ଆସିଗଲା ଜିପିଏସ୍ ଟ୍ରାକର ଆଙ୍କଲେଟ୍‌, ଅଭିଯୁକ୍ତଙ୍କ ଉପରେ ନଜର ରଖିବ ପୋଲିସ୍‌

ଏହି ଡିଭାଇସ୍‌ ଆତଙ୍କବାଦୀ ଏବଂ ଜାମିନରେ ମୁକ୍ତ ହୋଇଥିବା କଏଦୀଙ୍କ ପାଦରେ ଫିଟ୍‌ କରାଯିବ। ତେବେ ପୂର୍ବରୁ ୟୁରୋପ ଏବଂ ଆମେରିକାରେ ସମାନ ଭାବେ ଅଭିଯୁକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଏହି ଟ୍ରାକର ବ୍ୟବହାର କରାଯାଉଛି ।

ଜମ୍ମୁ କଶ୍ମୀର ପୋଲିସ ନିକଟରେ ଏକ ହାଇ-ଟେକ୍ ପଦକ୍ଷେପ ନେଇଛି । ଯାହା ପରେ ଜାମିନରେ ମୁକ୍ତ ହୋଇଥିବା ଅଭିଯୁକ୍ତମାନେ ଆଉ ପୋଲିସକୁ ଭୁଆଁ ବୁଲାଇ ପାରିବେ ନାହିଁ । ଜମ୍ମୁ-କାଶ୍ମିର ପୋଲିସ ଜିପିଏସ୍ ଟ୍ରାକର ଆଙ୍କଲେଟର ଏକ ଡିଭାଇସକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଡିଭାଇସ୍‌ ଆତଙ୍କବାଦୀ ଏବଂ ଜାମିନରେ ମୁକ୍ତ ହୋଇଥିବା କଏଦୀଙ୍କ ପାଦରେ ଫିଟ୍‌ କରାଯିବ। ତେବେ ପୂର୍ବରୁ ୟୁରୋପ ଏବଂ ଆମେରିକାରେ ସମାନ ଭାବେ ଅଭିଯୁକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଏହି ଟ୍ରାକର ବ୍ୟବହାର କରାଯାଉଛି । ଜମ୍ମୁ କାଶ୍ମିର ପୋଲିସ ବର୍ତ୍ତମାନ ଜିପିଏସ୍ ଟ୍ରାକର ଆଙ୍କଲେଟରକୁ ଟ୍ରାଏଲ ଭାବରେ ଆରମ୍ଭ କରିଛି । ଜମ୍ମୁ କଶ୍ମୀର ପୋଲିସ ପ୍ରଥମେ ଜିପିଏସ୍ ଟ୍ରାକର ଆଙ୍କଲେଟକୁ ଗୁଲାମ ମହମ୍ମଦ ଭଟ ନାମକ ଜଣେ କଏଦୀଙ୍କ ପାଦରେ ଲଗାଇଛି ।

ଏହି ଜିପିଏସ୍ କିପରି କାମ କରେ ?
ରିପୋର୍ଟ ଅନୁଯାୟୀ, ଜେଲରୁ ମୁକ୍ତ ହେଉଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ତାଙ୍କ ଗୋଡରେ ଏକ ଟ୍ରାକର ଲଗାଯାଉଛି । ଏହି ଟ୍ରାକର ପୋଲିସ କଣ୍ଟ୍ରୋଲ ରୁମ୍‌ ସହିତ କନେକ୍ଟ ରହିବ । ଯଦି ଆବଶ୍ୟକ ହୁଏ ତେବେ ପୋଲିସ ଅଭିଯୁକ୍ତକୁ ଖୋଜି ବାହାର କରିପାରିବ ଏବଂ ଯେକୌଣସି ସମୟରେ ତାଙ୍କ ପାଖରେ ପହଞ୍ଚି ପାରିବ। ଏହା ବ୍ୟତୀତ ଟ୍ରାକର ଦ୍ୱାରା ଲୋକଙ୍କ ଗତିିବିଧି ଉପରେ ମଧ୍ୟ ନଜର ରଖାଯାଇପାରିବ । ଆତଙ୍କବାଦ ସହ ଜଡିତ ଲୋକମାନଙ୍କ ବିଷୟରେ, ସେମାନେ କେଉଁଠାକୁ ଯାଆନ୍ତି ଏବଂ କାହାକୁ ଭେଟନ୍ତି ସେ ସମ୍ବନ୍ଧରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ପୋଲିସ ଆଶା କରୁଛି ଯେ ଏହା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ଏବଂ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପକୁ ମଧ୍ୟ କଣ୍ଟ୍ରୋଲ କରି ହେବ।

ଯଦି ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଏ କିମ୍ବା ଏହାକୁ ବାହାର କରିବାକୁ ଚେଷ୍ଟା କରାଯାଏ, କଣ୍ଟ୍ରୋଲ୍ ରୁମକୁ ସିଗନାଲ୍‌ ମିଳିବ । ଏହା ଦ୍ୱାରା ଅପରାଧୀମାନେ ପୋଲିସ ନଜରରୁ ବଞ୍ଚି ପାରିବେନି ଏବଂ ଅପରାଧ କରିବା ପୂର୍ବରୁ ୧୦୦ ଥର ନିଶ୍ଚିତ ଚିନ୍ତା କରିବେ ।

You might also like