Below header

ହ୍ବାଟସଆପ୍ ରେ ହେବ ବଡ଼ ପରିବର୍ତ୍ତନ, ଏବେ ବିଜ୍ଞାପନ ଦେଖିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ

ନିକଟରେ ହ୍ବାଟସଆପ୍ କେତେକ ନିୟମ ଏବଂ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଘୋଷଣା କରିଛି । ଯଦି ଆପଣ ଏହିସବୁ ସର୍ତ୍ତ ନ ମାନନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ଡିଲିଟ ହୋଇଯିବ ବୋଲି ମଧ୍ୟ କମ୍ପାନୀ ଜଣାଇଦେଇଛି। ଏହାପରେ ଏବେ ହ୍ବାଟସଆପରେ ଆଉ ଏକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ହ୍ବାଟସଆପରେ ଆପଣ ବିଜ୍ଞାପନ ଅର୍ଥାତ୍ ଆଡ୍ ଦେଖିପାରିବେ।

WEABetainfo ଅନୁସାରେ, ନିକଟରେ ହ୍ବାଟସଆପରେ ନୂଆ ଅପଡେଟ୍ ଜାରି ହୋଇଛି। ହ୍ବାଟସଆପ୍ ୱେବ ଭର୍ସନ ୨.୨..୨୦୬.୧୯ ଏବଂ ୨.୨୦.୧୩୦ ପ୍ଲେ ଷ୍ଟୋରରେ ଆସିସାରିଛି। ଏହି ନୂଆ ଅପଡେଟ୍ ଜରିଆରେ ହ୍ବାଟସଆପରେ ଆପଣ ବିଜ୍ଞାପନ ଦେଖିପାରିବେ। କିନ୍ତୁ ହ୍ବାଟସଆପ୍ ଏ ନେଇ କୌଣସି ଅଫିସିଆଲ୍ ସୂଚନା ଦେଇନାହିଁ। କିନ୍ତୁ ଟେକ୍ ସାଇଟ ମୁତାବକ, ହ୍ବାଟସଆପ୍ ନିଜର ଲାଟେଷ୍ଟ ଅପଡେଟ ଏବଂ ସୂଚନା ବିଷୟରେ ୟୁଜର୍ସଙ୍କୁ ସୂଚନା ଦେବ।

whatsapp

କିନ୍ତୁ ଏହି ବିଜ୍ଞାପନ ପାଇଁ ହ୍ବାଓଆପ୍ ଆପଣଙ୍କୁ କୌଣସି ମେସେଜ ଦେବ ନାହିଁ। କମ୍ପାନୀ ଆପ୍ ରେ କୌଣସି ସେସ୍ପରେ ଆଡ୍ ଦେଖାଯିବ। ଏହି ବିଜ୍ଞାପନ ଆପଣ ଏକ୍ସଟର୍ନାଲ ସାଇଟକୁ ଯାଇ ମଧ୍ୟ ଦେଖିପାରିବେ। କମ୍ପାନୀ ନୂଆ ସର୍ତ୍ତ ଏବଂ ପ୍ରାଇଭେସି ପଲିସି ଅପଡେଟ୍ ଆଣୁଛି। ନୂଆ ଅପଡେଟରେ ଆସୁଥିବା ସର୍ତ୍ତକୁ ମାନିବା ବାଧ୍ୟତାମୂଳକ ହୋଇଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀର ସର୍ତ୍ତାବଳୀ ଆସନ୍ତା ଫେବ୍ରୁଆରୀରୁ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.