ଭାରତକୁ ଅଧିକ ଟାର୍ଗେଟ କରୁଛନ୍ତି ହ୍ୟାକର୍ସ, ପ୍ରକାଶ ପାଇଲା ରିପୋର୍ଟ

ସମଗ୍ର ବିଶ୍ୱରେ ଥିବା ହ୍ୟାକର୍ସମାନେ ବର୍ତ୍ତମାନ ଭାରତକୁ ଅଧିକ ଟାର୍ଗେଟ କରୁଥିବା ଖବର ସାମ୍ନାକୁ ଆସିଛି । ୨୦୨୩ ବର୍ଷର ପ୍ରଥମ ତିନି ମାସରେ, ଭାରତରେ ହ୍ୟାକ୍ଟିଭିଜମ ଟ୍ରେଣ୍ଡରେ ଏକ ବଡ଼ ପରିବର୍ତ୍ତନ ଆସିଛି । ସାଇବର ସିକ୍ୟୁରିଟି ଫର୍ମ CLOUDSEC ଦ୍ୱାରା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି ।

ହ୍ୟାକିଂ ଆଜି ଦୁନିଆର ସବୁଠୁ ବଡ ସମସ୍ୟା ପାଲଟିଛି । ଏହି ସମସ୍ୟାର ସମାଧାନ ପାଇଁ ସମଗ୍ର ବିଶ୍ୱ ମୁକାବିଲା କରୁଛି । ସାଇବର ଆଟାକ ଯୋଗୁଁ ଅନେକ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ଏଥି ସହିତ ଭାରତରେ ମଧ୍ୟ ସାଇବର ଆଟାକର ଘଟଣା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ସମଗ୍ର ବିଶ୍ୱରେ ଥିବା ହ୍ୟାକର୍ସମାନେ ବର୍ତ୍ତମାନ ଭାରତକୁ ଅଧିକ ଟାର୍ଗେଟ କରୁଥିବା ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷର ପ୍ରଥମ ୩ ମାସରେ ହ୍ୟାକିଂର ଘଟଣା ଅତି ଦ୍ରୁତଗତିରେ ବୃଦ୍ଧି ପାଇଛି । ହାକିଂର ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାର ସମାଧାନର ବାଟ ପାଇବା ମୁସ୍କିଲ ହୋଇ ପଡ଼ୁଛି । ହ୍ୟାକିଂ ଦ୍ୱାରା ସମସ୍ତ ଜରୁରୀ ସୂଚନାକୁ ନେଇ ଯାଉଛନ୍ତି ହ୍ୟାକର୍ସ । ମଡର୍ଣ୍ଣ ଟେକ୍ନୋଲୋଜି ବ୍ୟବହାର କରି ଏସବୁ କାମ କରୁଛନ୍ତି, ଯାହା ଭାରତ ସମେତ ଅନେକ ଦେଶରେ ଚିନ୍ତାର କାରଣ ପାଲଟିଛି । ପ୍ରତ୍ୟେକ ଦିନ ହ୍ୟାକିଂର ଘଟଣା ସାମ୍ନାକୁ ଆସୁଛି ।

IANSର ଖବର ଅନୁଯାୟୀ, ସାଇବର ସିକ୍ୟୁରିଟି ଫର୍ମ CLOUDSEC ଦ୍ୱାରା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି । ୨୦୨୩ ବର୍ଷର ପ୍ରଥମ ତିନି ମାସରେ, ଭାରତରେ ହ୍ୟାକ୍ଟିଭିଜମ ଟ୍ରେଣ୍ଡରେ ଏକ ବଡ଼ ପରିବର୍ତ୍ତନ ଆସିଛି । କ୍ଲାଉଡ୍ ସେକ୍ କହିଛି ଯେ, ଏପ୍ରିଲ ମାସରୁ ହ୍ୟାକିଂ ମାମଲା ୩୫ ପ୍ରତିଶତ ବୃଦ୍ଧି ପାଇଥିଲା । ମେ ମାସରେ ଏହି ହ୍ୟାକିଂ ମାମଲା ଅଳ୍ପ କମିଥିଲା ବେଳେ ପୁଣି ଜୁନ ମାସରେ ଏହାର ମାମଲା ବଢ଼ିଥିଲା । ରିପୋର୍ଟ ଅନୁସାରେ ହ୍ୟାକର୍ସମାନେ ୨୦୨୧ରୁ ୨୦୨୩ ମଧ୍ୟରେ ଦୁନିଆର ପାଖାପାଖି ୬୭ଟି ଦେଶକୁ ଟାର୍ଗେଟ କରିଛନ୍ତି । ଭାରତ ପରେ ଇସ୍ରାଏଲ, ପୋଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ରହିଛନ୍ତି । ଏହି ହ୍ୟାକର୍ସମାନେ ଆଫ୍ରିକା, ଏସିଆ, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଓସିନିଆ ସମେତ ଦୁନିଆର ଅନେକ ସ୍ଥାନରେ ହ୍ୟାକ କରି ପ୍ରଭାବ ପକାଇଛନ୍ତି ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଧାର୍ମିକ କାରଣରୁ ଭାରତ, ଇସ୍ରାଏଲ୍, ଡେନମାର୍କ ଏବଂ ସ୍ୱିଡେନ ଭଳି ଦେଶ ହ୍ୟାକ୍ଟିଭିଜମର ଶିକାର ହୋଇଥିବାବେଳେ ପୋଲାଣ୍ଡ, ୟୁକ୍ରେନ, ଲାଟଭିଆ ଏବଂ ଅନ୍ୟାନ୍ୟ ଦେଶ ଉପରେ ମୁଖ୍ୟତଃ ରାଜନୈତିକ କାରଣରୁ ହ୍ୟାକ୍ଟିଭିଷ୍ଟ ଆଟାକ ହୋଇଥିବା କୁହାଯାଇଛି । ରିପୋର୍ଟ ଅନୁଯାୟୀ, ହ୍ୟାକ୍ଟିଭିଷ୍ଟ ଆଟାକରେ ସରକାରୀ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ଏହା ପରେ ଶିକ୍ଷା, ଅଟୋମୋବାଇଲ, ଫାଇନାନ୍ସ ଏବଂ ବ୍ୟାଙ୍କିଙ୍ଗ ଏବଂ ଶକ୍ତି-ତୈଳ ଏବଂ ଗ୍ୟାସ ସେକ୍ଟରକୁ ଟାର୍ଗେଟ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ବେଳେବେଳେ ଅଟୋ ମୋବାଇଲ ଏବଂ ଶିକ୍ଷାକ୍ଷେତ୍ର, ଡିଷ୍ଟ୍ରିବ୍ୟୁଟେଡ ଡିନାଏଲ ଅଫ ସର୍ଭିସ (ଡିଡିଓଏସ) ଆଟାକ ଏବଂ ଗୁଗଲ ଡର୍କିିର୍ଙ୍ଗ ଟେକନିକ ବ୍ୟବହାର କରି ଡାଟା ଲିକ ହୋଇଥାଏ ।

କ୍ଲାଉଡ୍ ସେକ୍ ରିପୋର୍ଟରେ କୁହାଯାଇଛି ଯେ ହ୍ୟାକଟିଭିଜିମ୍ ଗ୍ରୁପଗୁଡିକ ସମସ୍ତ ସେକ୍ଟରଗୁଡିକରେ ସମାନ ଟେକନିକ ଆପ୍ଲାଏ କରିଛନ୍ତି, ଯେଉଁଥିରେ DDoS ଆଟାକ ହ୍ୟାକରମାନଙ୍କ ବହୁତ ପ୍ରିୟ । ଫାଇନାନ୍ସ ଏବଂ ବ୍ୟାଙ୍କିଙ୍ଗ ସେକ୍ଟରେ DDoS ଆଟାକ ସେମାନଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାକୁ ଟାର୍ଗେଟ୍ କରିଥିବାବେଳେ ଶକ୍ତି କ୍ଷେତ୍ର ଉପରେ କରିଥିବା ଆଟାକ ସରକାରଙ୍କୁ ମେସେଜ ଦେବା ଏବଂ ଲୋକପ୍ରିୟତା ହାସଲ କରିବା ପାଇଁ ଥିଲା । ଟୋର୍ଗେଟ ଦେଶମାନଙ୍କରେ ସରକାରୀ ଭିତ୍ତିଭୂମି, ପ୍ରମୁଖ କମ୍ପାନୀ ଏବଂ ସଂଗଠନଗୁଡ଼ିକ ଉପରେ ବାରମ୍ବାର DDoS ଆଟାକ କରାଯାଇଛି ଯାହାର ପରିଣାମ ଗମ୍ଭୀର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.