ଶୌଚାଳୟ ନିର୍ମାଣ ଯୋଜନା ପାଇଁ କିପରି କରିବେ ଅନଲାଇନ ଆବେଦନ ? ଜାଣନ୍ତୁ ପୂରା ପ୍ରୋସେସ

କେନ୍ଦ୍ର ସରକାର ସ୍ୱଚ୍ଛତାକୁ ନେଇ ଦେଶରେ ଅନେକ ପଦକ୍ଷେପ ନେଇଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଶୌଚାଳୟ ନିର୍ମାଣ । ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଗରିବ ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଥାଏ । ଶୌଚାଳୟ ନିର୍ମାଣ ଯୋଜନା ଦ୍ୱାରା ସରକାର 12,000 ଟଙ୍କାର ଅନୁଦାନ ରାଶି ମଧ୍ୟ ପ୍ରଦାନ କରିଥାନ୍ତି ଯାହାକି ସିଧାସଳଖ ଉପଭୋକ୍ତାଙ୍କ ଖାତାକୁ ଯାଇଥାଏ । ତାହେଲେ ଆଅସନ୍ତୁ ଜାଣିବା ଶୌଚାଳୟ ନିର୍ମାଣ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କିପରି କରାଯାଏ ।

How to apply for toilet online

ଏହି ଯୋଜନାର ଲାଭ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନଙ୍କ ଘରେ ଶୌଚାଳୟ ନାହିଁ ଏବଂ ସେମାନେ ଦାରିଦ୍ର ସୀମାରେଖା ତଳେ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ପୂର୍ବରୁ ଯେଉଁ ପରିବାର ଏଥିପାଇଁ ଅନୁଦାନ ନେଇଛନ୍ତି ସେମାନେ ଏହି ସୁବିଧା ପାଇବେ ନାହିଁ। ସମ୍ପୃକ୍ତ ରାଜ୍ୟର ସ୍ଥାୟୀ ବାସିନ୍ଦା କେବଳ ଜଣେ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଏଥିସହ ଆବେଦନକାରୀଙ୍କ ପାଇଁ ଆୟ ପ୍ରମାଣପତ୍ର, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ଦାରିଦ୍ର ସୀମାରେଖା କାର୍ଡ ରହିବା ବାଧ୍ୟତାମୂଳକ ଅଟେ। ତାହେଲେ ଆସନ୍ତୁ ଜାଣିବା କିପରି କରିବେ ରେଜିଷ୍ଟ୍ରେସନ..

ଯଦି ଆପଣଙ୍କର ଲାପଟପ୍ କିମ୍ବା ସ୍ମାର୍ଟଫୋନ୍ ନାହିଁ ତାହେଲେ ନିଜ ବନ୍ଧୁଙ୍କ ଲାପଟପ୍ ସାହାଯ୍ୟରେ ମଧ୍ୟ ଆପଣ ଶୌଚାଳୟ ନିର୍ମାଣ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ । ଏଥିପାଇଁ ଲାପଟରେ ପ୍ରଥମେ ସ୍କ୍ରିନରେ ଦିଆଯାଇଥିବା ଲିଙ୍କ୍ ଓପନ କରନ୍ତୁ ।

http://swachhbharaturban.gov.in/ihhl/InvestorRegistration.aspx

ଏହା ପରେ ନାମ, ମୋବାଇଲ୍ ନମ୍ବର, ଘର ଠିକଣା ଏବଂ ପରିଚୟ ପତ୍ର ପରି ସୂଚନା ଆପଣଙ୍କଠାରୁ ନିଆଯିବ । ସୂଚନା ଦେବା ପରେ, ଆପଣଙ୍କୁ ସବମିଟ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଏକ ସ୍ଲିପ୍ ମିଳିବ ଯାହାକୁ ଆପଣଙ୍କୁ ସେଭ କରି ରଖିବାକୁ ପଡିବ । କାରଣ ଏଥିରେ ହିଁ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର ରହିବ । ଯାହାଦ୍ୱାରା ପରେ ଆପଣ ନିଜ ରେଜିଷ୍ଟ୍ରେସନର ଷ୍ଟେଟସକୁ ଚେକ କରିପାରିବେ ।

Rural sanitation: A charter of demands

ଆବେଦନ ଗ୍ରହଣ ହେବା ପରେ ଆପଣ ନିଜ ବ୍ଲକ ଡେଭଲପମେଣ୍ଟ ଅଫିସର ବା BDOଙ୍କ ସହିତ ଯୋଗାଯୋଗ କରିପାରିବେ । Bdo ଆପଣଙ୍କର ଆବେଦନକୁ ଯାଞ୍ଚ କରିବ ଏବଂ ତା’ପରେ ଅନୁଦାନ ରାଶି ପାଇଁ ପରବର୍ତ୍ତୀ ପ୍ରକ୍ରିୟାକୁ ଯିବେ । ତେବେ ଏଠାରେ କହି ରଖିବୁ ଯେ ଯଦି ଆପଣ ଅନଲାଇନ୍ ଆବେଦନ କରିବାକୁ ଅସମର୍ଥ, ତେବେ ଆପଣ ନିଜର ପଞ୍ଚାୟତ ହେଡ୍ ଏବଂ ୱାର୍ଡ ସହିତ ଯୋଗାଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.