Below header

ସୁରକ୍ଷିତ ପେମେଣ୍ଟ ପାଇଁ Google Pay ଜାରି କଲା ଏହି ଖାସ୍‌ ଫିଚର

ଭାରତରେ ଗୁଗଲ ନିଜ Google Pay ୟୁଜର୍ସଙ୍କ ପାଇଁ ସୁରକ୍ଷିତ ଫିଚର ଜାରି କରିଛି। ଗୁଗଲ ପେର ନୂଆ ଅପଡେଟ୍‌ ପରେ କୌଣସି ବି ପେମେଣ୍ଟରେ ୟୁଜରମାନଙ୍କୁ ନୋଟିଫିକେଶନ ସହ ଏସଏମଏସ ମଧ୍ୟ ମିଳିବ। ‘ଗୁଗଲ ପେ’ର ଏହି ଫିଚର ଲାଇଭ୍‌ ହୋଇଯାଇଛି। କମ୍ପାନୀ ନୂଆ ଅପଡେଟର ସୂଚନା ବ୍ଲଗ୍‌ ପୋଷ୍ଟରେ ଦେଇଛି।

ଗୁଗଲ ପେ ନିର୍ଦ୍ଦେଶକ ଏବଂ ପ୍ରଡକ୍ଟ ମ୍ୟାନେଜର ଅମ୍ବରିଶ କେଙ୍ଗେ Google Pay ର ବ୍ଲଗ ପୋଷ୍ଟରେ ଲେଖିଛନ୍ତି ଯେ ‘ଆମେ ଏହି ବିଷୟ ଉପରେ ସଚେତନ ଅଛୁ କି ୟୁଜରମାନେ ଗୁଗଲ ପେ ଉପରେ ଭରସା ବଜାୟ ରଖି ନିଜ ଟଙ୍କା ଆମକୁ ଦେଇଥାଆନ୍ତି। ଆଉ ଏହି ବିଶ୍ୱାସର ସହିତ ଆମେ ଆମ ନୂଆ ଦାୟିତ୍ୱବୋଧ ପ୍ରତି ସଚେତନ ଅଛୁ।’

ସେ କହିଛନ୍ତି, ସୁରକ୍ଷାତ୍ମକ ସୁବିଧାକୁ ଦୃଷ୍ଟିରେ ରଖି ଏ ଦିଗରେ ବହୁତ କାମ ହେଉଛି। ଏହି ନୂଆ ଫିଚର ଏହାର ଏକ ଉଦାହରଣ। ତେବେ ଏଠାରେ କହି ରଖୁଛୁ, ଗୁଗଲ ପେ ଭାରତରେ ୨୦୧୭ ମସିହାରେ ତେଜ୍‌ ନାମରେ ଲଞ୍ଚ ହୋଇଥିଲା। କିନ୍ତୁ ପରେ କମ୍ପାନୀ ଏହାକୁ ଗୁଗଲ ପେ କରିଦେଇଥିଲା। ଗୁଗଲ ପେ ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ ଅର୍ଥାତ୍‌ ୟୁପିଆଇ ଉପରେ କାମ କରୁଛି। ବର୍ତ୍ତମାନ ଭାରତରେ ଗୁଗଲ ପେର ୧ ଲକ୍ଷରୁ ଅଧିକ ୟୁଜର ହୋଇଗଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.