ଭାରତରେ ଲଞ୍ଚ ହେଲା ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର, ଜାଣନ୍ତୁ ଏହାର ଦାମ ଏବଂ ଫିଚର୍ସ

ଭାରତରେ ଗୁଗଲ ସ୍ମାର୍ଟ ସ୍ପିକରର ରେଞ୍ଜ ବଢାଇବା ସହିତ ନିଜର ନୂଆ ପ୍ରଡକ୍ଟ ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର ଲଞ୍ଚ କରିଛି ।ଚଳିତବର୍ଷ ଅକ୍ଟୋବର ମାସରେ ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର ପିକ୍ସଲ 4 ସିରିଜ ସହିତ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଭାରତରେ ଏହାର ଦାମ ୪୪୯୯ ଟଙ୍କା ଥିବାବେଳେ ଏହାର ବିକ୍ରି ଫ୍ଲିପକାର୍ଟରେ ହେଉଛି । ସୂଚନା ଅନୁଯାୟୀ ଗୁଗଲ ନେଷ୍ଟ ମିନି ଦୁଇବର୍ଷ ପୂର୍ବେ ଲଞ୍ଚ ହୋଇଥିବା ଗୁଗଲ ହୋମ ମିନିର ଅପଗ୍ରେଡେଡ ଭର୍ସନ ଅଟେ ।

ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକରର ସ୍ପେସିଫିକେସନ

ଗୁଗଲ ହୋମ ମିନି ଡିଜାଇନ ତୁଳନାରେ ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକରର ଡିଜାଇନକୁ ଟିକିଏ ପରିବର୍ତ୍ତନ କରାଯାଇଛି । ଏହାବ୍ୟତୀତ ଏଥିରେ ହୁକ ମଧ୍ୟ ଦିଆଯାଇଛି । ନୂଆ ପାୱାର କନେକ୍ଟର ପୋର୍ଟ ଏବଂ କେବୁଲ ମଧ୍ୟ ଦିଆଯାଇଛି ବାକି ଅନ୍ୟାନ୍ୟ ଡିଜାଇନ ଗୁଗଲ ହୋମ ମିନି ଭଳି ରହିଛି ଓ ବଡ଼ି ଫାବ୍ରିକର ରହିଛି ।

Google Nest Mini Smart Speaker

ଏହାସହ ପଢନ୍ତୁ ଗୁଗଲର ନୂଆ ଫିଚର, ଏବେ ଗୁଗଲ କହିବ କିପରି କରିବେ ଶବ୍ଦର ଠିକ ଉଚ୍ଚାରଣ

ନୂଆ ସ୍ମାର୍ଟ ସ୍ପିକରକୁ ନେଇ ସାଉଣ୍ଡ କ୍ୱାଲିଟି ଓ ଫାଷ୍ଟ ପରଫରମାନ୍ସର ଦାବି କରାଯାଇଛି । ଏଥିରେ ମେସିନ ଲର୍ଣ୍ଣିଙ୍ଗ ଚିପ ମଧ୍ୟ ରହିଛି । ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର କଳା ଓ ଧଳା ରଙ୍ଗରେ ଉପଲବ୍ଧ । ଏଥିରେ ୟୁଟ୍ୟୁବ ମ୍ୟୁଜିକ, ସ୍ପୋର୍ଟିଫାଏ, ଗାନା, ଜିଓସାୱନ ଓ ୱିଙ୍କ ମ୍ୟୁଜିକର ସପୋର୍ଟ ମଧ୍ୟ ରହିଛି । ସୂଚନା ଅନୁଯାୟୀ ଗୁଗଲ ହୋମ ମିନି ସ୍ମାର୍ଟ ସ୍ପିକର ବର୍ତ୍ତମାନ କେବଳ ୨୯୯୯ ଟଙ୍କାରେ ମିଳୁଛି । ଗୁଗଲ ନେଷ୍ଟ ମିନିର ସିଧା ମୁକାବିଲା ଆମାଜନ ଇକୋ ଡଟ ସହ ହେବ ଯେଉଁଥିରେ ଆଲେକ୍ସା ଭଏସ ଆସିଷ୍ଟାଣ୍ଟର ସପୋର୍ଟ ମିଳିଥାଏ ।

Leave A Reply

Your email address will not be published.