ପ୍ରତିଶତ ସୁଧରେ ଅଟୋ ଲୋନ ଯୋଗାଇ ଦେବ । ଏହି ଅଟୋ ଲୋନ ଇନଷ୍ଟାଣ୍ଟ ଆପ୍‌ୁଭ ହେବ ଏବଂ ଏଥିପାଇଁ କୌଣସି ପ୍ରୋସେସିଙ୍ଗର ଆବଶ୍ୟକତା ପଡିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.