ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ଟିକଟକ୍ ଆପ୍, ଜାଣନ୍ତୁ ଏହାକୁ ବ୍ଯବହାର କରିପାରିବେ କି ପୁରୁଣା ୟୁଜର୍ସ?

ଟିକଟକ୍ ସମେତ ୫୯ଟି ଚିନ୍ ଆପ୍ ବ୍ଯାନ ହେବାର ନିଷ୍ପତି ପରେ ୟୁଜର୍ସଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠିଛି। ଏସବୁ ପ୍ରଶ୍ନ ମଧ୍ଯରୁ ଗୋଟିଏ ହେଉଛି ଭାରତରେ ଯେଉଁ ସ୍ମାର୍ଟଫୋନ ବ୍ଯବହାରକାରୀଙ୍କ ପାଖରେ ପୂର୍ବରୁ ଟିକଟକ୍ ଆପ୍ ରହିଛି, ବ୍ଯାନ ହେବା ପରେ କ’ଣ ସେମାନେ ଏହି ଆପ୍ ବ୍ଯବହାର କରିପାରିବେ?

tiktok-ଟେକ୍ ଏକ୍ସପର୍ଟଙ୍କ କହିବାନୁଯାୟୀ ଆପାଣଙ୍କ ସ୍ମାର୍ଟଫୋନରେ ପୂର୍ବରୁ ଥିବା ଆପ୍ କାମ କରିବ କିମ୍ବା ନାହିଁ ଏନେଇ ବର୍ତ୍ତମାନ କିଛି ସ୍ପଷ୍ଟ କୁହାଯାଇପାରିବ ନାହିଁ। କିନ୍ତୁ ନୂତନ ବ୍ଯବହାରକାରୀ ଏହି ଆପକୁ ଡାଉନଲୋଡ୍ କରିପାରିବେ ନାହିଁ। ସୂଚନା ମୁତାବକ ଆଜି ସକାଳ ନର୍ଯ୍ଯନ୍ତ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ସହ ଡାଉନଲୋଡ ମଧ୍ଯ ହେଉଥିଲା କିନ୍ତୁ କିଛି ସମୟ ପରେ ନୂଆ ଆପ୍ ମଧ୍ଯ ଉାନଲୋଡ୍ ବନ୍ଦ ହୋଇଯିବ। ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଆପଣଙ୍କ ଫୋନରେ ଏହି ଆପ୍ ଥାଏ ତେବେ ଆପଣ ଏହାକୁ ଅପଡେଟ୍ କରିପାରିବେ ନାହିଁ କି ଏହାକୁ ଭାରତରେ କୌଣସି ପ୍ରକାର ଡେଭଲପର ସପୋର୍ଟ ମିଳିପାରିବ ନାହିଁ।

chinese-appsରିପୋର୍ଟ ଅନୁଯାୟୀ ଭାରତ ସରକାରଙ୍କ ନିଷ୍ପତିର ସୂଚନା ସମସ୍ତ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର ଏବଂ ଟେଲିକମ ସର୍ଭିସ ପ୍ରୋଭାଇଡର୍ସଙ୍କୁ ଦିଆଯାଇଛି। ଏହି ସଂସ୍ଥା ବ୍ଲକ କରାଯାଇଥିବା ଆପ୍ ରୁ ବାହାରିବା ଏବଂ ଏଣ୍ଟ୍ରି କରିବା ଲୋକମାନଙ୍କ ମସସ୍ତ ପ୍ରକାର ଡାଟା ଏବଂ ଟ୍ରାଫିକ୍କୁ ବ୍ଲକ କରିବ। ଏହି ପଦକ୍ଷେପ ପରେ ଆପଣଙ୍କ ମୋବାଇଲରେ ଏହିସବୁ ଆପ୍ ଉପଲବ୍ଧ ରହିବ କିନ୍ତୁ ଏହାକୁ ଖୁବ୍ କମ ଉପଯୋଗ କରାଯାଇପାରିବ। ଯଦି କୌଣସି ବ୍ଯବହାରକାରୀ ଭାରତୀୟ ନେଟୱାର୍କରୁ ବାହାରକୁ ଯାଉଛନ୍ତି ଅର୍ଥାତ ଯେଉଁଠାରେ ଏହି ଆପ୍ ପ୍ରତିବନ୍ଧିତ କରାଯାଇଥିବା ଆଇନ୍ ଅନୁଯାୟୀ ବ୍ଯାନ କରାଯାଇଛି, ତେବେଯାଇ ସେହିଠାରେ ଏହି ଆପ୍ କାମ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.