UPI ଜରିଆରେ ପେମେଣ୍ଟ କଲେ ଚାର୍ଜ ଲାଗିବ କି ନାହିଁ ? ଜାଣନ୍ତୁ କ’ଣ ନିଷ୍ପତ୍ତି ନେଲେ ସରକାର

UPI ଜରିଆରେ ପେମେଣ୍ଟ କରୁଥିଲେ ଚାର୍ଜ ଦେବାକୁ ହେବ ବୋଲି ଖବର ଆସିଥିଲା। ଯାହାକୁ ନେଇ ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କୁ ଝଟକା ଲାଗିଥିଲା। ଏଥିରେ କୁହାଯାଇଥିଲା ଯେ ଆରବିଆଇ ୟୁପିଆଇ ପେମେଣ୍ଟ ଉପରେ ଏମଡିଆର ଚାର୍ଜ ଅର୍ଥାତ ମର୍ଚଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ଉପରେ ବିଚାର କରାଯାଉଛି । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ଏକ ବୟାନ ଜାରି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ସରକାର ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରକାର ଚାର୍ଜ ଲାଗୁ କରିବା ଉପରେ ବିଚାର କରୁ ନାହାନ୍ତି । ୟୁପିଆଇ ପେମେଣ୍ଟ ମାଧ୍ୟମରେ ଦେଣନେଣ ବହୁତ ସୁବିଧାଜନକ ଏବଂ ଡିଜିଟାଲ ପେମେଣ୍ଟ ଅର୍ଥନୀତିକୁ ଫାଇଦା ଦେଉଛି। ତେଣୁ ସରକାର ଏହାକୁ ନେଇ କୌଣସି ପ୍ରକାର ଚାର୍ଜ ଲଗାଇବା ନିଷ୍ପତ୍ତି ନେଇନାହାନ୍ତି।

ଅର୍ଥ ମନ୍ତ୍ରଣାଳୟ ଟ୍ୱିଟ କରି କହିଛି, ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରଚାର ଚାର୍ଜ ଲାଗୁ କରାଯିବାର ବିଚାର କରାଯାଇ ନାହିଁ । ସରକାର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସାହାଯ୍ୟ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ବର୍ଷ ସରକାର ଜିଡିଟାଲ ପେମେଣ୍ଟ ସିଷ୍ଟମ ପାଇଁ ହେବାକୁ ଥିବା ଏମଡିଆର ଚାର୍ଜର କ୍ଷତି ପାଇଁ ୧୫୦୦ କୋଟି ଟଙ୍କାର ଘୋଷଣା କରିଥିଲେ । ତେବେ ଏବେ ସରକାର ୟୁପିଆଇ ପେମେଣ୍ଟ ଚାର୍ଜକୁ ନେଇ କୌଣସି ବିଚାର କରିନାହାନ୍ତି।

କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ରୁପେ ଡେବିଟ୍ କାର୍ଡ ଏବଂ ୟୁପିଆଇକୁ ଚାର୍ଜ ମୁକ୍ତ କରିଥିଲେ। ଏହାଦ୍ୱାରା ପ୍ରତ୍ୟେକ ଟ୍ରାଞ୍ଜାକସନ ଉପରେ ଏମଡିଆଇ ଚାର୍ଜର କ୍ଷତି ହେଉଥିଲା। ଏହି କ୍ଷତିପୂରଣ ପାଇଁ ଆର୍ଥିତ ସାହାଯ୍ୟ ଦିଆଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ୟୁପିଆଇ ସର୍ଭିସ ଅନଲାଇନରେ ଟଙ୍କା ନେଣଦେଣର ସବୁଠୁ ସରଳ ଏବଂ ଲୋକପ୍ରିୟ ମାଧ୍ୟମ ହୋଇଛି । ଏନପିସିଆଇ ଡାଟା ଅନୁସାରେ ଜୁଲାଇରେ ୟୁପିଆଇ ସାହାଯ୍ୟରେ ୬୦୦ କୋଟି ଟ୍ରାଞ୍ଜାକସନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.