Below header

ଏଠାରେ ମାଁ କାଳୀଙ୍କ ପାଖରେ ପଶୁବଳୀ ବଦଳରେ ଲାଗି ହେଉଛି କାକରା ଓ ଜୁଗାର

ଶିକ୍ଷା ଆଣୁଛି ପରିବର୍ତ୍ତନ । ପୁରୁଣା ନୀତି ଏବଂ କିଛି ପାରମ୍ପରାକୁ ବର୍ତ୍ତମାନ ପରିବର୍ତ୍ତନର ଧାରା ସ୍ପର୍ଶ କରୁଛି। ସେହି ପରିପେକ୍ଷୀରେ ବର୍ତ୍ତମାନ ମାଁ କାଳୀଙ୍କର ପୂଜାର୍ଚ୍ଚନାରେ ମଧ୍ୟ ଆସିଛି ପରିବର୍ତ୍ତନ।

ପଦ୍ମପୁର(କେନ୍ୟୁଜ୍): ଶିକ୍ଷା ଆଣୁଛି ପରିବର୍ତ୍ତନ । ପୁରୁଣା ନୀତି ଏବଂ କିଛି ପାରମ୍ପରାକୁ ବର୍ତ୍ତମାନ ପରିବର୍ତ୍ତନର ଧାରା ସ୍ପର୍ଶ କରୁଛି। ସେହି ପରିପେକ୍ଷୀରେ ବର୍ତ୍ତମାନ ମାଁ କାଳୀଙ୍କର ପୂଜାର୍ଚ୍ଚନାରେ ମଧ୍ୟ ଆସିଛି ପରିବର୍ତ୍ତନ। ଶାନ୍ତ ସ୍ଵରୂପରେ ମାଁ ଙ୍କୁ ସାତ୍ଵିକତା ରେ ପୂଜା କରି ପଶୁ ବଳି ବଦଳରେ ଦିଆଯାଉଛି କାକରା ଏବଂ ଜୁଗାର । ପଦ୍ମପୁର ସାର୍ବଜନିନ କାଳୀ ପୂଜାରେ ପ୍ରତିବର୍ଷ ମହାସମାରୋହରେ ପାଳନ କରାଯାଏ ।

ତେବେ ଏଠାରେ ମାଁ ଙ୍କ ଉପରେ ଲୋକଙ୍କର ରହିଛି ଅଖଣ୍ଡ ଆସ୍ଥା ଓ ବିଶ୍ଵାସ । ଦୀର୍ଘ ବର୍ଷ ହେବ ଏଠାରେ ମାଁଙ୍କୁ ପଶୁବଳି ବଦଳରେ ଅର୍ପଣ କରାଯାଉଛି ଭକ୍ତଙ୍କ ମାନସିକ କାକରା ଭୋଗ । ଆଉ ଭକ୍ତଙ୍କ କାକରା ଭୋଗ ଆଗରେ ହାର ମାନିଛି ପଶୁବଳି ପରି ପୁରୁଣା ପ୍ରଥା। ସେଇଥିପାଇଁ ପ୍ରତିବର୍ଷ ବଢି ବଢି ଚାଲିଛି ମାନସିକଧାରୀଙ୍କର ଜୁଗାର ଏବଂ କାକରା ଥାଳି ସଂଖ୍ୟା।

ମାଁଙ୍କୁ ଅର୍ପଣ କରାଯାଉଥିବା କାକରା କୁ ବୋହୁ ଶ୍ରଦ୍ଧାର ସହିତ ମାନସିକଧାରୀ ମାନେ ନିର୍ମିତ କରି ଥାଳିରେ ସଜେଇ ମାଁଙ୍କ ପାଖକୁ ଆଣିଥାନ୍ତି। ଦୀର୍ଘ ପ୍ରାୟ ୩୬ ବର୍ଷ ଧରି ହନୁମାନ ପଡାର ଏହି ମଣ୍ଡପରେ ଶାନ୍ତି ସ୍ଵରୂପରେ ପୂର୍ଣ୍ଣ ସାତ୍ଵିକତାର ସହ ମାଁ ଙ୍କର ହୋଇ ଆସୁଛି ପୂଜାର୍ଚ୍ଚନା । ଏହା ସହ ଏହି ମାଣ୍ଡପରେ ମାଁ ଙ୍କୁ ଯାହା ଯାଚିଲେ ଶ୍ରଦ୍ଧାଳୁଙ୍କର ଭକ୍ତିପୁତ ଡାକ ମାଁ ପୂରଣ କରନ୍ତି ବୋଲି ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଭକ୍ତ ଧାଇଁ ଆସିଥାନ୍ତି ମାଁ ଙ୍କ ପାଖକୁ ଏବଂ ନିଜର ମନସ୍କାମନା ପୂର୍ଣ୍ଣ ହେଲେ ମାଁ ଙ୍କୁ କାକରା ଏବଂ ଜୁଗାର ଭୋଗ ଲଗାଇଥାନ୍ତି ।

maa kali

ତେବେ ପ୍ରଥମେ ମାଁ ଙ୍କର କଳସ ଯାତ୍ରା ଶୋଡଷ ଉପଚାର ପୂଜା ସହ ମାଁ ଙ୍କୁ ସ୍ମରଣ କରି ପିତୃ ଲୋକଙ୍କୁ ଦୀପ ଦାନ ପରେ ନିଜର ମାନସିକ କାକରା ଏବଂ ଜୁଗାର ନେଇ ମଣ୍ଡପ ରେ ଲାଗିଥାଏ ଭକ୍ତଙ୍କ ଭିଡ ଏବଂ ସୁରୁଖୁରୁରେ ଭୋଗ ଲଗେଇବା ପାଇଁ ମଧ୍ୟ ଭକ୍ତଙ୍କ ପାଇଁ କରାଯାଇଥାଏ ସ୍ଵତନ୍ତ୍ର ବ୍ୟବସ୍ଥା । ତେବେ କମିଟି ପକ୍ଷରୁ ମଧ୍ୟ ଭକ୍ତଙ୍କ ପାଇଁ ସୁବିଧା ରେ ମାଁ ଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରା ରେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ବୈଠକ, ସଂକିର୍ତନ୍ୟ, ଦଣ୍ଡ ଆଦି କଳାର କାର୍ଯ୍ୟକ୍ରମ କରାଯାଇଥାଏ ।

ମାଁ ଙ୍କ ଦର୍ଶନ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ର ମଧ୍ୟ ଲାଭ ଉଠେଇଥାନ୍ତି ଲୋକେ। ତେବେ ପ୍ରତି ବର୍ଷ ହୋଇ ଆସୁଥିବା ଏହି ପୁଜା ରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନ ତରଫରୁ ପାର୍କିଂ ଧାଡି ଦର୍ଶନ ଆଦିର ସୁବିଧା କରିଲେ ଆହୁରି ସୁବିଧା ମଧ୍ୟ ହୋଇ ପାରନ୍ତା ବୋଲି କହିଛନ୍ତି ଲୋକେ।

ମାଁ କାଳୀଙ୍କ ପବିତ୍ର ପୂଜନୋତ୍ସବ ଅବସରରେ ଦେଖିବାକୁ ମିଲୁଛି ଶିକ୍ଷାର ପ୍ରଭାବ ଆଜିର ସମାଜ ଉପରେ କିପରି ପଡିଛି। ତେଣୁ ମାଁଙ୍କ ଠାରେ ପଶୁବଳି ବଦଳରେ ଅର୍ପଣ କରାଯାଉଛି ଭକ୍ତଙ୍କ ମାନସିକ କାକରା ଓ ଜୁଗାର। ମାଁ ଙ୍କୁ ଅର୍ପଣ କରାଯାଉଛି ଭକ୍ତଙ୍କ ମାନସିକ କାକରା ଓ ଜୁଗାର । ଯାହା ବର୍ତ୍ତମାନ ପରମ୍ପରାର ରୂପ ନେବାରେ ଲାଗିଛି ଏହି ଅଂଚଳରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.