Below header

ଏଣିକି ୱେବ ଓ ଟାବଲେଟରେ ବି ଚାଲିବ You Tube ସର୍ଟ୍ସ , ମିଳିବ ଭିଡିଓ ରିମିକ୍ସ ଫିଚର

ସର୍ଟ କ୍ରିଏଟର୍ସ ମାନଙ୍କୁ ଅଧିକ ରୁ ଅଧିକ କ୍ରିଏଟିଭ ଅପସନ ଯୋଗାଇଦେବା ପାଇଁ ୟୁ ଟ୍ୟୁବ କିଛି ନୂଆ ଫିଚର୍ସ ଆଡ କରିବାକୁ ଯାଉଛି । ଗୁଗୁଲ ଅଧିକୃତ ଭିଡିଓ ପ୍ଲାଟ୍ଫର୍ମ ୟୁ ଟ୍ୟୁବ ସର୍ଟ୍ସ ବ୍ୟବହାରକୁ ୱେବ ଓ ଟାବଲେଟ ମାନଙ୍କରେ ବୃଦ୍ଧି କରିବା ପାଇଁ କମ୍ପାନୀ ପକ୍ଷରୁ ଚେଷ୍ଟା ଜାରିରହିଛି । ଲ୍ୟଟେସ୍ଟ ଅପଡେଟ ଅନୁଯାୟୀ, ଆସନ୍ତା କିଛି ସପ୍ତାହ ଭିତରେ ହିଁ ଡ଼ିଭାଇସ ଗୁଡିକ ଉପରେ ଏକ ନୂଆ ସର୍ଟ୍ସ ଟ୍ୟାବ ନଜର ଆସିବ ଯେଉଁଥିରେ ୟୁଜର ମାନେ ଲମ୍ବା ଆଡୁ ସ୍କ୍ରଲ କରି ଭିନ୍ନ ଭିନ୍ନ ଚ୍ୟାନେଲ ଦେଖିପାରିବେ । ଏହା ସହ ୟୁ ଟ୍ୟୁବ ନିଜ କ୍ରିଏଟର୍ସ ମାନଙ୍କୁ କୌଣସି ଯୋଗ୍ୟ ୟୁ ଟ୍ୟୁବ ଭିଡିଓରୁ ଭିଡିଓ କ୍ଲିପ ଗୁଡିକୁ ରି ମିକ୍ସ କରିବା ନେଇ ଅନୁମତି ମଧ୍ୟ ଦେଉଛି ।

ଗୁଗୁଲ ନିଜର ଏକ ବ୍ଲଗ ପୋଷ୍ଟରେ You Tubeରେ ଏହି ନୂଆ ଫିଚରକୁ ଯୋଡିବା ପାଇଁ ନିଷ୍ପତି ନେଇଥିବା ନେଇ ଘୋଷଣା କରିଛି । ନୂଆ ଅପଡେଟ ଅନୁଯାୟୀ ସଟ୍ସ ପ୍ଲେୟାର ମୋବାଇଲ ବ୍ରାଉଜର, ଡେ଼କ୍ସ୍ଟପ ଓ ଟାବ୍ଲେଟ ସହ ଅନ୍ୟ ଡ଼ିଭାଇସରେ ମଧ୍ୟ ଉପଲବ୍ଧ ହେବ | ୟୁଜର୍ସ ମାନେ ଏହି You Tube ଆପ ପରି ହୋମ ପେଜରେ ସର୍ଟସ ସେଲ୍ଫ ଓ ସର୍ଟ୍ସ ଟ୍ୟାବ ବି ଦେଖିପାରିବେ ।

ୟୁଜର୍ସ ମାନେ ଅରିଜିନାଲ କଣ୍ଟେଣ୍ଟକୁ ବନେଇବା ପାଇଁ ଲମ୍ବା ସମୟର ଭିଡିଓ ଓ ସର୍ଟସ ରୁ ୧ ରୁ ୫ ସେକେଣ୍ଡର ଭିଡିଓ ସେଗମେଣ୍ଟକୁ ରିମିକ୍ସ କରିପାରିବେ | ଯାହାକି ବିଲକୁଲ ଭାବରେ Tik Tokର ଷ୍ଟିଚ ଫିଚର୍ସ ପରି ହିଁ କାମ କରିଥାଏ । ନୂଆ ରିମିକ୍ସ ଫିଚରକୁ ବ୍ୟବହାର କରିବା ପାଇଁ ଆପଣ କ୍ରିଏଟ ବଟନ ଉପରେ ଟ୍ୟାପ କରିପାରିବେ । ଆଉ ତାପରେ ରିମିକ୍ସ ଅପସନରୁ କଟର ଚୟନ କରିପାରିବେ | ଆଉ ସେଥିରୁ କୌଣସି ୟୁଜର ଭିଡିଓରୁ ଭିଡିଓ ସେଜିମେଣ୍ଟକୁ ନେଇପାରିବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.