ନୂଆ ଅପ୍‌ଡେଟ୍‌ ଜାରି କଲା ଗୁଗଲ, ଏବେ ପିକ୍ସେଲ ୟୁଜର୍ସଙ୍କୁ ମିଳିବ କଲ୍‌ ରେକର୍ଡିଂ ଫିଚର

ୟୁଜର୍ସଙ୍କ ପାଇଁ ଗୁଗଲ ଜାରି କଲା ନୂଆ ଫିଚର। ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ କଲ ରେକର୍ଡିଂ ପାଇଁ ଆଉ ଥାର୍ଡ ପାର୍ଟି ଆପ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଆପେ ଆପେ କଲ୍‌ ଗୁଡ଼ିକ ରେକର୍ଡିଂ ହୋଇଯିବ। ଏନେଇ ଗୁଗଲ ତରଫରୁ ସୂଚନା ଦିଆଯାଇଛି।

ଭାରତୀୟ ୟୁଜର୍ସଙ୍କ ପାଇଁ ଗୁଗଲ ନିଜ ଫୋନ୍‌ ଆପ୍‌କୁ ଅପ୍‌ଡେଟ୍‌ କରିଛି। ଏଥିରେ ପିକ୍ସେଲ ଫୋନ୍‌ ୟୁଜର୍ସଙ୍କୁ ଅଟୋମେଟିକ୍‌ କଲ୍‌ ରେକର୍ଡର ଫିଚର ମିଳିବ। ଗୁଗଲ ଫୋନ୍‌ ଆପ୍‌ର ଅପ୍‌ଡେଟେଡ୍‌ ଭର୍ସନ ଗୁଗଲ ପ୍ଲେ-ଷ୍ଟୋରରେ ଲାଇଭ୍‌ ହୋଇଯାଇଛି। ୟୁଜର୍ସ ଏବେ ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ।

କମ୍ପାନୀ କହିଛି ଯେ ଏହି ଅପ୍‌ଡେଟ୍‌କୁ କେବଳ ଭାରତୀୟ ପିକ୍ସେଲ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି। ଧୀରେ ଧୀରେ ଏହି ଅପ୍‌ଡେଟ୍‌ ଅନ୍ୟ ଦେଶ ପାଇଁ ମଧ୍ୟ ଜାରି କରାଯିବ। ନୂଆ ଅପ୍‌ଡେଟ୍‌ରେ ରେକର୍ଡିଂ ଅଟୋ ଡିଲିଟ୍‌ ବିକଳ୍ପ ମଧ୍ୟ ମିଳିବ। ତେବେ ଏଥିପାଇଁ ୟୁଜର୍ସଙ୍କୁ ପ୍ରଥମେ ନିଜ ସେଟିଂ ବଦଳାଇବାକୁ ହେବ। ଏଥିରେ ଆପଣ କେତେ ଦିନ ପରେ ରେକର୍ଡିଂକୁ ଡିଲିଟ୍‌ କରିବାକୁ ଚାହୁଁଛନ୍ତି, ତାହା ମଧ୍ୟ ସେଟିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.