ଉଡାଣ ଭରିବାର ଦୁଇ ମିନିଟରେ କ୍ରାସ୍‌ ହେଲା ଶ୍ରୀଲଙ୍କାର ବାୟୁସେନା ବିମାନ, ୨ ମୃତ

ଶ୍ରୀଲଙ୍କାରେ ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପାଇଲଟ ଏବଂ ଜଣେ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା କେମିତି ହେଲା ଏହାକୁ ଶ୍ରୀଲଙ୍କା ବାୟୁସେନା ଯାଞ୍ଚ ଆରମ୍ଭ କରିଛି ।

ଉଡାଣର କିଛି ସମୟ ମଧ୍ୟରେ ଶ୍ରୀଲଙ୍କାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାଦ ଦୁର୍ଘଟଣାରେ ପାଇଲଟଙ୍କ ସହତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ବାୟୁ ସେନାର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଏହି ବିମାନଟି ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହାର କରାଯାଉଥିଲା । ପିଟି-୬ ବିମାନ ତ୍ରିକୋମାଲୀ ବାୟୁସେନା ଷ୍ଟେସନରୁ ଉଡାଣ ଭରିବାର ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଚୀନ ନିର୍ମିତ ବିମାନକୁ ପରୀକ୍ଷଣ ପାଇଁ ଶ୍ରୀଲଙ୍କା ବାୟୁସେନା ଷ୍ଟେସନ ଚାଇନା ବେକୁ ନିଆଯାଇଥିଲା । ସକାଳ ସମୟରେ ଏହା ଉଡାଣ ଭରିଥିବା ବେଳେ ମାତ୍ର ୨ ମିନିଟ ଭିତରେ ଦୁର୍ଘଟଣାର ଶିକାର ହୋଇଥିଲା । ଜଣେ ପାଇଲଟ ଏବଂ ଜଣେ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଶ୍ରୀଲଙ୍କା ବାୟୁସେନା ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.