ଆଜି ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି Google Pixel 4a, ଜାଣନ୍ତୁ କଣ ରହିଛି ଦାମ ଓ ସ୍ପେସିଫିକେସନ

ଟେକ କମ୍ପାନୀ ଗୁଗୁଲ ପିକସଲ ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ ପିକସଲ 4 A କୁ ଆଜି ଲଞ୍ଚ କରିବାକୁ ଯାଉଛି । ଏହି ଅପକମିଙ୍ଗ ସ୍ମାର୍ଟଫୋନ ସହ ଜଡିତ ସମସ୍ତ ରିପୋର୍ଟ ଶୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୂର୍ବରୁ ଲିକ ହୋଇସାରିଛି । ଯେଉଁଥିରୁ ହିଁ ସମ୍ଭାବିତ ଦର ଓ ସ୍ପେସିଫିକେସନ ବାବଦ ତଥ୍ୟ ମିଳିଯାଇପାରିବ । ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କୁ ଏହି ହ୍ୟାଣ୍ଡସେଟରେ ସ୍ନାପଡ୍ରାଗନ ୭୩୦ ଚିପସେଟ ସମେତ ଚାରି ଯିବି ରାମ ମିଳିଯାଇପାରିବ । କହିରଖିବା ଉଚିତ ହେବକି, ଗୁଗୁଲ ପିକସାଲ 3A ଡ଼ିଭାଇସକୁ ବିଶ୍ୱ ବଜାରରେ ଲଞ୍ଚ କରାଯାଇଥିଲା ।

ଗୁଗୁଲ ପିକସଲ 4 Aର ଲଚିଙ୍ଗ କାର୍ଯ୍ୟକ୍ରମ ନେଇ ଏଯାବତ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ସ୍ମାର୍ଟଫୋନକୁ ଭାରତୀୟ ସମୟ ୬ ଟାରେ ଲଞ୍ଚ କରାଯାଇପାରେ । ଏହା ସହ ବିଭିନ୍ନ କଲର ଅପସନ ସହ ଏହା ଉପଲବ୍ଧ ହେବ ବୋଲି ଜଣାଯାଇଛି ।

Google Pixel 4a expected price specs, and features: Everything you ...

ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ ପିକଶାଲା 4A ସ୍ମାର୍ଟଫୋନ ସ୍ନାପଡ୍ରାଗନ ୭୩୦ ପ୍ରୋସେସର ଓ ଦମଦାର ଡିଷ୍ପ୍ଲେ ସହ ବଜାରରେ ଲଞ୍ଚ ହୋଇପାରେ । ଏହା ଵାଦ ୟୁଜର୍ସଙ୍କୁ ଏହି ଫୋନରେ ୫ ଜି କନେକ୍ଟିଭିଟି ମଧ୍ୟ ମିଳିଯାଇପାରେ । ଗୁଗୁଲ ପିକଶାଲା 4A ସ୍ମାର୍ଟଫୋନ ବେଞ୍ଚମାର୍କ ସାଇଟରେ ହିଁ ସ୍ପଟ କରାଯାଇଛି । ଏହି ଫୋନକୁ ସିଙ୍ଗଲ କୋରରେ ୫୫୧ ଅଙ୍କ ମିଳିଥିବା ବେଳେ ମଲ୍ଟି କୋରରେ ୧୬୫୫ ଅଙ୍କ ମିଳିଛି ।

ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, ଲଞ୍ଚ ହେବାକୁ ଥିବା ଏହି ସ୍ମାର୍ଟଫୋନରେ ୟୁଜର୍ସଙ୍କୁ ଚାରି ଜିବି ରାମ ସମେତ ୬୪ ଜିବି ଷ୍ଟୋରେଜ ସପୋର୍ଟ ବି ମିଳିଯାଇପାରିବ । କ୍ୟାମେରା ଦୃଷ୍ଟିରୁ ଦେଖିଲେ କମ୍ପାନୀ ବର୍ତ୍ତମାନ ସମୟରେ ଏହି ଡ଼ିଭାଇସର ବ୍ୟାକ ପ୍ୟାନେଲରେ ୧୨.୨ ମେଗାପିକସାଲର କ୍ୟାମେରା ସୁବିଧା ମିଳିଯାଇପାରିବ । କିନ୍ତୁ ଏଯାବତ ଫ୍ରଣ୍ଟ କ୍ୟାମେରା ବାବଦରେ କୌଣସି ପ୍ରକାର ତଥ୍ୟ ମିଳିପାରିନାହିଁ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ଏହାର ଦର ୩୪୯ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୨୬୦୦୦ଟଙ୍କା ରଖିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.