Google ର କର୍ମଚାରୀ ଶୁଣୁଛନ୍ତି ଆପଣଙ୍କ ବ୍ୟକ୍ତିଗତ ଭଏସ୍ ରେକର୍ଡିଂ, ନିଜେ ସ୍ବୀକାର କଲା କମ୍ପାନୀ 

ଗୁଗଲ୍ ଆପଣଙ୍କ କଥା ଶୁଣେ, ଗୁଗଲ ଆପଣଙ୍କ ଟ୍ରାକ୍ କରେ, ଗୁଗଲ୍ ଆପଣଙ୍କ ବ୍ୟବହାର ଉପରେ ନଜର ରଖେ । ଏଭଳି ଅନେକ କଥା ଆପଣଙ୍କ ପୂର୍ବରୁ ଶୁଣିଥିବେ । ଏଥିରେ କିଛି ନୂଆ ନାହିଁ । ଆମେ ଯେଉଁ କଥା ଏବେ ଉପରେ କହିଲୁ ସେ ସବୁ ଗୁଗଲ କରିଥାଏ , କିନ୍ତୁ ଆପଣଙ୍କ ଜ୍ଞାତରେ । ଆପଣଙ୍କ ସହମତି ବିନା ନୁହେଁ । ତାହା ଅଲଗା କଥା ଯେ ଆପଣ ଟର୍ମ ଆଣ୍ଡ କଣ୍ଡିସନ୍ ଧ୍ୟାନର ସହ ପଢୁ ନାହାଁନ୍ତି ଏବଂ Yes I Agreeରେ କ୍ଲିକ୍ କରି ଦେଉଛନ୍ତି ।

ଏହା ସହ ପଢନ୍ତୁ ଏ କି ପୁରସ୍କାର ? Chandrayaan-2 ପୂର୍ବରୁ ସରକାର କାଟିଲେ ଇସ୍ରୋ ବୈଜ୍ଞାନିକଙ୍କ ବେତନ

ଏବେ ଗୁଗଲ୍ ସ୍ବାକାର କରିଛି ଯେ ଏହାର କର୍ମଚାରୀ Google Home Smart Speakers ର ଅଡିଓ ରେକର୍ଡିଂ ଶୁଣିଥାଆନ୍ତି । ଏଭଳି ରେକର୍ଡିଂକୁ ଶୁଣିବା ପାଇଁ ଏକ୍ସପର୍ଟ ମାନଙ୍କୁ ରଖିଛି ଗୁଗଲ୍ । ଏହି ବିଶେଷଜ୍ଞ ୟୁଜର୍ସଙ୍କ ଦ୍ବାରା ଗୁଗଲ ହୋମ୍ ଆସିଷ୍ଟାଣ୍ଟ ଦ୍ବାରା କରାଯାଇଥିବା କଥା ଶୁଣନ୍ତି । ତେବେ ଗୁଗଲର କହିବା ଅନୁଯାୟୀ ରେକଗ୍ନିସନ୍ ଟେକ୍ନୋଲୋଜିକୁ ଉନ୍ନତ କରିବା ପାଇଁ ସେ ଏହି ରେକର୍ଡିଂ ଏଥିପାଇଁ ଶୁଣିଥାନ୍ତି ।  ତେବେ ଏଥିରୁ ବଡ଼ ପ୍ରଶ୍ନ ଉଠୁଛି କଣ ଏହା ଦ୍ବାରା ୟୁଜର୍ସଙ୍କ ପ୍ରାଇଭେସି ସହ ଏକ ପ୍ରକାର ଖେଳ ହେଉନି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.