Below header

ସଂସଦରେ ସାଂସଦ ଦେଖୁଥିଲେ ମୋବାଇଲ୍‌ରେ ଅଶ୍ଳୀଳ ଫଟୋ, ଧରାପଡ଼ିଗଲା ପରେ କଲେ ଏମିତି ବାହାନା

ଥାଇଲାଣ୍ଡ : ଲୋକେ ନିଜର ପ୍ରତିନିଧିଙ୍କୁ ମନୋନୀତ କରି ପବିତ୍ର ସଂସଦ ଗୃହକୁ ପଠାଇଥାନ୍ତି । ଯେଉଁଠି ଏହି ପ୍ରତିନିଧିମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିବେ । ହେଲେ କିଛି ସାଂସଦ ଏମିତି କିଛି କରନ୍ତି ଯେ ଏଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ ।  ବଜେଟ୍‌ର ଗୁରୁତ୍ତ୍ୱପୂର୍ଣ୍ଣ ସମୟରେ ନିଜ ମୋବାଇଲ୍‌ରେ ଅଶ୍ଳୀଳ(ପର୍ଣ୍ଣ) ଫଟୋ ଦେଖୁଥିଲେ ସାଂସଦ । ଯାହାକି ସାମ୍ବାଦିକମାନଙ୍କ ଆଖିରେ ପଡି ଯାଇଥିଲା ଓ ସାଂସଦ ହୋଇଥିଲେ ହଟହଟା ।

thai mp

ଏମିତି କିଛି ଘଟଣା ଘଟିଛି ଥାଇଲାଣ୍ଡର ସଂସଦରେ । ଗୁରୁବାର ଥାଇଲାଣ୍ଡର ସଂସଦରେ ବଜେଟ୍‌ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ସବୁ ସାଂସଦ ବଜେଟ୍‌ ସମ୍ପର୍କିତ ଦସ୍ତାବିଜ ଦେଖିବାରେ ବ୍ୟସ୍ତ ଥିଲେ । ହେଲେ ଏହି ସମୟରେ ସାଂସଦ ରୋନାଥେପ୍‌ ଅନୁବତ୍‌ ନିଜର ମୋବାଇଲରେ ଅନ୍ୟ କିଛି କାର୍ଯ୍ୟରେ ବ୍ୟସ୍ତ ଥିଲେ । ପ୍ରେସ୍‌ ଗ୍ୟାଲେରିରେ ବସିଥିବା ସାମ୍ବାଦିକମାନେ ଯେତେବେଳେ ତାଙ୍କର ଫଟୋ ନେଇ ଏହାକୁ ଜୁମ୍‌ କରି ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ସାଂସଦ, ବଜେଟ୍‌ର ଗୁରୁତ୍ତ୍ୱପୂର୍ଣ୍ଣ ସମୟରେ ନିଜ ମୋବାଇଲ୍‌ରେ ଅଶ୍ଳୀଳ(ପର୍ଣ୍ଣ) ଫଟୋ ଦେଖୁଥିଲେ । ଗୋଟିଏ ଫଟୋରେ ମହିଳା ଜଣକ ଟପ୍‌ ଲେସ୍‌ ଥିବା ବେଳେ ଅନ୍ୟ ଫଟୋରେ ମହିଳା ଉଲଗ୍ନ ହୋଇ ବେଡ୍‌ରେ ଶୋଇଥିବା ଦେଖାଯାଇଥିଲା । ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ଏସମ୍ପର୍କରେ ପ୍ରଶ୍ନ କଲେ ସେ ସବୁ କଥା ମାନିଯାଇଥିଲେ । ହେଲେ ବାହାନାରେ କହିଥିଲେ ଯେ କେହି ତାଙ୍କୁ ଟଙ୍କା ଓ ସାହାଯ୍ୟ ମାଗି ଏପରି ଫଟୋ ପଠାଇଥିଲେ ।

thai mp-1

ସେ ଫଟୋଟକୁ ନିରୀକ୍ଷଣ କରି ଜାଣିବାକୁ ଚାହୁଁଥିଲେ ଯେ ସତରେ କେହି ଅସୁବିଧାରେ ପଡ଼ି ମୋର ସାହାଯ୍ୟ ମାଗିଛନ୍ତି କି ? କାଳେ ଉକ୍ତ ଯୁବତୀ ଗ୍ୟାଙ୍ଗଷ୍ଟାରଙ୍କ କବ୍ଜାରେ ପଡିଥିବ ଭାବି ମୁଁ ଏହି ଫଟୋଟିକୁ ଧ୍ୟାନ ଦେଇ ଦେଖୁଥିଲି ।

ଅବଶ୍ୟ ପରେ ଏହାକୁ ମୁଁ ଡିଲିଟ୍‌ କରିଦେଇଥିଲି । ସାଂସଦଙ୍କ ଏପରି ବାହାନାକୁ ସାମ୍ବାଦିକମାନେ ବିଶ୍ୱାସ କରି ନଥିଲେ । ପ୍ରକାଶଯୋଗ୍ୟ ଯେ ୨୦୧୨ ମସିହାରେ ବ୍ୟାଙ୍କ୍‌ଙ୍ଗ୍‌ର ଜଣେ ସାଂସଦ ସଂସଦରେ ପର୍ଣ୍ଣ ଦେଖୁଥିବାବେଳେ ଧରାପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.