ପୁରୀ ସ୍ୱର୍ଗଦ୍ୱାର ନିକଟରେ ବାର୍‌ହା ଆତଙ୍କ, ଆକ୍ରମଣରେ ତିନି ଆହତ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ସହରରେ ବାର୍‌ହା ଆତଙ୍କ। ଆକ୍ରମଣରେ ତିନି ଆହତ। ଭୋରରୁ ସଫେଇ କର୍ମଚାରୀମାନେ କାମ କରିବାକୁ ଯିବା ସମୟରେ ସ୍ୱର୍ଗଦ୍ୱାର ନିକଟ ଭାରତ ସେବାଶ୍ରମ ଛକ ନିକଟରେ ଆକ୍ରମଣ କରିଥିଲା। ପରେ ବାର୍‌ହାଟି ଯାଇ ବାଲି ନୋଳିଆ ସାହିରେ ଜଣଙ୍କୁ ଆକ୍ରମଣ କରିଥିଲା।

ବାର୍‌ହକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ସେ କେଉଁଠି ଲୁଚି ରହିଥିଲା ଏପର୍ଯ୍ୟନ୍ତ ପତ୍ତା ମିଳିନି। ତେବେ ପୁରୀ ସହର ଭଳି ଜନଗହଳିପୂର୍ଣ୍ଣ ଅ଼ଞ୍ଚଳରେ ବାର୍‌ହାଟି କିଭଳି ପ୍ରବେଶ କଲା ତାହାକୁ ନେଇ ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.